ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି…

ଭଟିକାନ ସିଟି,୧୧।୨ : ଖ୍ରୀଷ୍ଟିଆନ ଧର୍ମର କେନ୍ଦ୍ର ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି ରହିଛି  ବିରୋଧୀମାନେ ତାଙ୍କୁ ତାଙ୍କର ବୈଦେଶିକ ସମ୍ପର୍କ ଏବଂ ସେ କରୁଥିବା ପରିବର୍ତ୍ତନ ପାଇଁ ସମାଲୋଚନା କରୁଛନ୍ତି। ପୂର୍ବତନ ପୋପ ବେନେଡିକ୍ଟଙ୍କ ମୃତ୍ୟୁ ପରେ ତାଙ୍କର ଘନିଷ୍ଠ ସହଯୋଗୀ ଜର୍ଜ ଗାନସ୍ବିନ ପ୍ରକାଶ କରିଛନ୍ତି ଯେ ପୋପ ଫ୍ରାନ୍ସିସ ଧାର୍ମିକ ପ୍ରଥାରେ କିଛି ପରିବର୍ତ୍ତନ କରୁଛନ୍ତି ବୋଲି ବେନେଡିକ୍ଟ ଚିନ୍ତିତ ଥିଲେ।

ପୋପ୍‌ ଫ୍ରାନ୍ସିସଙ୍କୁ ଏହା ପୂର୍ବରୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡିଥିଲା। କ୍ୟାଥୋଲିକ ଚର୍ଚ୍ଚର ଶାସକ ଶାଖା ରୋମାନ କୁରିଆ ମଧ୍ୟ ପୋପ ଫ୍ରାନାନ୍ସିସଙ୍କ ସମାଲୋଚନା କରିଥିଲେ। ଏମାନଙ୍କ ବ୍ୟତୀତ ଅଷ୍ଟ୍ରେଲୀୟ କାର୍ଡିନାଲ ଜର୍ଜ ପେଲ ମଧ୍ୟ ଏକ ନୋଟ ଲେଖି ପୋପ ଫ୍ରାନ୍ସିସଙ୍କ ସମାଲୋଚନା କରିଥିଲେ। ବର୍ତ୍ତମାନ ଜର୍ମାନ କାର୍ଡିନାଲ ଜେରାର୍ଡ ମଲେର ଏକ ପୁସ୍ତକ ପ୍ରକାଶ କରିଛନ୍ତି। ଏହି ପୁସ୍ତକକୁ ନେଇ ଉତ୍ତେଜନା ଦେଖାଦେଇଛି।

୨୦୨୧ ମସିହାରେ ପୋପ ଫ୍ରାନ୍ସିସଙ୍କ ଦ୍ୱାରା କ୍ୟାଥୋଲିକ ଚର୍ଚ୍ଚର ଭବିଷ୍ୟତ ବିଷୟରେ ଏକ ବିଶ୍ୱସ୍ତରୀୟ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଚର୍ଚ୍ଚରେ ମହିଳାମାନଙ୍କୁ ସ୍ଥାନ ଦେବା, ଶିଶୁ ଯୌନ ଶୋଷଣ ତଥା ପାଦ୍ରୀଙ୍କ ବିବାହ ମାମଲା, ଚର୍ଚ୍ଚରେ ଏଲଜିବିଟିଙ୍କୁ ସ୍ବାଗତ କରିବା ଭଳି ପ୍ରସଙ୍ଗ ଏଥିରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ଢଙ୍ଗରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ କଲେ ଏହି ଯୁବକ

ନିଆରା ଢଙ୍ଗରେ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିବାର ଦେଖିଥିବେ, କିନ୍ତୁ ଇଂଲଣ୍ଡର ଜଣେ ଯୁବକ ଛାତିରେ ଟାଟୁ କରି ନିଜ ଗର୍ଲଫ୍ରେଣ୍ଡକୁ ପ୍ରମୋଜ୍‌ କରିଛନ୍ତି।...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨ା୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ  ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି...

ଭାରତ-ଆମେରିକା ସହଭାଗିତାକୁ ଆହୁରି ଆଗକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ: ବାଇଡେନ୍‌

ଟୋକିଓ,୨୪।୫: : ଜାପାନରେ ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କୁ ନେଇ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର...

ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ...

କଟକଣାକୁ ଅଣଦେଖା, ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୩।୧୦ : କ୍ଷେପଣାସ୍ତ୍ର ପରୀକ୍ଷଣ କରି କୋରିଆ ଉପଦ୍ୱୀପରେ ଉତ୍ତର କୋରିଆ ଉତ୍ତେଜନା ବୃଦ୍ଧି କରିଛି। ଗୁରୁବାର ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ...

୯ ବର୍ଷରେ ଭଙ୍ଗାଯାଇଛି ୩,୭୨୧ ଘର-ମନ୍ଦିର, ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଢାକା,୧୯।୧୦: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଗତ ସପ୍ତାହରେ ରଙ୍ଗପୁର ଜିଲାରେ ସୃଷ୍ଟି ହୋଇଥିବା ହିଂସା ଏବେ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ...

ଚାଇନାରେ ପୁଣି ଲକ୍‌ଡାଉନ୍‌

ବେଜିଂ,୧୪ା୧୦: ଚାଇନାରେ କରୋନା ଭାଇରସ୍‌ ପୁଣି ଥରେ ତା’ର କାୟା ବିସ୍ତାର କଲାଣି। ଫଳରେ ଚିନ୍ତାରେ ପଡ଼ିଛନ୍ତି ସରକାର। ଗତ ୩ ମାସ ମଧ୍ୟରେ ଚାଇନାରେ...

ଇମ୍ରାନ ‘ନାନୀ’ କହିବାରୁ ରାଗିଲେ ମରିୟମ

ଇସଲାମାବାଦ,୧୦ ।୩: ପାକିସ୍ତାନ ମୁସଲିମ ଲିଗ(ଏନ)ର ନେତା ମରିୟମ ନୱାଜ ଗୁରୁବାର ତାଙ୍କର ଏକ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଖୁବ ବର୍ଷିଛନ୍ତି...

Advertisement
Archives

Model This Week