ଲୋକଙ୍କ ଅଭିନବ ପ୍ରତିବାଦ: କାଦୁଅ ରାସ୍ତାରେ ଧାନ ବୁଣିଲେ

ସୋର, ୨୮ା୬(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସକ ଯାଏ କେହି ନ ଶୁଣିବାରୁ ଉପାୟଶୂନ୍ୟ ହୋଇ ଗାଁ ଲୋକେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ଅଧୀନ ମୁଳିସିଂ ପଞ୍ଚାୟତରେ। ମୁଳିସିଂ ପଞ୍ଚାୟତର ୧ନମ୍ବର ୱାର୍ଡ଼ ତଳ ମୁଳିସିଂ ଗ୍ରାମର ଷଡ଼ଙ୍ଗୀ ପୋଖରୀଠାରୁ ମୁଣ୍ଡଳ ସାହି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୈର୍ଘ୍ୟ ପ୍ରାୟ ୧ କି.ମି.। ଏହି ରାସ୍ତା ଉପରେ ୨୦ଟି ପରିବାର ନିର୍ଭର କରନ୍ତି। ଅସରାଏ ବର୍ଷା ହେଲେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ। ଏପରିକି ଏହି ଗାଁକୁ ସବୁଦିନିଆ ରାସ୍ତା ନ ଥିବାରୁ ରୋଗୀକୁ ନେବା ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ ତ କୌଣସି ଦୈବୀ ଦୁବିର୍ର୍ପାକ ହେଲେ ଦମକଳ ଗାଁ ଭିତରକୁ ପଶିପାରେ ନାହିଁ । ଆଉ ଅସରାଏ ବର୍ଷା ହେଲେ ପିଲାଙ୍କର ସ୍କୁଲ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ଏମିତିକି ଗର୍ଭବତୀ, ବୃଦ୍ଧା, ବୃଦ୍ଧଙ୍କୁ ଆବଶ୍ୟକ ସମୟରେ ମେଡ଼ିକାଲ ନେବାକୁ ହେଲେ ଖଟିଆରେ ଭାର କରି ବୋହିନେବାର ନଜିର ରହିଛି। ୨୦୦୨ରେ ତକତ୍ାଳୀନ ବାଲେଶ୍ୱର ଏମ୍‌ପିଙ୍କର ହାତପାଣ୍ଠିରୁ ମାଟି ପଡି଼ ରାସ୍ତାର ଛାଞ୍ଚ ନିର୍ମାଣ ହୋଇଥିଲା । ଦୀର୍ଘ ୧୮ବର୍ଷ ବିତିଯାଇଥିଲେ ହେଁ ଏହି ରାସ୍ତା ଉପରେ ଆଉ କାହାରି ଶୁଭଦୃଷ୍ଟି ପଡ଼ିପାରିଲା ନାହିଁ। ଏହି ଗାଁକୁ ସବୁଦିନିଆ ରାସ୍ତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲା ବେଳେ କେହି କର୍ଣ୍ଣପାତ କରୁ ନ ଥିବାରୁ ଆଣ୍ଠୁଏ କାଦୁଅ ରାସ୍ତାରେ ଲୋକେ ବିହନ ବୁଣି ପ୍ରଶାସନର ଅପାରଗତାକୁ ପଦାରେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀହୀନ ହେଉଛି ସୁନାମୁହିଁ ପାର୍କ

ଖଣ୍ଡପଡ଼ା,୧୫ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡା ସହରାଞ୍ଚଳ ନିକଟ ଖଣ୍ଡପଡା-ନୟାଗଡ ମୁଖ୍ୟ ପୂର୍ତ୍ତ ବିଭାଗ ପାର୍ଶ୍ୱରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସୁନାମୁହିଁ ପର୍ଯ୍ୟଟନ ସ୍ଥଳଟି ଉପଯୁକ୍ତ...

ପରିବେଶ କ୍ଷୟକ୍ଷତି ଭରଣା ପାଇଁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ ଠାରୁ ତାଳଚେର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିପୁଳ ପରିମାଣର ମୋରମ୍‌ ଲୁଟ୍‌ ହୋଇଛି। ଏହାସହ...

ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍‌: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ

ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ...

ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଧାର କରି ଫେରିଲେ ବାପା

ଭଞ୍ଜନଗର,୬।୧୧(ଡି.ଏନ.ଏ.): ସୁରଟର ଏକ ରାସ୍ତା ଦୁର୍ଘଟଣାରେ ଭଞ୍ଜନଗର ନିକଟସ୍ଥ ଲଣ୍ଡେଇସାହିର ସୁରଜ ବେହେରାଙ୍କ ଜୀବନ ଚାଲିଗଲା ସତ କିନ୍ତୁ ସେ ବଞ୍ଚାଇଦେଲ ଆଉ ୬ଜଣଙ୍କ ଜୀବନ।...

ପୁରୁଣା ଅଞ୍ଚଳକୁ ରାସ୍ତା ନିର୍ମାଣରେ ଅବହେଳା ଅଭିଯୋଗ; ନିର୍ମାଣ କାମ ବନ୍ଦ କଲେ ବାପୁଜୀନଗରବାସୀ

ବ୍ରହ୍ମପୁର ଅଫିସ,୧୦ା୬-ଲୋଚାପଡା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦ ବିହାର ଅଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ରବିବାର ଉତ୍ତେଜନା ଦେଖାଦେଇଛି। ଏହି ପଞ୍ଚାୟତ ଅଧୀନରେ ଥିବା ବାପୁଜୀ ନଗର...

ହୀରାକୁଦରେ ପକ୍ଷୀ ଗଣନା: ୨୧ ଟିମ୍‌ ସାମିଲ

ସମ୍ବଲପୁର, ୭।୧(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା ମଙ୍ଗଳବାର ଆରମ୍ଭ ହୋଇଛି। ହୀରାକୁଦ ୱାଇଲ୍ଡ ଲାଇଫ୍‌ ବିଭାଗ ନେତୃତ୍ୱରେ ବନ ବିଭାଗ ଅଧିକାରୀ ଓ...

ତାତିଲେ ଚାଷୀ: ଏଫସିଆଇ କାର୍ଯ୍ୟାଳୟ ଘେରାଉ

କେସିଙ୍ଗା,୨୫।୧୧(ଡି.ଏନ୍‌.ଏ.): ୩ ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ଏଫ୍‌ସିଆଇ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଆନ୍ଦୋଳନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପରିଷଦ ସଭାପତି...

ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ...

Advertisement
Archives

Model This Week