ପାଣି ପାଇଁ ସମସ୍ୟା ଭୋଗୁଛନ୍ତି କାମ୍ପ ମାଲିଗାଁବାସୀ

ରାୟଗଡ଼ା ଅଫିସ/ରାୟଗଡ଼ା,(ସ୍ବ.ପ୍ର.)୪ା୪: ରାୟଗଡ଼ା ଜିଲା ଗଠନର ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ବହୁ ଗ୍ରାମାଞ୍ଚଳରେ ପାନୀୟ ଜଳର ଅସୁବିଧା ଲାଗି ରହିଛି। ଗ୍ରୀଷ୍ମ ଆରମ୍ଭରୁ ଜିଲାବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶାସନିକ ଆନ୍ତରିକତା ଅଭାବ ସମସ୍ୟା ସମାଧାନ ହୋଇ ନ ପାରିବାର ମୁଖ୍ୟ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି ା
ରାୟଗଡ଼ା ବ୍ଲକ ଅନ୍ତର୍ଗତ କାମ୍ପ ମାଲିଗାଁ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ଗ୍ରାମରେ ଥିବା ପାଣି ମୋଟର ୧୦ ଦିନରୁ ଉର୍ଦ୍ଧ୍ୱ ହେବ ଅଚଳ ହୋଇ ପଡ଼ିରହିଛି। ଏହାର ମରାମତି ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସୁଫଳ ମିଳିଲାନି। ତେଣୁ ସୋମବାର ସ୍ଥାୟୀ ଲୋକ ଅଦାଲତରେ ଅଭିଯୋଗ କରିଛନ୍ତି କାମ୍ପ ମାଲିଗାଁ ଗ୍ରାମବାସୀ । ଗ୍ରାମରେ ୩୫୦ରୁ ୪୦୦ ଘର ରହିଛି  । ହେଲେ ପାନୀୟ ଜଳର ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ। ଗ୍ରାମବାସୀଙ୍କ କହିବାନୁସାରେ ୧୦ ଦିନ ହେଲା ପାଣି ପମ୍ପ କାମ କରୁନାହିଁ । ଯଦ୍ୱାରା ଗାଁର କୌଣସ ଷ୍ଟାଣ୍ଡ ପୋଷ୍ଟ କିମ୍ବା ଘରେ ଲାଗିଥିବା ପାଇପରେ ପାଣି ଆସୁନାହିଁ । ପାନୀୟ ଜଳ ଟୋପାଏ ପାଇବା ମୁସ୍କିଲ ହୋଇଯାଉଛି ା ସମସ୍ୟା ସମଧାନ ପାଇଁ ଗ୍ରାମବାସୀ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ ବୋଲି ଗ୍ରାମର ବି.ଗୋବିନ୍ଦ ପଟନାୟକ କହିଛନ୍ତି । ଏଣୁ ଗ୍ରାମବାସୀ ପଞ୍ଚାୟତ ସମିତି ଆଇନ ସହାୟତା ସେଲ ଓ ସ୍ଥାନୀୟ ସରପଞ୍ଚ କବିତା ହୁଇକାଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଶୁକ୍ରବାର ପଞ୍ଚାୟତ ସମିତି ଆଇନ ସହାୟତା ସେଲର ଆଇନଜୀବୀ ୱାଇ.ଶ୍ରୀନିବାସ ଓ ଦମୟନ୍ତୀ ମହାନନ୍ଦିଆ କାମ୍ପ ମାଲିଗାଁକୁ ଯାଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ଅନୁସାରେ ସେଠାରେ ପାଣି ପମ୍ପ ଅଚଳ ଯୋଗୁଁ ପାନୀୟ ଜଳର ସମସ୍ୟା ଦେଖାଦେଇଛି । ଏହାକୁ ଭିତ୍ତିକରି ସୋମବାର ପଞ୍ଚାୟତ ସମିତି ଆଇନ ସହାୟତା ସେଲ ସହଯୋଗରେ ସ୍ଥାୟୀ ଲୋକ ଅଦାଲତରେ ଗ୍ରାମବାସୀ ଅଭିଯୋଗ ଦାଖଲ କରିଛନ୍ତି। ଏହି ଅଭିଯୋଗ ଦାଖଲ ସମୟରେ ଗ୍ରାମବାସୀଙ୍କ ସହିତ ଆଇନଜୀବୀ ୱାଇ.ଶ୍ରୀନିବାସ, ବାବୁ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏନେଇ ସ୍ଥାୟୀ ଲୋକ ଅଦାଲତ ବିଚାରପତି ନିବେଦିତା ପଣ୍ଡା ପାଣି ପମ୍ପ ଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଅନ୍ୟପକ୍ଷରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀପ୍ତିମୟୀ ବାଟଲାଭତ୍ରାଙ୍କୁ ପଚାରିବାରୁ, ପାଣି ମୋଟର ପମ୍ପ ଅଚଳ ନେଇ ରବିବାର ଗ୍ରାମବାସୀ ଜଣାଇଥିଲେ ଏବଂ ସୋମବାର ଏହାର ମରାମତି କରିଦିଆଯାଇଛି ବୋଲି କହିଛନ୍ତି।
ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଜେନା କହିଛନ୍ତି, ପଞ୍ଚାୟତରେ ମୋଟର ଖରାପ ହେଲେ ମରାମତି କରିବା ପାଇଁ ଫଣ୍ଡ ରହିଛି। ହେଲେ କାହିଁକି ମରାମତି ହୋଇ ନ ଥିଲା ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri