Posted inଫୁରସତ

ଭାରତ ନୁହେଁ, ଆମେରିକାକୁ ନେଇ ଗର୍ବିତ

ଡେମୋକ୍ରାଟ୍‌ କମଲା ହାରିସ୍‌ ଏକକାଳୀନ ୩ ବିରଳ ରେକର୍ଡର ଅଧିକାରିଣୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ଦକ୍ଷିଣ ଏସୀୟ ତଥା କୃଷ୍ଣକାୟ ଭାବେ ଏହି ପଦରେ ଆସୀନ ହେବାରେ ମଧ୍ୟ କମଲା ପ୍ରଥମ । ତେବେ ଭାରତୀୟ ବଂଶୋଭବ ଭାବେ କମଲା କୌଣସି ଅବସରରେ ନିଜର ପରିଚୟ ଦେଇ ନ ଥାଆନ୍ତି, ବରଂ ଆମେରିକୀୟ ରୂପେ ସେ ଗର୍ବିତ ।
କମଲାଙ୍କ ବିଜୟକୁ ନେଇ ତାମିଲନାଡୁସ୍ଥିତ ତାଙ୍କ ମା’ଙ୍କ ଗଁା ଥୁଲାସେନ୍ଦ୍ରପୁରମ୍‌ ସମେତ ସାରା ଭାରତ ଉଲ୍ଲସିତ ହୋଇ ଉତ୍ସବ ମନାଉଥିବାବେଳେ କମଲାଙ୍କ ଏଭଳି ଆଭିମୁଖ୍ୟ ଭାରତୀୟଙ୍କୁ ନିରାଶ କରିଛି।

 

ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ନଭେମ୍ବର ୮ ରାତିରେ ଡେଲାଓ୍ବେରସ୍ଥିତ ଓ୍ବିଲ୍‌ମିଂଟନର ଚେସ୍‌ ସେଣ୍ଟରରେ କମଲା ହାରିସ୍‌ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆମେରିକାରେ ମହିଳାଙ୍କୁ ଭୋଟ ପାଇବା ପାଇଁ ୧୦୦ ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଛି। ସେମାନଙ୍କ ମଧ୍ୟରେ ଥିବା କୃଷ୍ଣକାୟ ମହିଳାଙ୍କୁ ଅଣଦେଖା କରାଯାଇଛି। କିନ୍ତୁ ସେମାନେ ଆମ ଗଣତନ୍ତ୍ରର ମେରୁଦଣ୍ଡ ବୋଲି ଅନେକ ସମୟରେ ପ୍ରମାଣିତ କରିଛନ୍ତି। କୃଷ୍ଣକାୟ ରାଷ୍ଟ୍ରପତି ଭାବେ ମୁଁ ପ୍ରଥମ ହୋଇପାରେ। କିନ୍ତୁ ଶେଷ ମହିଳା ନୁହେଁ। ଏହି ଅବସରରେ କମଲା ହାରିସ୍‌ ତାଙ୍କ ମା’ ଶ୍ୟାମଲା ଗୋପାଲନ୍‌ ହାରିସ୍‌ଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶ୍ୟାମଲାଙ୍କୁ ୧୯ ବର୍ଷ ହେଉଥିବାବେଳେ ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇଥିଲେ। ୨୦୦୯ରେ ଆର ପାରିକୁ ଚାଲିଯାଇଥିବା ମା’ଙ୍କୁ କମଲା ତାଙ୍କ ସଫଳତାର ଶ୍ରେୟ ଦେଇ ସେ ସବୁବେଳେ ଆମ ହୃଦୟରେ ରହିବେ ବୋଲି କହିଥିଲେ।

୧୯୬୪ ଅକ୍ଟୋବର ୨୦ରେ କାଲିଫର୍ନିଆର ଅକ୍‌ଲାଣ୍ଡରେ ଜନ୍ମିତ କମଲା ହେଲେ କର୍କଟ ଗବେଷକ ଶ୍ୟାମଲା ଗୋପାଲନ୍‌ (ଭାରତୀୟ) ଓ ଜାମାଇକା ଅର୍ଥନୀତିଜ୍ଞ ଡୋନାଲ୍ଡ ହାରିସ୍‌ଙ୍କ ବଡ଼ଝିଅ।
କମଲାଙ୍କୁ ମାତ୍ର ୭ ବର୍ଷ ହେଉଥିବାବେଳେ ମା’ବାପାଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା।
୧୯୯୦ରେ କମଲା ଆଇନ ଶିକ୍ଷା ଶେଷ କରି ଆଲାମେଡା କାଉଣ୍ଟି ପ୍ରୋସିକ୍ୟୁଟର ଅଫିସ୍‌ରେ ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ଆଟର୍ନି ଭାବେ କ୍ୟାରିୟର ଆରମ୍ଭ କରିଥିଲେ।
୨୦୦୪ରେ ସେ ଡେମୋକ୍ରାଟିକ୍‌ ପାର୍ଟିରୁ କାଲିଫର୍ନିଆରୁ ସିନେଟ୍‌କୁ ନିର୍ବାଚିତ ହୋଇଥିଲେ।
୨୦୧୪ରେ କମଲା ହାରିସ୍‌ କର୍ପୋରେଟ୍‌ ଲୟର ଡୋଉଗ୍‌ ଏମ୍‌ହୋଫ୍‌ଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri