Posted inଜାତୀୟ

ମହିଳା ଶୋଭାଯାତ୍ରାର ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୧୨(ଆଇଏଏନ୍‌ଏସ୍‌): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚତ୍ଛି। ସମସ୍ତ ରାଜ୍ୟ ରାଜଧାନୀରେ ମହିଳା ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ଏଥିରେ ମହିଳାଙ୍କ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ଘୋଷଣା କରାଯିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଶୋଭାଯାତ୍ରାର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୧୫ରୁ ରାଜ୍ୟ ସ୍ତରରେ ଦଳ ଏଥିପାଇଁ ପ୍ରସ୍ତୁତି ବୈଠକ କରିବାକୁ ଥିବାବେଳେ ପରେ ଜିଲା ଓ ବ୍ଲକ୍‌ ସ୍ତରରେ ବୈଠକ ହେବ। ଏହା ବ୍ୟତୀତ ଭାରତ ଯୋଡ଼ୋ ଯାତ୍ରା ମାସେ ପାଇଁ ବୁଥ୍‌ ସ୍ତରରେ ଆରମ୍ଭ ହେବ। ଏହି ଯାତ୍ରାରେ ଭାଗନେଇଥିବା ଦଳୀୟ ନେତା ଓ କର୍ମୀ ରାହୁଲ ଗାନ୍ଧୀଙ୍କ ଲିଖିତ ପତ୍ର ଏବଂ ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଜନସାଧାରଣଙ୍କୁ ବାଣ୍ଟିବେ। ଯାତ୍ରା ଶେଷ ହେବା ପରେ ସବୁ ଜିଲାରେ ବ୍ଲକ୍‌ସ୍ତରୀୟ ସମ୍ମିଳନୀ ହେବ, ଯେଉଁଥିରେ ରାଜ୍ୟ କଂଗ୍ରେସ ସଭାପତି ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ନେତା ଯୋଗଦେବେ। ଶେଷରେ ପ୍ରତି ରାଜ୍ୟରେ କଂଗ୍ରେସ ଅଧ୍ୟକ୍ଷ ଓ ପୂର୍ବତନ ଅଧ୍ୟକ୍ଷ ରାଲି କରିବା ସହ ରାଜ୍ୟସ୍ତରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ।

ଆସନ୍ତା ବର୍ଷ ଜାନୁୟାରୀ ୨୬ରୁ କଂଗ୍ରେସର ‘ହାତ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀରେ ରାୟପୁରଠାରେ ଦଳର ପୂର୍ଣ୍ଣ ଅଧିବେଶନ ଡକାଯାଇଛି। ଦଳର କାର୍ଯ୍ୟକ୍ରମର ସିଧା ପ୍ରସାରଣ ବିଶାଳ ସ୍କ୍ରିନ୍‌ରେ କରାଯିବ ଏବଂ ପ୍ରତି ରାଜ୍ୟର ମୁଖ୍ୟ ସ୍ଥାନଗୁଡ଼ିକରେ ପ୍ରଦର୍ଶିତ ହେବ। ରାୟପୁରରେ କଂଗ୍ରେସର ୩ ଦିନିଆ ପ୍ଲେନାରୀ ସେସନ୍‌ ପରେ ମେଗା ରାଲି ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri