ପେସା ଶିକ୍ଷକତା, ନିଶା ପୁସ୍ତକ ରଚନା

ଭୋଗରାଇ,୫ା୯:ଛାତ୍ରଜୀବନରୁ ଆର୍ଥିକ ସଙ୍କଟ ଓ ସଂଘର୍ଷ ମଧ୍ୟରେ ଆଗକୁ ବଢ଼ିବାର ସଂକଳ୍ପ ନେଇଥିବା ନିଆରା ଶିକ୍ଷକ ହେଉଛନ୍ତି ସନ୍ତୋଷ କୁମାର ପାତ୍ର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନସ୍କରପୁର ଗ୍ରାମରେ ତାଙ୍କର ଘର। ତାଙ୍କ ମା’ ଶାରଦା ମଣି ଓ ପିତା ହେଉଛନ୍ତି ଉମାକାନ୍ତ ପାତ୍ର। ଜଣେ ସରଳ ନିଷ୍କପଟ ସାଧାରଣ ମଣିଷ ଭାବେ ସେ ସବୁଠି ସନ୍ତୋଷ ସାର ଭାବେ ପରିଚିତ। ସଭା, ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ , ରୋଗୀସେବା କି ସାଙ୍ଗଠନିକ କାର୍ଯ୍ୟ ହେଉ ତାଙ୍କର ଉପସ୍ଥିତି ଆବଶ୍ୟକତା ଲୋଡ଼ାଯାଇ ଥାଏ। ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ ଭାବେ ଶିକ୍ଷା ପ୍ରେମୀ ମହଲରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଛାତ୍ର ଜୀବନରୁ ଭବିଷ୍ୟତ ସ୍ବପ୍ନ ଦେଖୁଥିବା ଏବଂ ଏହାକୁ ସଫଳ କରିବା ପାଇଁ ଅକ୍ଲାନ୍ତ ସାଧନାରେ ବ୍ରତୀହୋଇ ଏମ୍‌ଏ ଠାରୁ ଏମ୍‌ ଫିଲ୍‌ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ଅର୍ଜନ କରିଛନ୍ତି। ଶିକ୍ଷା ସମାପ୍ତିପରେ ୧୯୭୯ଠାରୁ ୨୦୨୦ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଭୋଗରାଇ ସୀମାନ୍ତ ଭୋଳାନାଥ ବିଦ୍ୟାପୀଠ, ବାଡ଼ସରିସାଠାରେ ଗଣିତ ଶିକ୍ଷକ ଭାବେ ଶିକ୍ଷକତା ବୃତ୍ତି ସେ ଆପଣେଇ ଥିଲେ। ସାହିତ୍ୟ, ଇଂରାଜୀରେ ମଧ୍ୟ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଛି। ଇଂରାଜୀ ବ୍ୟାକରଣକୁ କବିତା ମାଧ୍ୟମରେ ପ୍ରକାଶ କରିବା ତାଙ୍କର ଏକ ଅନବଦ୍ୟ ସୃଷ୍ଟି। ଛାତ୍ର ଜୀବନରୁ କବିତା ରଚନା କରିବା ସହିତ ଅଦ୍ୟାବଧି ୧୦ରୁ ଊଦ୍ଧ୍ୱର୍ର୍ କବିତା ପୁସ୍ତକ, ଉପନ୍ୟାସ, ପ୍ରବନ୍ଧ, ନାଟକ ଓ ଗବେଷଣାତ୍ମକ ପୁସ୍ତକ ରଚୟିତା ଭାବେ ସାରସ୍ବତ ଜଗତକୁ ସେ କରିଛନ୍ତି ରୁଦ୍ଧିମନ୍ତ। ସୀମାନ୍ତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରସାର କରିବା ଦିଗରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ଉଦ୍ୟମରେ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ଛାତ୍ରୀଛାତ୍ର ଆଜି ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ରୁପ୍‌ସା ଓ ସୋହରିଆ ହାଇସ୍କୁଲରେ ନିଷ୍ଠାପର ଭାବେ କାର୍ଯ୍ୟକରି ଅବସର ନେଇଥିଲେ ମଧ୍ୟ ସେ ଥକି ପଡ଼ି ନାହାନ୍ତି। ବିନା ଅର୍ଥରେ ଛାତ୍ରୀଛାତ୍ରମାନଙ୍କୁ ପାଠ ପଢ଼ାଇବା ସହିତ ସାହିତ୍ୟ ସାଧନା ଜାରି ରଖିଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବେ ଶିକ୍ଷାପ୍ରେମୀ ମହଲରେ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି। କେନ୍ଦ୍ର, ରାଜ୍ୟ ଓ ବହୁ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି।

ପ୍ରଦୀପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri