ଆରମ୍ଭ ପୂର୍ବରୁ ଅକଳରେ

ଢେଙ୍କାନାଳ ଅଫିସ୍‌,୨୬।୬: ଶିଳ୍ପ ଜିଲା ଢେଙ୍କାନାଳ ହେବ କ୍ରୀଡ଼ାର ପେଣ୍ଠସ୍ଥଳ। କେବଳ ହକି, ଫୁଟ୍‌ବଲ୍‌ କିମ୍ବା କ୍ରିକେଟ୍‌ ମଧ୍ୟରେ ସୀମିତ ନ ରହି ଆନୁଷଙ୍ଗିକ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ। ବ୍ୟାଣ୍ଟମିଣ୍ଟନ୍‌ ଭଳି ଖେଳ ଏବଂ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯିବ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ପରିକଳ୍ପନା କରାଯାଇଥିଲା ସ୍ପୋଟର୍‌ସ ହବ୍‌ର। ତେବେ ଆରମ୍ଭ ପୂର୍ବରୁ ଅକଳରେ ପଡ଼ିଛି ଏହି ବହୁମୁଖୀ କ୍ରୀଡ଼ାକେନ୍ଦ୍ର। ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ବ୍ୟାଡ୍‌ମିଣ୍ଟନ ଖେଳ ଲାଗି ନିର୍ମାଣ ହୋଇଥିବା ୬୦ ଲକ୍ଷ ଟଙ୍କାର ଇନ୍‌ଡୋର ହଲ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହି ପ୍ରସଙ୍ଗରେ ପୂର୍ତ୍ତ ବିଭାଗ ଏବଂ କ୍ରୀଡ଼ା ବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାବେଳେ ମଝିରେ ପେଷି ହେଉଛନ୍ତି ଉନ୍ନତ ପ୍ରଶିକ୍ଷଣ ଲକ୍ଷ୍ୟରେ ଥିବା କ୍ରୀଡ଼ାବିତ୍‌।
ଢେଙ୍କାନାଳର ପ୍ରତିଭାବାନ ଖେଳାଳିଙ୍କୁ ଏକ ଅତ୍ୟାଧୁନିକ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଜିଲା କୃଷି କାର୍ଯ୍ୟଳୟ ପଛପଟେ ନିର୍ମାଣ କରାଯାଇଛି ସ୍ପୋର୍ଟସ୍‌ ହବ୍‌। ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ଉତ୍ସାହ ବୃଦ୍ଧି ପାଇଁ ୬୦ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇ ଇନ୍‌ଡୋର ହଲ୍‌। ୨୦୧୮ରେ ଏହା ଆରମ୍ଭ ହୋଇଥିବାବେଳେ ୨୦୨୧ ଜାନୁୟାରୀ ସୁଦ୍ଧା କାର୍ଯ୍ୟ ଶେଷ ହୋଇଛି। ତେବେ ତ୍ରୁଟିପୂର୍ଣ୍ଣ ଭାବେ ବ୍ୟାଡମିଣ୍ଟନ କୋର୍ଟ ପ୍ରସ୍ତୁତ କରାଯାଇଥିବାରୁ ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ନିୟମ ଅନୁଯାୟୀ ବ୍ୟାଡ୍‌ମିଣ୍ଟନ ଖେଳ ପାଇଁ ୨ଟି କୋର୍ଟ ନିର୍ମାଣ କରାଯିବା କଥା। କିନ୍ତୁ ଏଠାରେ ମାତ୍ର ଗୋଟିଏ କୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିଲାଗି ଆବଶ୍ୟକ ଉନ୍ନତମାନର ମ୍ୟାଟ୍‌ର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହୋଇଥିବାବେଳେ ଶସ୍ତା ଉପକରଣରେ କାମ ଚଳାଇଦିଆଯାଇଛି। ବ୍ୟାଡ୍‌ମିଣ୍ଟନ କୋର୍ଟ ଭିତ୍ତିଭୂମି ତିଆରି କରାଯିବା ପୂର୍ବରୁ କୌଣସି ଅଭିଜ୍ଞ କ୍ରୀଡ଼ାବିତଙ୍କ ପରାମର୍ଶ ନିଆଯାଇ ନ ଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଆରମ୍ଭରୁ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉନାହିଁ।
ଅନ୍ୟପଟେ ସ୍ପୋର୍ଟସ୍‌ ହବ୍‌ ଜାଗାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଜମି କୃଷି ବିଭାଗ ଅଧୀନରେ ଥିବାରୁ ନିୟମ ଅନୁଯାୟୀ ଏହାକୁ କ୍ରୀଡ଼ା ବିଭାଗ ଗ୍ରହଣ କରିପାରିବ ନାହିଁ। ଉକ୍ତ ଜମି କ୍ରୀଡ଼ା ବିଭାଗ ଅଧୀନକୁ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ତେବେ କେଉଁ ପରିସ୍ଥିତିରେ କୃଷି ବିଭାଗ ଜମିରେ କ୍ରୀଡ଼ାକେନ୍ଦ୍ର ପ୍ରତିଷ୍ଠା କରାଗଲା ଏବଂ ଏବେ ଯେଉଁ ବିବାଦ ଆରମ୍ଭ ହୋଇଛି ତାହାର ସମାଧାନ କିପରି ହେବ ସେ ନେଇ କାହାରି ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଇତିମଧ୍ୟରେ ଗତ ମେ ୩୧ରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଅବସର ଗ୍ରହଣ କରିଛନ୍ତି। ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ଏଭଳି ସ୍ଥିତିରେ ଇନ୍‌ଡୋର ହଲ୍‌ ଭାଗ୍ୟ କେବେ ଖୋଲିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଜିଲା ବ୍ୟାଡମିଣ୍ଟନ ଆସୋସିଏଶନ ସମ୍ପାଦକ ଟଙ୍କଧର ବେହେରା କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଇନ୍‌ଡୋର ହଲ୍‌ ତିଆରି ହେଲା। କିନ୍ତୁ ଦୂରଦୃଷ୍ଟି ଅଭାବରୁ ଏହା ଖେଳ ଉପଯୋଗୀ ହୋଇପାରୁନାହିଁ। ଏ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ଜରୁରୀ।
ଏ ନେଇ ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କୁହନ୍ତି, ୨୦୧୮ରେ ତତ୍କାଳୀନ ଜିଲାପାଳଙ୍କ ନିର୍ଦ୍ଦେଶରେ କୃଷି ବିଭାଗର ଜାଗାରେ ବ୍ୟାଡ୍‌ମିଣ୍ଟନ ଖେଳ ପାଇଁ ଇନ୍‌ଡୋର ହଲ୍‌ ନିର୍ମାଣ ନିଷ୍ପତ୍ତି ହୋଇଥିଲା। ନିର୍ମାଣ ସମୟରେ କ୍ରୀଡ଼ା ବିଭାଗ, ବ୍ୟାଡ୍‌ମିଣ୍ଟନ ଖେଳରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ସହ ପୂର୍ତ୍ତ ବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇ ନ ଥିଲା। କୃଷି ବିଭାଗ ଜାଗାରେ କ୍ରୀଡ଼ା ବିଭାଗ କୌଣସି କାମ କରିପାରିବ ନାହିଁ। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଥିବାବେଳେ ସମସ୍ୟାର ସମାଧାନ ପାଇଁ ସେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ମଞ୍ଜୁର ହୋଇଥିବା ଅନୁଦାନ ଟଙ୍କାରେ ଇନ୍‌ଡୋର ହଲ୍‌ ନିର୍ମାଣ କରାଯାଇଛି। ହଲ୍‌ ମଧ୍ୟରେ କୋର୍ଟ ନିର୍ମାଣ ସମୟରେ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ବୈଷୟିକ ସହାୟତା ମିଳିଲାନାହିଁ। ଅଭିଜ୍ଞତା ଥିବା କୌଣସି ବ୍ୟକ୍ତି ସହଯୋଗ କଲେ ନାହିଁ। ଖେଳ ଉପଯୋଗୀ ଆବଶ୍ୟକ ନୂତନ ମ୍ୟାଟ୍‌ ପାଇଁ ବ୍ୟୟ ଅଟକଳ କରି ଦେବାପରେ ବିଭାଗ ପକ୍ଷରୁ ତାହାକୁ ଲଗାଇବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?