Posted inଖେଳ

‘ହକିକୁ କ୍ୟାରିୟର କରିଥିବାରୁ ଗର୍ବ ଲାଗୁଛି’

ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ”ଭାରତ ଏବଂ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ଏଥିପାଇଁ ସମଗ୍ର ଓଡ଼ିଶାରେ ଉତ୍ସବର ପରିସ୍ଥିତି ସୃଷ୍ଟି ହୋଇଛି। ବହୁତ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଭୁବନେଶ୍ୱର କୁହନ୍ତୁ କିମ୍ବା ରାଉରକେଲା ସହରର ଚିତ୍ର ବଦଳିଛି। ସବୁଆଡ଼େ ହକିମୟ ପରିବେଶ। ବିଭିନ୍ନ ସ୍ଥାନରେ ଏହାକୁ ନେଇ କ୍ରୀଡ଼ା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ କଥା ମନେରଖିବାକୁ ହେବ ଯେ ହକି ପାଇଁ ହିଁ ଏ ସବୁ ହେଉଛି। ତେଣୁ ହକିକୁ କ୍ୟାରିୟର କରିଥିବାରୁ ଆଜି ବହୁତ ଗର୍ବ ଅନୁଭବ ହେଉଛି“ ବୋଲି ଅଲିମ୍ପିଆନ ଲାଜରୁସ ବାର୍ଲା ପ୍ରକାଶ କରିଛନ୍ତି। ଭୁବନେଶ୍ୱରରେ ପୂର୍ବରୁ ୨୦୧୮ରେ ହକି ବିଶ୍ୱକପ୍‌ ହୋଇଥିଲା। ଏଥର ଏହା ହକିର ଅନ୍ତୁଡ଼ିଶାଳକୁ ସମ୍ପ୍ରସାରିତ ହୋଇଛି। ଫଳରେ ସମଗ୍ର ସୁନ୍ଦରଗଡ଼ ଜିଲାରେ ଲୋକମାନଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ବାଳିକା ବାଳକଙ୍କଠାରୁ ଆରମ୍ଭ କରି ବୁଢ଼ୀବୁଢ଼ାଙ୍କ ମନରେ ଖୁସି କହିଲେ ନ ସରେ। ସମସ୍ତେ ଯେମିତି ଏହାକୁ ନିଜର କାର୍ଯ୍ୟ ଭାବି ଉପଭୋଗ କରୁଛନ୍ତି।
ଆଧୁନିକ ହକି ଆରମ୍ଭ ହେବ
ଓଡ଼ିଶାରୁ ଯେତେ ହକି ଖେଳାଳି ବାହାରିଛନ୍ତି ତା’ ମଧ୍ୟରୁ ଅଧିକାଂଶ ସୁନ୍ଦରଗଡ଼ ଜିଲାର। ଆମେ ସବୁ ସେ ସମୟର ଟୁର୍ନାମେଣ୍ଟ ଖେଳି ନିଜ ପ୍ରତିଭା ଦେଖାଇଛୁ। ମାତ୍ର ଏବେ ସେଠାରେ ଆଧୁନିକ ହକି ଆରମ୍ଭ ହେବ। ସୁନ୍ଦରଗଡ଼ର ସମସ୍ତ ୧୭ଟି ଯାକ ବ୍ଲକରେ ଅଷ୍ଟ୍ରୋଟର୍ଫ ପଡ଼ିଆ ଉପଲବ୍ଧ ହୋଇଛି। ଫଳରେ ଯଦି ସେଗୁଡ଼ିକରୁ ସଦୁପଯୋଗ କରାଯାଏ ତେବେ ସେ ଅଞ୍ଚଳର ପିଲାମାନେ ଆଧୁନିକ ହକି ଖେଳିବା ଆରମ୍ଭ କରିପାରିବେ। ଏହା ହେଲେ ଏକ ନୂଆ ଯୁଗର ସୂତ୍ରପାତ ହୋଇପାରିବ ଏବଂ ସୁନ୍ଦରଗଡ଼ରୁ ଆଗାମୀ ଦିନରେ ଆହୁରି ଅନେକ ପିଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିପାରିବେ।
ୟୁରୋପୀୟ ଦଳଗୁଡ଼ିକର ପଲା ଭାରି ରହିଛି
ଗତ ବିଶ୍ୱକପ୍‌ରେ ବେଲ୍‌ଜିୟମ ଚାମ୍ପିୟନ ହେବ ବୋଲି କେହି କେବେ ଆଶା କରି ନ ଥିଲେ। ଏଥର ମଧ୍ୟ ୟୁରୋପୀୟ ଦଳ ଗୁଡ଼ିକ ଭଲ ଆରମ୍ଭ କରିଛନ୍ତି। କେଉଁ ମ୍ୟାଚରେ ଯଦି ବିପର୍ଯ୍ୟୟ ସୃଷ୍ଟି ହୁଏ ତେବେ ଭିନ୍ନ କଥା। ତେବେ ରେକର୍ଡ ଓ ନିକଟ ଅତୀତର ପ୍ରଦର୍ଶନ ଦେଖିଲେ ୟୁରୋପୀୟ ଦଳ ନେଦରଲାଣ୍ଡ୍ସ, ଜର୍ମାନୀ, ସ୍ପେନ୍‌, ବେଲ୍‌ଜିୟମ ସହ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟ ଟାଇଟଲ ଦାବିଦାର ରହିବ ବୋଲି କହିହେବ।
ପୋଡିୟମ ଫିନିଶ ଜରୁରୀ
ଭାରତ କ୍ରମାଗତ ଦ୍ୱିତୀୟଥର ଘରୋଇ ପରିବେଶରେ ବିଶ୍ୱକପ୍‌ ଖେଳୁଛି। ପରିବେଶ ସହିତ ଅଭ୍ୟସ୍ତ ଥିବାରୁ ଭାରତ ଏଥର ପୋଡିୟମ ଫିନିଶ କରୁ ବୋଲି ଆମେ ସମସ୍ତେ ଆଶା କରୁଛୁ। ବିଶେଷ କରି ଗତ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିବାରୁ ଏହି ସମ୍ଭାବନା ବଢ଼ିଛି। ତେବେ ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ। ଭାରତର ଆରମ୍ଭ ଭଲ ହୋଇଛି। ଓ୍ବେଲ୍ସ ବିପକ୍ଷ ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।
ଅମିତ, ନୀଲମଙ୍କ ସ୍ବପ୍ନ ସାର୍ଥକ
ଗତ ବିଶ୍ୱକପ୍‌ରେ ଅମିତ ରୋହିଦାସ ଘରୋଇ ପରିବେଶରେ ଖେଳିଥିଲେ। ଏଥର ନିଜ ମାଟିରେ ଅମିତ ଓ ନୀଲମ ସଞ୍ଜୀପ ଖେସ୍‌ ଖେଳୁଛନ୍ତି। ଏହା ସ୍ବପ୍ନ ସତ ହେବାଭଳି କଥା। କାରଣ ସବୁ ଖେଳାଳି ନିଜ ମାଟିରେ ବଡ଼ ପ୍ରତିଯୋଗିତା ଖେଳିବାକୁ ସ୍ବପ୍ନ ଦେଖିଥାନ୍ତି। ଆମ ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ହଁ ୨୦,୦୦୦ ଘରୋଇ ଦର୍ଶକଙ୍କ ସମ୍ମୁଖରେ ମ୍ୟାଚ ଖେଳିବାର ଚାପ ତ ନିଶ୍ଚିତ ରହିଥିବ। ଆକ୍ରମଣ ରଣନୀତିକୁ ଗୁରୁତ୍ୱ
ବିଶ୍ୱ ହକିରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି। ଆମ ସମୟର ଖେଳ ଓ ଏବେକାର ଖେଳ ମଧ୍ୟରେ ଆକାଶ ପାତାଳ ପ୍ରଭେଦ। ଅନେକ ନିୟମ ପରିବର୍ତ୍ତନ ହୋଇଛି। ମ୍ୟାଚ ୪ କ୍ୱାର୍ଟର ବିଶିଷ୍ଟ ୧ ଘଣ୍ଟିଆ ହୋଇଯାଇଛି। ପ୍ରାୟତଃ ଦଳ ଆକ୍ରମଣାତ୍ମକ ରଣନୀତିରେ ହକି ଖେଳୁଛନ୍ତି। ମ୍ୟାଚ ଆରମ୍ଭ ହେବାକ୍ଷଣି ଗୋଲ ସ୍କୋର ଉପରେ ଫୋକସ କରାଯାଉଛି ବୋଲି ବୋଲି ଲାଜରୁସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri