Odisha Elections 2024

ଆରମ୍ଭ ହେଲାଣି ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ,୧୨ା୧୨: କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଖୋଲି ନ ଥିବାରୁ ବିକ୍ରି କରିପାରିନାହାନ୍ତି। ଏହି ଅଭାବୀ ବିକ୍ରିର ସୁଯୋଗ ବ୍ୟବସାୟୀ ଗୋଷ୍ଠୀ ନେଉଛନ୍ତି। ସରକାରୀ ମଣ୍ଡିରୁ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ମିଳିବାକୁ ଥିବାବେଳେ ମାତ୍ର ୧୨୦୦ରୁ ୧୩୦୦ ଟଙ୍କାରେ ଏକ କୁଇଣ୍ଟାଲ ଧାନ ବୁଲା ବେପାରୀଙ୍କୁ ଦେବାକୁ ପଡୁଛି। ତେବେ ଚଳିତ ମାସ ୨୮ ତାରିଖରେ ମଣ୍ଡି ଖୋଲାଯିବ ବୋଲି ଯୋଗାଣ ବିଭାଗ ସୂଚନାରୁ ଜଣାପଡିଛି।
ଜମ୍ବୁର ଚାଷୀ ଜିତେନ୍ଦ୍ର ସାମଲ କହିଛନ୍ତି, ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରି ପାଇଁ ଅପେକ୍ଷା ସମ୍ଭବ ନୁହେଁ। ହାତ ଉଧାରି ଋଣ ଶୁଝିବା ପାଇଁ ସ୍ଥାନୀୟ ମହାଜନଙ୍କ ଚାପ ବହୁତ ପଡୁଛି। ଏହା ବ୍ୟତୀତ ମହାକାଳପଡ଼ା ପାକ୍ସ ଏଠାରୁ ୧୫ କି.ମି. ଦୂର। ମାତ୍ର ୩ କୁଇଣ୍ଟାଲ ଧାନ ଏଥର ବିକ୍ରି ପାଇଁ ବଳକା ଥିଲା। ସରକାରୀ ଧାର୍ଯ୍ୟ ଦରରେ ମଣ୍ଡିରେ ବିକ୍ରି କରିଥିଲେ ଅଧିକ ଲାଭ ହୋଇଥାନ୍ତା। ତେବେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁ ଏହି ଧାନକୁ ୪୫୦୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରିଛି। ସେହିପରି ରାଜନଗର ବ୍ଲକ ବାରହାପୁର ଗଁାର ଅଶୋକ ରାଉତ କୁହନ୍ତି, ଚଳିତବର୍ଷ ଖରିଫ ଧାନ ଫସଲ ଭଲ ହୋଇଛି। ପ୍ରାୟ ୧୮ ଏକର ଜମିରେ ଚାଷ ହୋଇଥିଲା। ଏହି ଫସଲ ରଖିବାକୁ ସ୍ଥାନ ଅଭାବରୁ ପର୍ଯ୍ୟାୟକ୍ର୍ରମେ ଅମଳ କରି ବ୍ୟବସାୟୀଙ୍କୁ ବିକ୍ରି କରୁଛି। ଗ୍ରାମରେ ସରକାରୀ ଖଳା ନ ଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏହାବ୍ୟତୀତ ଖୋଲା ଆକାଶ ତଳେ ଫସଲ ସୁରକ୍ଷିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ବତୀଘର ଗ୍ରାମର ହରିପଦ ମଣ୍ଡଳ କହିଛନ୍ତି, ମଣ୍ଡିରେ ଧାନ ଦେବା ଏତେ ସହଜକଥା ନୁହେଁ। ଗମନାଗମନ ପାଇଁ ନଦୀ ଓ ନାଳ ବାଧକ ସାଜିଛି। ନଦୀ ଆରପାଖରେ ଥିବା ମଣ୍ଡିକୁ ଚାଷୀ ଧାନ ନେବା ଅପେକ୍ଷା ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଏପରି ଅସୁବିଧା ଥିବା ସ୍ଥାନରେ ସରକାରୀ ମଣ୍ଡି ଖୋଲିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରେ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୮୪ ହଜାର ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୧୧୮ ପାକ୍ସ ଖୋଲାଯାଇଛି। ଧାନ କ୍ରୟ ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ରହିବ। ଏହି ସମୟରେ ପ୍ରାୟ ଦେଢ଼ ଲକ୍ଷ ଟନ ଧାନ କ୍ରୟ ହେବ। ଧାନ କ୍ରୟ ପାଇଁ ମୋଟ ୨୭ ଜଣ ମିଲରଙ୍କୁ ନିଯୁକ୍ତି ଦିଆଯାଇଛି। ଅଦ୍ୟାବଧି ୪୫ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଧାନ ଅମଳ ଏବେ ଆରମ୍ଭ ହୋଇଥିବା ସିଏସ୍‌ଓ ଗନ୍ତାୟତ ପ୍ରକାଶ କରିଥିବା ବେଳେ ଅଭାବୀ ବିକ୍ରିକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri