ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ

ସୋରଡ଼ା,୧୧।୨(ଡି.ଏନ୍‌.ଏ.): ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବ ଅସୁରବନ୍ଧ ପଞ୍ଚାୟତର ଦନ୍ତଲିଙ୍ଗି ଗ୍ରାମରେ ଶୁଭାରମ୍ଭ ହୋଇଯାଇଛି। ମିଶନ ଧର୍ମ ସଂଘର ପ୍ରୋଭିନସିଆଲ ଫାଦର ମ୍ୟାଥୁ ନାୟକ, ଧର୍ମାଞ୍ଚଳ ଫାଦର କବିରାଜ ବସ୍ତରାୟ, ଫାଦର ଶଶିକାନ୍ତ ମାଳୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପର୍ବରେ ଶନିବାରଠାରୁ ଭିଡ଼ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଧର୍ମୀୟ ଯାଜକ ପହଞ୍ଚିଛନ୍ତି। ଏପରିକି ଗଞ୍ଜାମ, ଗଜପତି, କନ୍ଧମାଳ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ପହଞ୍ଚିବା ଆରମ୍ଭ କରିଛନ୍ତି । ୨ ତାରିଖରୁ ନବାହ୍ନ ଉପାସନା ଆରମ୍ଭ ହୋଇଥିବା ବେଳେ ୯ ତାରିଖରୁ ୧୧ ତାରିଖ ୩ ଦିନ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି। ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ଉପାସନା, ଶାନ୍ତିବାର୍ତ୍ତା ପ୍ରଦାନ, ବିଶ୍ୱଶାନ୍ତି ପ୍ରାର୍ଥନା, ସାମୂହିକ ସଙ୍ଗୀତ, ସାଂସ୍କୃତିକ ନୃତ୍ୟ ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମ ରହିଛି।
ନ’ ଅଙ୍କ ଦୁର୍ଭିକ୍ଷ ସମୟରେ ଜନସାଧାରଣ ଉପବାସରେ ଛଟପଟ ହେଉଥିବା ବେଳେ ଏଠାକାର ପାହାଡରେ ଲୁର୍ଦୁମାତା ଆବିର୍ଭାବ ହୋଇ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା କିମ୍ବଦନ୍ତୀ ରହିଛି। ସେହିଦିନଠାରୁ ପ୍ରତିବର୍ଷ ଏଠାରେ ଫେବୃୟାରୀ ମାସ ଏହିଦିନରେ ପର୍ବ ପାଳନ କରାଯାଉଛି । ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏଥିରେ ସବୁଧର୍ମର ବ୍ୟକ୍ତି ଯୋଗଦେବାର ପରମ୍ପରା ରହିଆସିଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆଇଆଇସି ରମେଶ କୁମାର ପ୍ରଧାନ, ଏସ୍‌ଆଇ ସୁନୀଲ କଣ୍ଡୋଗୋରୀଙ୍କ ନେତୃତ୍ୱରେ ପୋଲିସ ୨୪ ଘଣ୍ଟିଆ ପଇଁତରା ମାରୁଛି। ସମସ୍ତଙ୍କ ସହଯୋଗରେ ଯାତ୍ରା ହେଉଥିବା ଜନ୍‌ ବାପ୍‌ଟିଷ୍ଟ ବେହେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗୀ,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଆସନକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଏହିପରି...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri