ରାସ୍ତା ନିର୍ମାଣ ତ୍ରୁଟି ବିରୋଧରେ ଆନ୍ଦୋଳନ

ରସୁଲପୁର,୨୯ା୧୨(ଡି.ଏନ.ଏ.): ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପଞ୍ଚାୟତ ଦୁର୍ଗାଦେବୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକ କୁଆଖିଆ ଥାନା ପ୍ରଥମାଖଣ୍ଡ ଗ୍ରାମର ମଧୁସୂଦନ ସାହୁଙ୍କ ପୁଅ ଅଶୋକ (୨୮)ଗୁରୁତର ହୋଇଥିଲେ। ମଙ୍ଗଳବାର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣରେ ତ୍ରୁଟିଯୋଗୁ ଦୁର୍ଘଟଣା ଘଟୁଥିବା ପ୍ରଥମାଖଣ୍ଡି ଗ୍ରାମ ଲୋକେ ଅଭିଯୋଗ କରି ସକାଳ ସାଢ଼େ ୮ଟାରେ ରାଜପଥ ଅବରୋଧ କରିଥିଲେ। ଲୋକେ ରାସ୍ତାରେ ଟାୟାର ଜାଳି ଠିକାସଂସ୍ଥା ଡିବିଏଲର ରାସ୍ତା ନିର୍ମାଣରେ ତ୍ରୁଟିକୁ ବିରୋଧ କରିଥିଲେ। ରାସ୍ତା ନିର୍ମାଣରେ ତ୍ରୁଟି ଯୋଗୁ ଦୈନିକ ଦୁର୍ଘଟଣା ଘଟୁଛି। ସର୍ଭିସ୍‌ ରୋଡ୍‌କୁ ଠିକ୍‌ ଭାବେ ନିର୍ମାଣ କରା ନ ଯାଇ ରାସ୍ତା କରାଯାଉଛି। ବାରବାଟୀଠାରୁ କୁଆଖିଆ ପର୍ଯ୍ୟନ୍ତ ୮ କି.ମି. ରାଜପଥ ରାସ୍ତା ବ୍ୟସ୍ତବହୁଳ ରହୁଛି। ବାରବାଟୀ ହାଟ, କୁଆଖିଆ ବାଜର, ଦୁର୍ଗାଦେବୀ ମନ୍ଦିର ଆଦି ସ୍ଥାନକୁ ଦୈନିକ ଶତାଧିକ ଲୋକେ ଯାତାୟାତ କରୁଛନ୍ତି। ରାଜପଥ ନିର୍ମାଣ ସମୟରେ ବ୍ୟବହାର କରୁଥିବା ସର୍ଭିସ୍‌ ରୋଡର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି। ଠିକାସଂସ୍ଥା ପକ୍ଷରୁ ଠିକ୍‌ ମରାମତି କରାଯାଉ ନାହିଁ। ରାସ୍ତାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏଣେତେଣେ ଗଦା କରାଯାଉଥିବାରୁ ଦୁର୍ଘଟଣାମାନ ଘଟୁଛି। ତେଣୁ ଏହାକୁ ତୁରନ୍ତ ମରାମତି ସହ ଗମନାଗମନକୁ ସୁଗମ ଲାଗି ଗୋପାଳପୁରଠାରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି କରାଯାଇଛି। ଏହି କ୍ରମରେ ୧ ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ କରାଯାଇଥିଲା।
ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୁଆଖିଆ ଥାନା ଅଧିକାରୀ ମନୋଜ ସ୍ବାଇଁ, ଡିଏସ୍‌ପି ହୃଦାନନ୍ଦ ବେହେରା, ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ରସୁଲପୁର ତହସିଲଦାର ନିରଞ୍ଜନ ସାହୁ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ତହସିଲଦାର ମୃତକଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ। ତେବେ ଅବରୋଧକାରୀମାନେ ରାସ୍ତାରୁ ହଟିଯାଇଥିଲେ ମଧ୍ୟ ଠିକାସଂସ୍ଥା ଗାଡ଼ିଗୁଡିକୁ ଅଟକାଇ ରଖିଥିଲେ। ଏ ସମ୍ପର୍କରେ ଠିକାସଂସ୍ଥା ଅବଗତ ହେବା ପରେ ଅଧିକାରୀମାନେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରି ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅପରାହ୍ନରେ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେସା ଶିକ୍ଷକତା, ନିଶା ପୁସ୍ତକ ରଚନା

ଭୋଗରାଇ,୫ା୯:ଛାତ୍ରଜୀବନରୁ ଆର୍ଥିକ ସଙ୍କଟ ଓ ସଂଘର୍ଷ ମଧ୍ୟରେ ଆଗକୁ ବଢ଼ିବାର ସଂକଳ୍ପ ନେଇଥିବା ନିଆରା ଶିକ୍ଷକ ହେଉଛନ୍ତି ସନ୍ତୋଷ କୁମାର ପାତ୍ର। ବାଲେଶ୍ୱର ଜିଲା ଭୋଗରାଇ...

କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ...

ପ୍ରଦୂଷିତ ହେଉଛି ବୈତରଣୀ : ମୁଖ୍ୟ କାରଣ ସାଜିଛି ବିଭାଗୀୟ ଉଦାସୀନତା

ଆନନ୍ଦପୁର,୨୩ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦେଇ ପ୍ରବାହିତ ବୈତରଣୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏଥିପ୍ରତି ଆନନ୍ଦପୁର ପୌରପାଳିକାର ନଜର ପଡୁନି। ବିପର୍ଯ୍ୟସ୍ତ ପରିମଳ...

ଅବାଧରେ ଚାଲିଛି ବାଲି ଚୋରାଚାଲାଣ

ଖଡ଼ିଆଳ,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକରେ ଥିବା ସୁନ୍ଦରନଦୀର ଅନେକ ସ୍ଥାନରେ ସରକାରୀ ସ୍ବୀକୃତିପ୍ରାପ୍ତ ବାଲିଘାଟ ରହିଛି। ହେଲେ ସେହି ବାଲିଘାଟଗୁଡିକ ୨୦୨୧-୨୨ ମସିହା ପାଇଁ...

ଗଣ୍ଡଗୋଳ ବେଳେ ଗର୍ଭବତୀ ଆହତ ଅଭିଯୋଗ: ମୃତ ଶିଶୁ ଜନ୍ମ ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଦାରିଙ୍ଗବାଡ଼ି,୮।୧୧(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ପଞ୍ଚୁପଲ୍ଲି ଗ୍ରାମରେ ଜମିବାଡ଼ିକୁ ନେଇ ଶୁକ୍ରବାର ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ଗର୍ଭବତୀ ରୋଜି ବଳିଆର ସିଂ ଆହତ ହୋଇଥିବା ଥାନାରେ ଅଭିଯୋଗ...

ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି...

ଗତ ୫ ବର୍ଷରେ ଖଣି ରାଜସ୍ବ ଆଦାୟ : ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ୨୦୧୮-୧୯ ଆର୍ଥିକ ବର୍ଷରେ ଖଣି ରାଜସ୍ବ ଆଦାୟ ବାବଦକୁ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ପାଇଛି। ସରକାର ୨୦୧୮-୧୯ ବର୍ଷରେ ୭୧୦୦ କୋଟି ଟଙ୍କାର...

ନିଖୋଜ ପୂର୍ବତନ କାଉନସିଲରଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବୌଦ୍ଧ,୩ା୧: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତୀ ମହାକୁଡଙ୍କ ମୃତଦେହ ଏକ ବିଲରୁ ରବିବାର ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା...

Advertisement
Archives

Model This Week