ଏମ୍‌ସିଏଲ୍‌ ଲଖନପୁର ଜିଏମ୍‌ ଅଫିସ୍‌ ଆଗରେ ବିକ୍ଷୋଭ

ଝାରସୁଗୁଡ଼ା ଅଫିସ,୨୨ା୧୧: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର ଅଧୀନରେ କାର୍ଯ୍ୟ କରୁଥିବା ଗ୍ଲୋବାଲ କୋଲ୍‌ ଆଣ୍ଡ୍‌ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌ରେ କେତେକ ନିଯୁକ୍ତି ପାଇଁ ନିୟମାବଳି ଜାରି ହୋଇଛି। ଏ ନେଇ ସମ୍ପୃକ୍ତ ଠିକାସଂସ୍ଥା ତରଫରୁ ଆବେଦନ ପାଇଁ ନୋଟିସ୍‌ ଜାରି ହୋଇଛି। ଏହି ନୋଟିସ୍‌ରେ ବାହାର ଯୁବତୀଯୁବକଙ୍କୁ ଆଗ୍ରାଧିକାର ଦିଆଯାଇଥିବାବେଳେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ଉପେକ୍ଷା କରାଯାଇଛି। ଠିକାସଂସ୍ଥାର ଏଭଳି ମନମାନିକୁ ନେଇ ସ୍ଥାନୀୟ ସରଣ୍ଡାମାଲ ପଞ୍ଚାୟତର ଶତାଧିକ ବେକାର ଯୁବତୀଯୁବକ ସୋମବାର ଲଖନପୁର ମହାପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ର ପ୍ରବନ୍ଧକ ସଞ୍ଜୟ କୁମାର ଝାଙ୍କୁ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଆସନ୍ତା ୨୩ତାରିଖ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି। ଏହାର ଏକକିତା ନକଲ ଗ୍ଲୋବାଲ କୋଲ ଆଣ୍ଡ ମାଇନିଂ ଠିକାସଂସ୍ଥାର ଅଧିକାରୀ ବିମଳେଶ ସିଂହ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କୁ ପ୍ରଦାନ କରିଥିଲେ।
ଦାବିପତ୍ରରେ ଦର୍ଶାଯାଇଛି, ସରଣ୍ଡାମାଲ ପଞ୍ଚାୟତ ଅଞ୍ଚଳରେ କୋଇଲା ଖଣି ଗଢିଉଠିଥିବାବେଳେ ସ୍ଥାନୀୟ ଲୋକେ ଘରଦ୍ୱାର, ଜମିବାଡି ହରାଇଛନ୍ତି। ଜଳବାୟୁ ପ୍ରଦୂଷଣ ହେଉଥିବାରୁ ଲୋକେ ରୋଗରେ ପୀଡିତ ହେଉଛନ୍ତି। କମ୍ପାନୀ ତରଫରୁ ସେମାନଙ୍କୁ ନିଯୁକ୍ତି, ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ଆଦି ସୁବିଧା ଦିଆଯାଉନାହିଁ ା କମ୍ପାନୀ କର୍ତ୍ତୃପକ୍ଷ ସିଧାସଳଖ ନିଯୁକ୍ତି ନ ଦେଇ ଠିକାସଂସ୍ଥା ଅଧିନରେ ଅସ୍ଥାୟୀଭାବେ ନିଯୁକ୍ତି ଦେଉଛନ୍ତି। ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦିଆଯାଉଛି। ଅଞ୍ଚଳର ଅଣକୁଶଳୀ ବେକାର ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ନ ଦେଇ ପରେ ସେମାନଙ୍କ ଦକ୍ଷତା ପ୍ରତିପାଦନ ପାଇଁ ପରୀକ୍ଷା ସାଙ୍ଗକୁ ସାକ୍ଷାତକାର ପାଇଁ ବାଧ୍ୟ କରାଯାଉଛି ା ଫଳରେ ସେମାନେ ଏହାର ସାମ୍ନା କରି ନ ପାରି ନିଯୁକ୍ତିରୁ ବଞ୍ଚତ୍ତ ହେଉଛନ୍ତି। ନିଯୁକ୍ତି କ୍ଷେତ୍ରରେ କୌଣସି ସର୍ତ୍ତାବଳି ରଖା ନ ଯାଉ ବୋଲି ପଞ୍ଚାୟତବାସୀ ଦାବି କରିଛନ୍ତି। ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ ଝରଣା ସେଠ୍‌, ସମିତିସଭ୍ୟ ରାଜେଶ୍ୱର ସିଂହ, ଜିଲାପରିଷଦ ସଦସ୍ୟା ପୁଷ୍ପଲତା ସେଠ୍‌, ସାଲେଗ୍ରାମ ନାୟକ, ନନ୍ଦି କିଶୋର ସିଂହ, ସୁନିଲ ପାଢୀ, ଅନିଲ ପ୍ରଧାନ, ମନୋରଞ୍ଜନ ସା, କ୍ଷୀରୋଦ ସା, ପ୍ରେମରଞ୍ଜନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ରର ଏପିଏମ୍‌ ସଞ୍ଜୀବ ଭରଦ୍ୱାଜ କହିଛନ୍ତି, ସ୍ଥାନୀୟ ପଞ୍ଚାୟତବାସୀଙ୍କ ଦାବି ସମ୍ପର୍କରେ କମ୍ପାନୀ ଠିକାସଂସ୍ଥା ସହିତ ଆଲୋଚନା କରି ଏହାର ସମାଧାନ ପାଇଁ ଚେଷ୍ଟା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri