ରାସ୍ତା ନିର୍ମାଣ ତ୍ରୁଟି ବିରୋଧରେ ଆନ୍ଦୋଳନ

ରସୁଲପୁର,୨୯ା୧୨(ଡି.ଏନ.ଏ.): ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପଞ୍ଚାୟତ ଦୁର୍ଗାଦେବୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକ କୁଆଖିଆ ଥାନା ପ୍ରଥମାଖଣ୍ଡ ଗ୍ରାମର ମଧୁସୂଦନ ସାହୁଙ୍କ ପୁଅ ଅଶୋକ (୨୮)ଗୁରୁତର ହୋଇଥିଲେ। ମଙ୍ଗଳବାର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣରେ ତ୍ରୁଟିଯୋଗୁ ଦୁର୍ଘଟଣା ଘଟୁଥିବା ପ୍ରଥମାଖଣ୍ଡି ଗ୍ରାମ ଲୋକେ ଅଭିଯୋଗ କରି ସକାଳ ସାଢ଼େ ୮ଟାରେ ରାଜପଥ ଅବରୋଧ କରିଥିଲେ। ଲୋକେ ରାସ୍ତାରେ ଟାୟାର ଜାଳି ଠିକାସଂସ୍ଥା ଡିବିଏଲର ରାସ୍ତା ନିର୍ମାଣରେ ତ୍ରୁଟିକୁ ବିରୋଧ କରିଥିଲେ। ରାସ୍ତା ନିର୍ମାଣରେ ତ୍ରୁଟି ଯୋଗୁ ଦୈନିକ ଦୁର୍ଘଟଣା ଘଟୁଛି। ସର୍ଭିସ୍‌ ରୋଡ୍‌କୁ ଠିକ୍‌ ଭାବେ ନିର୍ମାଣ କରା ନ ଯାଇ ରାସ୍ତା କରାଯାଉଛି। ବାରବାଟୀଠାରୁ କୁଆଖିଆ ପର୍ଯ୍ୟନ୍ତ ୮ କି.ମି. ରାଜପଥ ରାସ୍ତା ବ୍ୟସ୍ତବହୁଳ ରହୁଛି। ବାରବାଟୀ ହାଟ, କୁଆଖିଆ ବାଜର, ଦୁର୍ଗାଦେବୀ ମନ୍ଦିର ଆଦି ସ୍ଥାନକୁ ଦୈନିକ ଶତାଧିକ ଲୋକେ ଯାତାୟାତ କରୁଛନ୍ତି। ରାଜପଥ ନିର୍ମାଣ ସମୟରେ ବ୍ୟବହାର କରୁଥିବା ସର୍ଭିସ୍‌ ରୋଡର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି। ଠିକାସଂସ୍ଥା ପକ୍ଷରୁ ଠିକ୍‌ ମରାମତି କରାଯାଉ ନାହିଁ। ରାସ୍ତାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏଣେତେଣେ ଗଦା କରାଯାଉଥିବାରୁ ଦୁର୍ଘଟଣାମାନ ଘଟୁଛି। ତେଣୁ ଏହାକୁ ତୁରନ୍ତ ମରାମତି ସହ ଗମନାଗମନକୁ ସୁଗମ ଲାଗି ଗୋପାଳପୁରଠାରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି କରାଯାଇଛି। ଏହି କ୍ରମରେ ୧ ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ କରାଯାଇଥିଲା।
ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୁଆଖିଆ ଥାନା ଅଧିକାରୀ ମନୋଜ ସ୍ବାଇଁ, ଡିଏସ୍‌ପି ହୃଦାନନ୍ଦ ବେହେରା, ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ରସୁଲପୁର ତହସିଲଦାର ନିରଞ୍ଜନ ସାହୁ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ତହସିଲଦାର ମୃତକଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ। ତେବେ ଅବରୋଧକାରୀମାନେ ରାସ୍ତାରୁ ହଟିଯାଇଥିଲେ ମଧ୍ୟ ଠିକାସଂସ୍ଥା ଗାଡ଼ିଗୁଡିକୁ ଅଟକାଇ ରଖିଥିଲେ। ଏ ସମ୍ପର୍କରେ ଠିକାସଂସ୍ଥା ଅବଗତ ହେବା ପରେ ଅଧିକାରୀମାନେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରି ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅପରାହ୍ନରେ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri