ଯୁଦ୍ଧରୁ ଲାଭ

ଇସ୍ରାଏଲ-ହମାସ ଯୁଦ୍ଧ ୧୦ ମାସ ଅତିକ୍ରମ କରିଯାଇଥିବା ବେଳେ ଏହା ଏବେ ମଧ୍ୟପ୍ରାଚ୍ୟରେ ବିଷମ ସ୍ଥିତି ସୃଷ୍ଟି କଲାଣି। ପାଲେଷ୍ଟାଇନ୍‌ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ସେଠାରେ ବ୍ୟାପକ ଧନଜୀବନହାନି ଘଟୁଥିବାରୁ ମୁସଲିମ ରାଷ୍ଟ୍ରଗୁଡ଼ିକ ଉଗ୍ର ହେବାରେ ଲାଗିଲେଣି। ଏମିତି ଦେଖିଲେ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ବେଳୁ ଇରାନ୍‌ ସମର୍ଥିତ ହେଜବୋଲ୍ଲା ଗୋଷ୍ଠୀ ଓ ଇସ୍ରାଏଲ ସୈନ୍ୟଙ୍କ ମଧ୍ୟରେ ସୀମାନ୍ତ ଅଞ୍ଚଳରେ ଗୁଳିଗୋଳା ବିନିମୟ ଲାଗି ରହିଛି। ଉଲ୍ଲେଖଯୋଗ୍ୟ, ହେଜବୋଲ୍ଲା ହେଉଛି ଲେବାନନର ଇସ୍‌ଲାମିକ୍‌ କଠୋରପନ୍ଥୀ ଗୋଷ୍ଠୀ। ହମାସ ଉପରେ ହେଉଥିବା ଆକ୍ରମଣ ପାଇଁ ଏହା ଇସ୍ରାଏଲକୁ ଶତ୍ରୁ ଭାବେ ଧରି ନେଇଛି। ଜୁଲାଇ ଶେଷ ଆଡ଼କୁ ଇସ୍ରାଏଲ ସେନା ଲେବାନନ୍‌ର ବେରୁଟ୍‌ରେ ହେଜବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍‌ ଶୁକର୍‌ଙ୍କୁ ଏୟାର ଷ୍ଟ୍ରାଇକ୍‌ କରି ହତ୍ୟା କରିଥିବାରୁ ହେଜବୋଲ୍ଲା ଅଧିକ ପ୍ରତିଶୋଧପରାୟଣ ହୋଇଉଠିଛି। ଅନ୍ୟପକ୍ଷରେ ଇସ୍ରାଏଲ-ହମାସ ଯୁଦ୍ଧ ଭିତରକୁ ଅନ୍ୟ ରାଷ୍ଟ୍ର ଓ ସଙ୍ଗଠନଗୁଡ଼ିକ ଟାଣି ହୋଇ ଆସୁଥିବାରୁ ଇସ୍ରାଏଲ ଆକ୍ରମଣାତ୍ମକ ହୋଇପଡ଼ିଛି। ସଦ୍ୟ ଘଟଣାକ୍ରମରେ ଲେବାନନର ଦକ୍ଷିଣାଞ୍ଚଳରେ ଇସ୍ରାଏଲ ସେନା ୧୭ ଅଗଷ୍ଟରେ ଆକ୍ରମଣ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସିରିଆ ନାଗରିକ ଥିବାରୁ ଯୁଦ୍ଧ ପରିସର ବଢ଼ିବ ବୋଲି ଆଶଙ୍କା କରାଗଲାଣି।
ଏବର ସ୍ଥିତି ଦେଖିଲେ ଇସ୍ରାଏଲକୁ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମର୍ଥନ କରୁଥିବା ବେଳେ ହମାସ ପଛରେ ମୁସଲିମ ରାଷ୍ଟ୍ରଗୁଡ଼ିକ ଛିଡ଼ା ହେଲେଣି। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅଶାନ୍ତିକୁ ପ୍ରଶମିତ କରିବା ଲାଗି ଅନ୍ତର୍ଜାତୀୟ ମଧ୍ୟସ୍ଥି ଆରମ୍ଭ ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। କାତାର ରାଜଧାନୀ ଦୋହାରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ନେଇ ଚାଲିଥିବା ଆଲୋଚନା ୧୬ ଅଗଷ୍ଟରେ ସ୍ଥଗିତ ରହିଛି। ସେହି ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଟେଲିଫୋନ ମାଧ୍ୟମରେ କଥା ହୋଇ ପଶ୍ଚିମ-ଏସିଆରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବା ଲାଗି ପ୍ରସ୍ତାବ ଦେଇଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଲେବାନନର ଦକ୍ଷିଣ ଭାଗରେ ଇସ୍ରାଏଲର ଆକ୍ରମଣ ସୂଚାଇ ଦେଉଛି ଯେ, ଭାରତର ପ୍ରସ୍ତାବକୁ ନେତାନ୍ୟାହୁ ଖାତିର କରିନାହାନ୍ତି। ଶୁଣିବାକୁ ମିଳୁଥିଲା ଇସ୍ରାଏଲ ଉପରେ ଇରାନ୍‌ ଓ ହେଜବୋଲ୍ଲା ମିଳିତ ଆକ୍ରମଣ କରି ନେତ୍‌ନ୍ୟାହୁଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେବେ। ହେଲେ ଦୋହାଠାରେ ଚାଲିଥିବା ଶାନ୍ତି କଥାବାର୍ତ୍ତାକୁ ଅପେକ୍ଷା ଥିଲା। ଏବେ ଯୁଦ୍ଧବିରତି ଆଲୋଚନା ସ୍ଥଗିତ ହୋଇଯାଇଥିବାରୁ ସ୍ଥିତି ଆଗକୁ ଭୟଙ୍କର ହେବ ବୋଲି ଆଭାସ ମିଳିଲାଣି।
ବର୍ତ୍ତମାନ ବିଶ୍ୱରେ ଯୁଦ୍ଧ ଭଳି ସ୍ଥିତି ଚାରିଆଡ଼େ ଦେଖିବାକୁ ମିଳୁଛି। ରୁଷିଆର ପଡ଼ୋଶୀ ଅଞ୍ଚଳ ଉପରେ ଦୃଷ୍ଟି ରହିଛି। ଫଳରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅବସାନ ଘଟୁନାହିଁ। ସେହିଭଳି ଚାଇନା ସର୍ବଦା ଦକ୍ଷିଣ ଚାଇନା ସାଗରରେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏଭଳି ସ୍ଥଳେ ପାଶ୍ଚାତ୍ୟ ଦେଶ ବିଶେଷକରି ଆମେରିକା ପୃଥିବୀରେ ଦେଖାଦେଉଥିବା ଅନେକ ଅପ୍ରୀତିକର ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଇପାରେ। କେବଳ ଦେଖେଇ ହେବା ପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥ ଓ ଯୁଦ୍ଧବିରତି କଥା ଉଠାଉଛି। ଆନ୍ତରିକତାର ସହ ପଦକ୍ଷେପ ନିଆଯାଉ ନ ଥିବାରୁ ଅନେକ ଆଲୋଚନା ବିଫଳ ହୋଇଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଠିତ ଜାତିସଂଘ ଶାନ୍ତି ରକ୍ଷା ଦିଗରେ ବଡ଼ ସଙ୍ଗଠନ ଭାବେ କାର୍ଯ୍ୟ କରିବ ବୋଲି ଯେଉଁ ଆଶା ଓ ଭରସା ଥିଲା, ତାହା ଏବେ ତା’ର ଭୂମିକା ନିର୍ବାହ କରିବାରେ ଅସହାୟ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଆମେରିକାର ସର୍ବଦା ଚେଷ୍ଟା ରହୁଛି ମଧ୍ୟପ୍ରାଚ୍ୟରେ ଅଶାନ୍ତ ସ୍ଥିତି ଲାଗି ରହୁ। ସେଠାକାର ତୈଳ ସମ୍ପଦ ଉପରେ ନଜର ସହ ଯୁଦ୍ଧ ପରିସ୍ଥିତି ଚାଲିଥିଲେ ସାମରିକ ସାମଗ୍ରୀ ବିକ୍ରି ବଢ଼ିଚାଲିବ। ତେଣୁ ଆମେରିକା ଭଳି ପ୍ରଭାବଶାଳୀ ଦେଶ ଯେପର୍ଯ୍ୟନ୍ତ ଯୁଦ୍ଧ ସ୍ଥିତିରୁ ଲାଭ ଉଠାଇପାରୁ ଥିବେ, ସେତେବେଳ ଯାଏ ବିଶ୍ୱରେ ନିଷ୍ଠାର ସହ ଯୁଦ୍ଧବିରତି ଚେଷ୍ଟା ହେବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?