ଆରମ୍ଭ ପୂର୍ବରୁ ଅକଳରେ

ଢେଙ୍କାନାଳ ଅଫିସ୍‌,୨୬।୬: ଶିଳ୍ପ ଜିଲା ଢେଙ୍କାନାଳ ହେବ କ୍ରୀଡ଼ାର ପେଣ୍ଠସ୍ଥଳ। କେବଳ ହକି, ଫୁଟ୍‌ବଲ୍‌ କିମ୍ବା କ୍ରିକେଟ୍‌ ମଧ୍ୟରେ ସୀମିତ ନ ରହି ଆନୁଷଙ୍ଗିକ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ। ବ୍ୟାଣ୍ଟମିଣ୍ଟନ୍‌ ଭଳି ଖେଳ ଏବଂ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯିବ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ପରିକଳ୍ପନା କରାଯାଇଥିଲା ସ୍ପୋଟର୍‌ସ ହବ୍‌ର। ତେବେ ଆରମ୍ଭ ପୂର୍ବରୁ ଅକଳରେ ପଡ଼ିଛି ଏହି ବହୁମୁଖୀ କ୍ରୀଡ଼ାକେନ୍ଦ୍ର। ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ବ୍ୟାଡ୍‌ମିଣ୍ଟନ ଖେଳ ଲାଗି ନିର୍ମାଣ ହୋଇଥିବା ୬୦ ଲକ୍ଷ ଟଙ୍କାର ଇନ୍‌ଡୋର ହଲ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହି ପ୍ରସଙ୍ଗରେ ପୂର୍ତ୍ତ ବିଭାଗ ଏବଂ କ୍ରୀଡ଼ା ବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାବେଳେ ମଝିରେ ପେଷି ହେଉଛନ୍ତି ଉନ୍ନତ ପ୍ରଶିକ୍ଷଣ ଲକ୍ଷ୍ୟରେ ଥିବା କ୍ରୀଡ଼ାବିତ୍‌।
ଢେଙ୍କାନାଳର ପ୍ରତିଭାବାନ ଖେଳାଳିଙ୍କୁ ଏକ ଅତ୍ୟାଧୁନିକ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଜିଲା କୃଷି କାର୍ଯ୍ୟଳୟ ପଛପଟେ ନିର୍ମାଣ କରାଯାଇଛି ସ୍ପୋର୍ଟସ୍‌ ହବ୍‌। ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ଉତ୍ସାହ ବୃଦ୍ଧି ପାଇଁ ୬୦ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇ ଇନ୍‌ଡୋର ହଲ୍‌। ୨୦୧୮ରେ ଏହା ଆରମ୍ଭ ହୋଇଥିବାବେଳେ ୨୦୨୧ ଜାନୁୟାରୀ ସୁଦ୍ଧା କାର୍ଯ୍ୟ ଶେଷ ହୋଇଛି। ତେବେ ତ୍ରୁଟିପୂର୍ଣ୍ଣ ଭାବେ ବ୍ୟାଡମିଣ୍ଟନ କୋର୍ଟ ପ୍ରସ୍ତୁତ କରାଯାଇଥିବାରୁ ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ନିୟମ ଅନୁଯାୟୀ ବ୍ୟାଡ୍‌ମିଣ୍ଟନ ଖେଳ ପାଇଁ ୨ଟି କୋର୍ଟ ନିର୍ମାଣ କରାଯିବା କଥା। କିନ୍ତୁ ଏଠାରେ ମାତ୍ର ଗୋଟିଏ କୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିଲାଗି ଆବଶ୍ୟକ ଉନ୍ନତମାନର ମ୍ୟାଟ୍‌ର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହୋଇଥିବାବେଳେ ଶସ୍ତା ଉପକରଣରେ କାମ ଚଳାଇଦିଆଯାଇଛି। ବ୍ୟାଡ୍‌ମିଣ୍ଟନ କୋର୍ଟ ଭିତ୍ତିଭୂମି ତିଆରି କରାଯିବା ପୂର୍ବରୁ କୌଣସି ଅଭିଜ୍ଞ କ୍ରୀଡ଼ାବିତଙ୍କ ପରାମର୍ଶ ନିଆଯାଇ ନ ଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଆରମ୍ଭରୁ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉନାହିଁ।
ଅନ୍ୟପଟେ ସ୍ପୋର୍ଟସ୍‌ ହବ୍‌ ଜାଗାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଜମି କୃଷି ବିଭାଗ ଅଧୀନରେ ଥିବାରୁ ନିୟମ ଅନୁଯାୟୀ ଏହାକୁ କ୍ରୀଡ଼ା ବିଭାଗ ଗ୍ରହଣ କରିପାରିବ ନାହିଁ। ଉକ୍ତ ଜମି କ୍ରୀଡ଼ା ବିଭାଗ ଅଧୀନକୁ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ତେବେ କେଉଁ ପରିସ୍ଥିତିରେ କୃଷି ବିଭାଗ ଜମିରେ କ୍ରୀଡ଼ାକେନ୍ଦ୍ର ପ୍ରତିଷ୍ଠା କରାଗଲା ଏବଂ ଏବେ ଯେଉଁ ବିବାଦ ଆରମ୍ଭ ହୋଇଛି ତାହାର ସମାଧାନ କିପରି ହେବ ସେ ନେଇ କାହାରି ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଇତିମଧ୍ୟରେ ଗତ ମେ ୩୧ରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଅବସର ଗ୍ରହଣ କରିଛନ୍ତି। ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ଏଭଳି ସ୍ଥିତିରେ ଇନ୍‌ଡୋର ହଲ୍‌ ଭାଗ୍ୟ କେବେ ଖୋଲିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଜିଲା ବ୍ୟାଡମିଣ୍ଟନ ଆସୋସିଏଶନ ସମ୍ପାଦକ ଟଙ୍କଧର ବେହେରା କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଇନ୍‌ଡୋର ହଲ୍‌ ତିଆରି ହେଲା। କିନ୍ତୁ ଦୂରଦୃଷ୍ଟି ଅଭାବରୁ ଏହା ଖେଳ ଉପଯୋଗୀ ହୋଇପାରୁନାହିଁ। ଏ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ଜରୁରୀ।
ଏ ନେଇ ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କୁହନ୍ତି, ୨୦୧୮ରେ ତତ୍କାଳୀନ ଜିଲାପାଳଙ୍କ ନିର୍ଦ୍ଦେଶରେ କୃଷି ବିଭାଗର ଜାଗାରେ ବ୍ୟାଡ୍‌ମିଣ୍ଟନ ଖେଳ ପାଇଁ ଇନ୍‌ଡୋର ହଲ୍‌ ନିର୍ମାଣ ନିଷ୍ପତ୍ତି ହୋଇଥିଲା। ନିର୍ମାଣ ସମୟରେ କ୍ରୀଡ଼ା ବିଭାଗ, ବ୍ୟାଡ୍‌ମିଣ୍ଟନ ଖେଳରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ସହ ପୂର୍ତ୍ତ ବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇ ନ ଥିଲା। କୃଷି ବିଭାଗ ଜାଗାରେ କ୍ରୀଡ଼ା ବିଭାଗ କୌଣସି କାମ କରିପାରିବ ନାହିଁ। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଥିବାବେଳେ ସମସ୍ୟାର ସମାଧାନ ପାଇଁ ସେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ମଞ୍ଜୁର ହୋଇଥିବା ଅନୁଦାନ ଟଙ୍କାରେ ଇନ୍‌ଡୋର ହଲ୍‌ ନିର୍ମାଣ କରାଯାଇଛି। ହଲ୍‌ ମଧ୍ୟରେ କୋର୍ଟ ନିର୍ମାଣ ସମୟରେ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ବୈଷୟିକ ସହାୟତା ମିଳିଲାନାହିଁ। ଅଭିଜ୍ଞତା ଥିବା କୌଣସି ବ୍ୟକ୍ତି ସହଯୋଗ କଲେ ନାହିଁ। ଖେଳ ଉପଯୋଗୀ ଆବଶ୍ୟକ ନୂତନ ମ୍ୟାଟ୍‌ ପାଇଁ ବ୍ୟୟ ଅଟକଳ କରି ଦେବାପରେ ବିଭାଗ ପକ୍ଷରୁ ତାହାକୁ ଲଗାଇବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri