Posted inଜାତୀୟ

୩୭୦ ଲାଗୁ ପ୍ରତିଶ୍ରୁତି ଅପମାନଜନକ

ପାଟନା, ୨୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ୩ଟି ସ୍ଥାନରେ ନିର୍ବାଚନ ରାଲି କରି ଭୋଟରଙ୍କୁ ମନାଇବା ଲାଗି ପ୍ରୟାସ କରିଛନ୍ତି। ବିହାରର ସାସାରାମ, ଗୟା ଓ ଭାଗଲପୁରରେ ସେ ବିରୋଧୀ କଂଗ୍ରେସ ଓ ଆର୍‌ଜେଡି ଉପରେ ବର୍ଷିଛନ୍ତି। ସାସାରାମରେ ଅନୁଷ୍ଠିତ ନିର୍ବାଚନୀ ରାଲିରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବାକୁ ବିରୋଧୀ ଦଳ ସହିପାରୁନି। ଏଥିଲାଗି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଉଛି। କ୍ଷମତାକୁ ଫେରିଲେ ପୁଣି ସେଠାରେ ୩୭୦ ଲାଗୁ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ଦେଶର ସୁରକ୍ଷା ଲାଗି ସୀମାରେ ରାଜ୍ୟର ଯୁବତୀଯୁବକମାନେ ମୁତୟନ ଥିବାବେଳେ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ବିହାର ଲାଗି ଅପମାନଜନକ ବୋଲି ମୋଦି ସାସାରାମ ରାଲିରେ କହିଛନ୍ତି।
ପୂର୍ବ ସରକାର ମାଓବାଦୀଙ୍କୁ ସମର୍ଥନ କରି ବିହାରକୁ ଦୁୁର୍ବଳ, ଦରିଦ୍ର କରିପକାଇଥିବା ସେ ପ୍ରକାଶ କରିଛନ୍ତି। ଆର୍‌ଜେଡିର ୧୫ ବର୍ଷ ଶାସନକାଳରେ ବିଭିନ୍ନ ଲୁଟ୍‌, ଅପରାଧ ଚରମସୀମାରେ ପହଞ୍ଚିଥିଲା। ଏନ୍‌ଡିଏ ବିରୋଧରେ ଲଢ଼ୁଥିବା ଦଳ ଦେଶର ଅଭିବୃଦ୍ଧି ଚାହାନ୍ତିନି। ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଏଠାରେ ବିକାଶ ପରିଲକ୍ଷିତ ହୋଇଛି। ଏନ୍‌ଡିଏ ସରକାର ପୁଣି ବିହାରରେ ଆସିଲେ ବିକାଶଧାରା ତ୍ୱରାନ୍ବିତ ହୋଇପାରିବ ବୋଲି ମୋଦି ଭାଗଲପୁର ରାଲିରେ ପ୍ରକାଶ କରିଥିଲେ।
ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ୯୦ ଦଶକର ଶାସନକୁ ସବୁଠାରୁ ଖରାପ ଥିଲା ବୋଲି କହି ମହାମେଣ୍ଟକୁ ସମାଲୋଚନା କରିଛନ୍ତି। ଲୋକଙ୍କ ଉନ୍ନତି ପରିବର୍ତ୍ତେ ସେତେବେଳେ ଜଙ୍ଗଲରାଜ୍‌ ଚାଲିଥିଲା। ଏବେ ଲୋକଙ୍କ ପାଖରେ ବିଜୁଳି ପହଞ୍ଚିଛି, ଲଣ୍ଠନ(ଆର୍‌ଜେଡିର ନିର୍ବାଚନୀ ଚିହ୍ନ)ର ଯୁଗ ଶେଷ ହୋଇଛି। ନୂଆ ପିଢ଼ି ପାଖରେ କିଛି ଅଛପା ନାହିଁ। ବିହାରକୁ ଆତ୍ମନିର୍ଭରଶୀଳ କରି ବିକାଶ ପଥରେ ଆଗେଇ ନେବା ଲାଗି ଏନ୍‌ଡିଏ ବିଜୟୀ ହେବା ଜରୁରୀ ବୋଲି ମୋଦି ରାଲିକୁ ସମ୍ବୋଧନ କରି କହିଥିଲେ। ପ୍ରକାଶଥାଉ କି, ୨୮ରୁ ବିହାର ବିଧାନସଭା ଲାଗି ଭୋଟଗ୍ରହଣ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ଏଠାରେ ମୋଟ ୧୨ ରାଲି କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri