କାହିଁକି ଝିଅର ନାମ ମାଳତି ମେରୀ ରଖିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଝିଅକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ପ୍ରିୟଙ୍କା ଓ ତାଙ୍କ ପତି ନିକ୍ ଜୋନସ ସରୋଗେସି ମାଧ୍ୟମରେ ଝିଅକୁ ସ୍ୱାଗତ କରିଥିଲେ ।ଏ ବେ ଏହି ଝିଅ ଷ୍ଟାର କପୁଲଙ୍କୁ ଖୁବ୍ ଖୁସି ଦେଉଛି । ଏବେ ଝିଅର ନାମକରଣ ବି ସରିଛି । ମିଳିଥିବା ସୂଚନା ଅନୁଯାୟୀ, ପିସି ତାଙ୍କ ଝିଅର ନାଁ ରଖିଛନ୍ତି ମାଳତି ମେରୀ ଚୋପ୍ରା ଜୋନସ । ମାତଳି ଏକ ସୁନ୍ଦର ଫୁଲ ହୋଇଥିବା ବେଳେ ଏହାର ସୁଗନ୍ଧ ବି ବେଶ ମନଲୋଭା । ସଂସ୍କୃତ ମୂଳ ଭାଷାର ଏହି ଶବ୍ଦର ଅର୍ଥ ମଧ୍ୟ ଚନ୍ଦ୍ର । ଅନ୍ୟପଟେ ମେରୀର ଅର୍ଥ ସମୁଦ୍ରରୁ ଆସୁଥିବା ଆଲୋକ, ପ୍ରଭୁ ଯିଶୁଙ୍କ ମାଆଙ୍କ ନାମ ବି ମେରୀ । ତେବେ ପ୍ରିୟଙ୍କା ତାଙ୍କ ଝିଅର ଏମିତି ନାମକରଣ କରିବା ପଛରେ କିଛି ରହସ୍ୟ ରହିଛି । କୁହାଯାଉଛି ଶିଶୁଟିର ନାଁ ଉଭୟ ଜେଜେମା ଓ ଆଇଙ୍କ ନାମକୁ ମିଶାଇ ଦିଆଯାଇଛି । ତେବେ ପ୍ରିୟଙ୍କା ଚୋପ୍ରାଙ୍କ ମାଆଙ୍କ ନାମ ହେଉଛି ଡା. ମଧୁ ମାଳତି ଚୋପ୍ରା ଆଉ ନିକ ଜୋନସଙ୍କ ମାଆଙ୍କ ପୁରାନାମ ହେଉଛି ଡେନିସ ମେରୀ ଜୋନସ । ତେଣୁ ଏମାନଙ୍କ ନାମକୁ ମିଶାଇ ପ୍ରିୟଙ୍କା ତାଙ୍କ ଝିଅର ନାମ ରଖିଥିବା ଆଲୋଚନା ହେଉଛି । ତେବେ ମାଳତି ରାତି ପ୍ରାୟ ୮ଟାରେ ଜନ୍ମ ନେଇଥିବାରୁ ମାଳତି ଫୁଲ ରାତିରେ ଫୁଟୁଥିବାରୁ ପିସି ଏହି ନାମକୁ ପସନ୍ଦ କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ପିସି ଓ ନିକଙ୍କ ଝିଅର ଜନ୍ମ ୧୮ ଜାନୁୟାରୀରେ ହୋଇଥିଲା । ଏ ସମ୍ପର୍କରେ ପିସି ୨୨ ଜାନୁୟାରୀରେ ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri