ନବୀନ ନିବାସ ଘେରିବେ ଦେହଜୀବୀ

ଭୁବନେଶ୍ୱର, ୭।୧(ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ରାଜଧାନୀରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଏହାକୁ ବିରୋଧକରି କିଛିଦିନ ହେବ ଉଠା ଦୋକାନୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏବେ ଏଥିରେ ଦେହଜୀବୀମାନେ ସାମିଲ ହୋଇଛନ୍ତି। ହକି ଖେଳକୁ ଆଳକରି ଭୁବନେଶ୍ୱର ବାଣୀବିହାରରେ ଥିବା ଦେହଜୀବୀଙ୍କ ବସ୍ତିକୁ ବିଏମ୍‌ସି, ବିଡିଏ ଓ ଏନ୍‌ଏଚ୍‌ଏଆଇ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ଏହାଦ୍ୱାରା ଭିଟାମାଟି ଛାଡ଼ି ଭୁବନେଶ୍ୱରରେ ଦୀର୍ଘ ୩୦ ବର୍ଷ ଧରି ରହିଆସୁଥିବା ଦେହଜୀବୀମାନେ ବାସହରା ହୋଇ ପଡ଼ିଛନ୍ତି। ୭ ଦିନ ମଧ୍ୟରେ ରାଜ୍ୟ ସରକାର ସମ୍ପୃକ୍ତ ଦେହଜୀବୀଙ୍କୁ ଥଇଥାନ ନ କଲେ ହଜାର ହଜାର ଦେହଜୀବୀ ନବୀନ ନିବାସ ଘେରାଉ କରିବେ ବୋଲି ବାଣୀବିହାର ଦେହଜୀବୀ ବସ୍ତି ସଭାପତି ଅଞ୍ଜନା ବେହେରା ଚେତାବନୀ ଦେଇଛନ୍ତି। ଶୁକ୍ରବାର ବାଣୀବିହାର ଦେହଜୀବୀ ବସ୍ତି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତି ଅଞ୍ଜନା କହିଛନ୍ତି, ବାଣୀବିହାର ଅଞ୍ଚଳରେ ଥିବା ଜଙ୍ଗଲକୁ ସଫାକରି ସେଠାରେ ଦେହଜୀବୀମାନେ ବାସଗୃହ ନିର୍ମାଣ କରି ରହିବା ସହ ଦେହ ବ୍ୟବସାୟ କରି ସେମାନଙ୍କ ଗୁଜରାଣ ମେଣ୍ଟାଇ ଆସୁଥିଲେ। ଏବେ ରାଜ୍ୟ ସରକାରଙ୍କ ମିଳିତ ସ୍କ୍ବାଡ୍‌ ସୁପ୍ର୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବସ୍ତିରେ ରହୁଥିବା ପାଖାପାଖି ୧୫ଟି ପରିବାରକୁ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ସେମାନେ ବାସହରା ହେବା ସହିତ ପିଲାଛୁଆଙ୍କୁ ଧରି ରାସ୍ତାକଡ଼ରେ ଶୀତ କାକରରେ ରାତ୍ରିଯାପନ କରୁଛନ୍ତି। ସେହିପରି ଓଡ଼ିଶା ବସ୍ତି ମହାସଂଘ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ବସ୍ତି, ଉଠାଦୋକାନ ଉଚ୍ଛେଦ କରି ଓଡ଼ିଶାକୁ ବିଶ୍ୱସ୍ତରରେ ବଦନାମ୍‌ କରିବା ପାଇଁ କିଛି ଅଣଓଡ଼ିଆ ଆଇଏଏସ୍‌ ଅଫିସରଙ୍କ ଏହା ସୁଚିିନ୍ତିତ ଷଡ଼ଯନ୍ତ୍ର। ତୁରନ୍ତ ଉଚ୍ଛେଦ ବନ୍ଦ ନ କଲେ ବସ୍ତିବାସିନ୍ଦା, ଉଠାଦୋକାନୀ ଏବଂ ଦେହଜୀବୀମାନେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପ୍ରତାପ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବସ୍ତିର ରାନୀ ସାହୁ, ରୀନା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?