Posted inଜାତୀୟ

ନିଜ ବୈଜ୍ଞାନିକ ମତବାଦ ପ୍ରଚାର କର

ନୂଆଦିଲ୍ଲୀ,୧୪ା୧୦: ବ୍ରିଟେନ୍‌ର ପ୍ରକୃତି ବିଜ୍ଞାନୀ ଚାଲର୍‌ସ ଡାର୍‌ଓ୍ବିନ୍‌ଙ୍କ ଇଭୋଲ୍ୟୁଶନ୍‌ ଥିଓରି (ବିବର୍ତ୍ତନବାଦ) ଅନୁସାରେ ସମସ୍ତ ଜୀବନ୍ତ ପ୍ରାଣୀଙ୍କ ବିବର୍ତ୍ତନ ଏକ ପ୍ରାକୃତିକ ଚୟନ ଜରିଆରେ ହୋଇଥାଏ। ସେହିପରି ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ ‘E = mc2’ ସମୀକରଣ ଜରିଆରେ ଦ୍ରବ୍ୟମାନ ଓ ଶକ୍ତିର ସମାନତା ପ୍ରତିପାଦିତ କରିଛନ୍ତି। ଡାର୍‌ଓ୍ବିନ୍‌ଙ୍କ ବିବର୍ତ୍ତନ ସିଦ୍ଧାନ୍ତ ଓ ଆଇନ୍‌ଷ୍ଟାଇଇନଙ୍କ ଆପେକ୍ଷିକ ତତ୍ତ୍ୱକୁ ଚ୍ୟାଲେଞ୍ଜକରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ ହୋଇଥିଲା। ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲ ଏବଂ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଡାରଓ୍ବିନ୍‌ଙ୍କ ବିବର୍ତ୍ତନ ସିଦ୍ଧାନ୍ତ ଏବଂ ଆଇନ୍‌ଷ୍ଟାଇନଙ୍କ ସମୀକରଣକୁ ଆବେଦନକାରୀ ଭୁଲ୍‌ ପ୍ରମାଣିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ମଞ୍ଚ ଲୋଡ଼ୁଛନ୍ତି। ଯଦି ତାଙ୍କର କିଛି ସ୍ବତନ୍ତ୍ର ଧାରଣା ଅଛି, ତେବେ ସେ ନିଜ ମତବାଦର ପ୍ରଚାରପ୍ରସାର କରିପାରନ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨ ଅଧୀନରେ ଏକ ରିଟ୍‌ ପିଟିଶନ ଦାଖଲ କରି ବୈଜ୍ଞାନିକ ମତବାଦଗୁଡ଼ିକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ଏହି ଅନୁଚ୍ଛେଦ କେବଳ ମୌଳିକ ଅଧିକାର ସମ୍ପର୍କରେ କହିଥାଏ।
କୋର୍ଟରୁମ୍‌କୁ ଗୈରିକ ପୋଷାକ ପରିଧାନ କରି ଆସିଥିବା ରାଜକୁମାର ଏହି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଛନ୍ତି। ପୂର୍ବରୁ ବିଜ୍ଞାନ ଛାତ୍ର ଥିବା ରାଜକୁମାର ଏଥିରେ ଉଲ୍ଲେଖ କରିଛନ୍ତି, ଡାରଓ୍ବିନ୍‌ଙ୍କ ସିଦ୍ଧାନ୍ତ ଓ ଆଇନ୍‌ଷ୍ଟାଇନଙ୍କ ବିଷୟରେ ସ୍କୁଲ କଲେଜରେ ପଢ଼ିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଗବେଷଣା କରି ଉଭୟଙ୍କ ମତବାଦ ଭୁଲ୍‌ ବୋଲି ଜାଣିବାକୁ ପାଇଛନ୍ତି। ତାଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଥିଲେ, ଆପଣ ନିଜ ଥିଓରିକୁ ଅଧିକ ବିକଶିତ କରି ତା’ର ପ୍ରଚାରପ୍ରସାର କରିପାରନ୍ତି। ଏହା ଉପରେ ସୁପ୍ରିମକୋର୍ଟ କ’ଣ କରିବେ? ୨ ବୈଜ୍ଞାନିକଙ୍କ ସିଦ୍ଧାନ୍ତ ଯୋଗୁ ଅନୁଚ୍ଛେଦ ୩୨ରେ ପ୍ରଦତ୍ତ ଆପଣଙ୍କର କେଉଁ ମୌଳିକ ଅଧିକାର ଉଲ୍ଲଂଘନ ହୋଇଛି ବୋଲି ସୁପ୍ରିମକୋର୍ଟ ରାଜକୁମାରଙ୍କୁ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri