୭ ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଇରଙ୍ଗପୁର,୨୩ା୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭାଜପା ଦଳୀୟ କୃଷକ ମୋର୍ଚ୍ଚା ସଂଗଠନ ପକ୍ଷରୁ ୭ ଦଫା ଦାବି ନେଇ ବିକ୍ଷୋଭ କରାଯାଇଥିଲା। ଉକ୍ତ ଭାଜପା ଦଳୀୟ ରାଜ୍ୟ କୃଷକ ମୋର୍ଚ୍ଚା ସଂଗଠନ ସଭାପତି ମହେଶ୍ୱର ସାହୁ, ବିଧାୟକ ନବଚରଣ ମାଝି, ରାଜ୍ୟ ସମ୍ପାଦକ ନବୀନ କୁମାର ରାମ, ଇଶାନ ମିଶ୍ର ଏବଂ ମହିଳା ନେତ୍ରୀ ମିଥିଳା ଟୁଡୁଙ୍କ ନେତୃତ୍ୱରେ ରାଇରଙ୍ଗପୁର ବିଧାନସଭା ମଣ୍ଡଳୀର ଭାଜପା ଦଳୀୟ ବିଭିନ୍ନ କର୍ମକର୍ତ୍ତା, ଯୁବ ମହିଳା ଏବଂ କୃଷକ ମୋର୍ଚ୍ଚା ସଂଗଠନ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ରାଇରଙ୍ଗପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ରାଇରଙ୍ଗପୁର ଉପଜିଲାପାଳ ସରୋଜ କୁମାର ଦାଶଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri