Posted inଫୁରସତ

କକ୍ଷପଥରେ ଗ୍ରହର ସମ୍ଭାବ୍ୟ ମିଳନ

ନୂଆଦିଲ୍ଲୀ:ନିକଟରେ ଜ୍ୟୋତିର୍ବିଜ୍ଞାନିମାନେ ଏକ ଦୂର ତାରାର ସମାନ କକ୍ଷପଥ ଥିବା ଗୋଟିଏ ଗ୍ରହର ସମ୍ଭାବ୍ୟ ଯୁଗଳର ଅନୁସନ୍ଧାନ କରିଛନ୍ତି। ଅନୁସନ୍ଧାନକାରୀମାନେ ଗ୍ରହାବଶେଷଗୁଡ଼ିକର ଏକ ସ୍ଥାନ ଚିହ୍ନଟ କରିଛନ୍ତି, ଯାହା ଗ୍ରହର କକ୍ଷପଥକୁ ସୂଚିତ କରୁଛି। ଏହା ଏକ ନୂଆ ଗ୍ରହ ବିଲ୍ଡିଂର ବ୍ଲକ କିମ୍ବା ପୂର୍ବରୁ ସୃଷ୍ଟି ହୋଇଥିବା ଅବଶିଷ୍ଟାଂଶ ହୋଇପାରେ। ଯଦି ୨ଟି ଏକ୍ସପୋପ୍ଲାନେଟ୍‌ ଆମ ସୌରଜଗତ ବାହାରେ ଥିବା ଗ୍ରହ ଗୋଟିଏ କକ୍ଷପଥର ଅଂଶବିଶେଷ ହେବା ନିଶ୍ଚିତ ହୋଇଯିବ, ଯାହା ଏପର୍ଯ୍ୟନ୍ତର ସବୁଠୁ ଶକ୍ତିଶାଳୀ ପ୍ରମାଣ ହେବ। ଜ୍ୟୋତିର୍ବିଜ୍ଞାନୀ ଏବଂ ଜ୍ୟୋତିର୍ବିଜ୍ଞାନ ପ୍ରକାଶିତ ଖବରକାଗଜର ନେତ୍‌ୃତ୍ୱ ନେଇଥିବା ଓଲ୍‌ଗା ବାଲ୍‌ସାଲୋବ୍ରି କହିଛନ୍ତି, ୨ ଦଶନ୍ଧି ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ, ସମାନ ଓଜନର ଗ୍ରହ ଯୁଗଳ ସେମାନଙ୍କ ତାରା, ତଥାକଥିତ ଟ୍ରାଇଜୋନ୍‌ ଏବଂ ସହ କକ୍ଷପଥର ଚାରିପାଖରେ ସମାନ କକ୍ଷପଥ ବାଣ୍ଟିପାରନ୍ତି। ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଏହି ଧାରଣା ସପକ୍ଷରେ ପ୍ରମାଣ ପାଇଛନ୍ତି। ସ୍ପେନ୍‌ର ମାଡ୍ରିଡ୍‌ରେ ଥିବା ସେଣ୍ଟର ଫର୍‌ ଆଷ୍ଟ୍ରୋବାୟୋଲୋଜିର ଛାତ୍ରାମାନେ ଯୋଗଦେଇ କହିଛନ୍ତି, ଆମେ କଳ୍ପନା କରିପାରିବା କି ବୃହସ୍ପତି ପରି ଏକ ଗ୍ରହ ହଜାର ହଜାର କ୍ଷୁଦ୍ରଗ୍ରହ ସହ ଏହାର କକ୍ଷପଥ ବାଣ୍ଟିପାରେ। କିନ୍ତୁ ଗ୍ରହମାନେ ସମାନ କକ୍ଷପଥରେ ଅଂଶୀଦାର ହୋଇପାରିବେ ବୋଲି କୁହାଯାଇପାରେ। ଟ୍ରୋଜନ୍‌ସ ହେଉଛି ଏକ କ୍ଷୁଦ୍ର ପଥର ଖଣ୍ଡ ଯାହା ଆମ ସୌରଜଗତରେ ଗ୍ରହ ସହ ସମାନ କକ୍ଷପଥରେ ବୁଲିଥାଏ। ବୃହସ୍ପତିର ଟ୍ରୋଜନ୍‌ କ୍ଷୁଦ୍ରଗ୍ରହ ହେଉଛି ଏହାର ଉଦାହରଣ। ଏଗୁଡ଼ିକ ହେଉଛି ୧୨ ହଜାରରୁ ଅଧିକ ପଥର ଖଣ୍ଡ ଯାହା ସାଧାରଣତଃ ସୂର୍ଯ୍ୟର ବଡ଼ ଗ୍ରହ(ହାଇଡ୍ରୋଜେନ୍‌ ଏବଂ ହିଲିୟମ୍‌ ଥିବା ମିଶ୍ରଣ ଗ୍ରହ) ସହିତ ସମାନ କକ୍ଷପଥରେ ବୁଲିଥାଏ। ଜ୍ୟୋତିର୍ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି କି ଟ୍ରୋଜନ୍‌ସ ସୂର୍ଯ୍ୟ ବ୍ୟତୀତ ଅନ୍ୟ ତାରାଙ୍କ ନିକଟରେ ମଧ୍ୟ ରହିପାରନ୍ତି। ହେଲେ ଏହାକୁ ପ୍ରମାଣିତ କରାଯାଇପାରି ନାହିଁ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହି ଗ୍ରହାବଶେଷଗୁଡ଼ିକ ବିଶ୍ୱରେ ଥିବା ଏକ ଟ୍ରୋଜନ୍‌ ଦୁନିଆକୁ କିମ୍ବା ଏକ ଗ୍ରହକୁ ସୂଚାଉ ଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?