୧୪ ବର୍ଷ ପରେ ସ୍ପେନ୍‌ରେ ଧର୍ମଘଟ

ବାର୍ସିଲୋନା, ୧୨ା୧୧:ଜାତୀୟ ନିର୍ୱାଚନର ମାତ୍ର ୩ ସପ୍ତାହ ପୂର୍ୱରୁ ଦେଶରେ ବଢ଼ିଚାଲିଥିବା ଗୃହ ସଙ୍କଟ ଏବଂ ଅତ୍ୟଧିକ ଘରଭଡ଼ା ବିରୋଧରେ ବୁଧବାର ସ୍ପେନର ଲକ୍ଷ ଲକ୍ଷ ଶ୍ରମିକ ଧର୍ମଘଟକୁ ଓହ୍ଲାଇଛନ୍ତି। ୧୪ ବର୍ଷ ମଧ୍ୟରେ ଦେଶର ଏହି ପ୍ରଥମ ସାଧାରଣ ଧର୍ମଘଟ ଯୋଗୁ ପରିବହନ ବ୍ୟବସ୍ଥା, ବନ୍ଦର, କାରଖାନା ଏବଂ ଦୋକାନବଜାର ବନ୍ଦ ରହିବା ସହ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗତ ମାସରେ ମାଡ୍ରିଡରେ ଜଣେ ୮୭ ବର୍ଷୀୟା ମହିଳାଙ୍କୁ ଘରୁ ଉଚ୍ଛେଦ କରାଯିବା ଓ ପରେ ତାଙ୍କର ମୃତ୍ୟୁ ଘଟିବା ଘଟଣାକୁ ନେଇ ଜନଆକ୍ରୋଶ ତୀବ୍ର ହୋଇଥିଲା। ଏହାକୁ ଆଧାର କରି ଦେଶର ୨ ପ୍ରମୁଖ ଶ୍ରମିକ ସଂଗଠନ ‘ୟୁଜିଟି’ ଏବଂ ‘ସିସିଓଓ’ ପକ୍ଷରୁ ‘ଦରମା, ଗୃହ ଓ ଦରଦାମ’ ସ୍ଲୋଗାନ ସହ ଏହି ବନ୍ଦ ଡାକରା ଦିଆଯାଇଛି। ଧର୍ମଘଟ ସମୟରେ ବାର୍ସିଲୋନାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ବେଳେ ମାଡ୍ରିଡରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏଥିଯୋଗୁ ରଣନୈତିକ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ ବନ୍ଦ ରହିଛି। ଅଟୋମୋଟିଭ ଏବଂ ବନ୍ଦର କ୍ଷେତ୍ରରେ ୯୦%, ମାଂସ ଶିଳ୍ପରେ ୮୫%, ଆବର୍ଜନା ସଂଗ୍ରହରେ ୮୨% ଏବଂ ଶକ୍ତି କ୍ଷେତ୍ରରେ ୭୫% ବନ୍ଦ ରହିଛି। ଶ୍ରମିକ, ସାମାଜିକ କର୍ମୀ, ରାଜନେତା ଏବଂ ସାଧାରଣ ସ୍ପେନୀୟ ନାଗରିକମାନଙ୍କ ମଧ୍ୟରେ ବୁଧବାରର ଏହି ଧର୍ମଘଟକୁ ନେଇ ଭିନ୍ନ ଭିନ୍ନ ସ୍ୱାର୍ଥ ରହିଛି।
ଏହି ଧର୍ମଘଟ ସ୍ପେନର ରାଜନୀତିକୁ ବେଶ୍‌ ସରଗରମ କରିଦେଇଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ବାମପନ୍ଥୀ ସରକାର ଭଡ଼ାଟିଆଙ୍କ ସୁରକ୍ଷା ପାଇଁ ଆଣିଥିବା ଜରୁରିକାଳୀନ ନିୟମକୁ ସଂସଦରେ ଦକ୍ଷିଣପନ୍ଥୀ ଦଳ ବିରୋଧ କରିବା ପରେ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି। ଗୃହ ଅଧିକାର କର୍ମୀମାନେ ପର୍ଯ୍ୟଟକ ଆପାର୍ଟମେଣ୍ଟଗୁଡ଼ିକର ଉଚ୍ଛେଦ, ରିଅଲ ଇଷ୍ଟେଟ ସଟ୍ଟାବାଜି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଭଡ଼ା ଚୁକ୍ତିନାମାର ସ୍ୱୟଂଚାଳିତ ନବୀକରଣ ମାଧ୍ୟମରେ ଭଡ଼ାଟିଆମାନଙ୍କୁ ସୁରକ୍ଷା ଦେବା ଭଳି ଅନେକ ପଦକ୍ଷେପ ଦାବି କରୁଛନ୍ତି। ୟୁଜିଟି ଏବଂ ସିସିଓଓ ସଂଗଠନଗୁଡ଼ିକ ଗୃହ ବଜାରରେ ସରକାରଙ୍କ ଅଧିକ ହସ୍ତକ୍ଷେପ ଏବଂ ବ୍ୟବସାୟୀ ମାଲିକ ସଂଘ ସହ ଆଲୋଚନା ମାଧ୍ୟମରେ ଏକ ନୂତନ ସର୍ୱନିମ୍ନ ମଜୁରି ଚୁକ୍ତି ଦାବି କରୁଛନ୍ତି।
ଦଳଗୁଡ଼ିକ ଆଶା ରଖିଛନ୍ତି ଯେ, ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହେଲେ ନିର୍ୱାଚନୀ ପ୍ରଚାର ପୁଣି ଥରେ ଗୃହ ସମସ୍ୟା ଆଡ଼କୁ ମୁହାଁଇବ। କିନ୍ତୁ ରକ୍ଷଣଶୀଳ ‘ପପୁଲାର ପାର୍ଟି’ ଏବଂ ଅତି-ଦକ୍ଷିଣପନ୍ଥୀ ‘ଭକ୍ସ’ ଦଳ ଏହାକୁ ଏକ ‘ନିର୍ୱାଚନୀ ଧର୍ମଘଟ’ ବୋଲି କହି ସମାଲୋଚନା କରିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଯଦି ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନିଏ, ତେବେ ଆଗାମୀ ନିର୍ୱାଚନରେ ଦକ୍ଷିଣପନ୍ଥୀ ଦଳଗୁଡ଼ିକ ଏଥିରୁ ରାଜନୈତିକ ଫାଇଦା ଉଠାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍ ମଇଦାନରେ ଅଜବ ଦୃଶ୍ୟ! କ୍ରୀଜ୍ ଭିତରେ ବ୍ୟାଟ୍ ରଖିବା ପରେ ମଧ୍ୟ ରନ୍ ଆଉଟ୍ ହେଲେ ଖେଳାଳି-VIDEO

ହୋବାର୍ଟ,୧୨।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍ ବ୍ୟାସ୍ ଲିଗ୍ (WBBL)ର ଏକ ମ୍ୟାଚ୍‌ରେ ଏଭଳି ଏକ ଅଜବ ରନ୍‌ ଆଉଟ୍ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଯେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର; ମିଳିବ ୧.୮ ଲକ୍ଷର ଲାପଟପ୍‌, ୪ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୧୧: ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବହୁତ ବଡ଼ ଏବଂ ଖୁସିର ଖବର ଆସିଛି। କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ଦିଆଯାଉଥିବା ଅଫିସ ଲାପଟପ ଏବଂ ଟାବଲେଟ…

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ, ୧୨ା୧୧:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର…

ପ୍ରେସର କୁକରରେ ସିଝିଲାନି ଭାତ, ଡାଲି: ୧୬,୭୫୫ ଟଙ୍କା ଦେଲା କମ୍ପାନୀ

ବିଶାଖାପାଟଣା,୧୨।୧୧: ନିର୍ଦ୍ଧାରିତ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍‌ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ…

ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦…

ନେପାଳରେ ଭୂକମ୍ପର ପ୍ରଚଣ୍ଡ ଝଟ୍‌କା! ରିକ୍ଟର ସ୍କେଲରେ ତୀବ୍ରତା ୪.୯

ନୂଆଦିଲ୍ଲୀ,୧୨।୧୧: ଆଜି ସକାଳେ ଭାରତର ପଡ଼ୋଶୀ ଦେଶ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି, ଯାହାଫଳରେ ପ୍ରଚ଼ଣ୍ଡ ଝଟକାରେ ପୃଥିବୀ ଥରି ଉଠିଛି। ଲୋକଙ୍କ ମଧ୍ୟରେ ମଧ୍ୟ ଆତଙ୍କର…

ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?