Posted inଜାତୀୟ

୩୭୦ ଲାଗୁ ପ୍ରତିଶ୍ରୁତି ଅପମାନଜନକ

ପାଟନା, ୨୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ୩ଟି ସ୍ଥାନରେ ନିର୍ବାଚନ ରାଲି କରି ଭୋଟରଙ୍କୁ ମନାଇବା ଲାଗି ପ୍ରୟାସ କରିଛନ୍ତି। ବିହାରର ସାସାରାମ, ଗୟା ଓ ଭାଗଲପୁରରେ ସେ ବିରୋଧୀ କଂଗ୍ରେସ ଓ ଆର୍‌ଜେଡି ଉପରେ ବର୍ଷିଛନ୍ତି। ସାସାରାମରେ ଅନୁଷ୍ଠିତ ନିର୍ବାଚନୀ ରାଲିରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବାକୁ ବିରୋଧୀ ଦଳ ସହିପାରୁନି। ଏଥିଲାଗି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଉଛି। କ୍ଷମତାକୁ ଫେରିଲେ ପୁଣି ସେଠାରେ ୩୭୦ ଲାଗୁ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ଦେଶର ସୁରକ୍ଷା ଲାଗି ସୀମାରେ ରାଜ୍ୟର ଯୁବତୀଯୁବକମାନେ ମୁତୟନ ଥିବାବେଳେ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ବିହାର ଲାଗି ଅପମାନଜନକ ବୋଲି ମୋଦି ସାସାରାମ ରାଲିରେ କହିଛନ୍ତି।
ପୂର୍ବ ସରକାର ମାଓବାଦୀଙ୍କୁ ସମର୍ଥନ କରି ବିହାରକୁ ଦୁୁର୍ବଳ, ଦରିଦ୍ର କରିପକାଇଥିବା ସେ ପ୍ରକାଶ କରିଛନ୍ତି। ଆର୍‌ଜେଡିର ୧୫ ବର୍ଷ ଶାସନକାଳରେ ବିଭିନ୍ନ ଲୁଟ୍‌, ଅପରାଧ ଚରମସୀମାରେ ପହଞ୍ଚିଥିଲା। ଏନ୍‌ଡିଏ ବିରୋଧରେ ଲଢ଼ୁଥିବା ଦଳ ଦେଶର ଅଭିବୃଦ୍ଧି ଚାହାନ୍ତିନି। ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଏଠାରେ ବିକାଶ ପରିଲକ୍ଷିତ ହୋଇଛି। ଏନ୍‌ଡିଏ ସରକାର ପୁଣି ବିହାରରେ ଆସିଲେ ବିକାଶଧାରା ତ୍ୱରାନ୍ବିତ ହୋଇପାରିବ ବୋଲି ମୋଦି ଭାଗଲପୁର ରାଲିରେ ପ୍ରକାଶ କରିଥିଲେ।
ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ୯୦ ଦଶକର ଶାସନକୁ ସବୁଠାରୁ ଖରାପ ଥିଲା ବୋଲି କହି ମହାମେଣ୍ଟକୁ ସମାଲୋଚନା କରିଛନ୍ତି। ଲୋକଙ୍କ ଉନ୍ନତି ପରିବର୍ତ୍ତେ ସେତେବେଳେ ଜଙ୍ଗଲରାଜ୍‌ ଚାଲିଥିଲା। ଏବେ ଲୋକଙ୍କ ପାଖରେ ବିଜୁଳି ପହଞ୍ଚିଛି, ଲଣ୍ଠନ(ଆର୍‌ଜେଡିର ନିର୍ବାଚନୀ ଚିହ୍ନ)ର ଯୁଗ ଶେଷ ହୋଇଛି। ନୂଆ ପିଢ଼ି ପାଖରେ କିଛି ଅଛପା ନାହିଁ। ବିହାରକୁ ଆତ୍ମନିର୍ଭରଶୀଳ କରି ବିକାଶ ପଥରେ ଆଗେଇ ନେବା ଲାଗି ଏନ୍‌ଡିଏ ବିଜୟୀ ହେବା ଜରୁରୀ ବୋଲି ମୋଦି ରାଲିକୁ ସମ୍ବୋଧନ କରି କହିଥିଲେ। ପ୍ରକାଶଥାଉ କି, ୨୮ରୁ ବିହାର ବିଧାନସଭା ଲାଗି ଭୋଟଗ୍ରହଣ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ଏଠାରେ ମୋଟ ୧୨ ରାଲି କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?