‘ଆନିମଲ’ର ଶୁଟିଂ ଆରମ୍ଭ କଲେ ରଣବୀର

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହକୁ ମାତ୍ର ୯ ଦିନ ହୋଇଥିବା ବେଳେ ଉଭୟ କିନ୍ତୁ ବିବାହ ପରେ ଏବେ କର୍ମକ୍ଷେତ୍ରକୁ ବାହାରି ପଡିଛନ୍ତି । ଗୋଟିଏ ପଟେ ଆଲିଆ ମୁମ୍ବାଇରୁ ରାଜସ୍ଥାନ ଯାଇଥିବା ବେଳେ ଅନ୍ୟପଟେ ରଣବୀର ମୁମ୍ବାଇରୁ ମନାଲି ପହଞ୍ଚିଛନ୍ତି । ରଣବୀର ସେଠାରେ ତାଙ୍କ ଫିଲ୍ମ ‘ଆନିମଲ’ର ଶୁଟିଂ ଆରମ୍ଭ କରିଛନ୍ତି । ରଣବୀର ପହଞ୍ଚିବା ପରେ ସେଟରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଫିଲ୍ମର ଶୁଟିଂ ଆରମ୍ଭରୁ କରୋନା ମହାମାରୀ ଯୋଗୁ ବିଳମ୍ବ ହୋଇଥିବା ବେଳେ ଏପଟେ ରଣବୀରଙ୍କ ବିବାହ ଯୋଗୁ ବି ଏହା କିଛି ବିଳମ୍ବ ହୋଇଛି । ଫିଲ୍ମର ଘୋଷଣା ୧ ଜାନୁୟାରୀ, ୨୦୨୧ରେ ହୋଇଥିଲା, ହେଲେ କରୋନା ମହାମାରୀ ଓ ରଣବୀର ସମୟ ନ ଦେଇପାରିବାରୁ ଏହାର ଶୁଟିଂ ହୋଇପାରୁ ନ ଥିଲା । ଏବେ ଏହି ଫିଲ୍ମ ୧୧ ଅଗଷ୍ଟ ୨୦୨୩ରେ ରିଲିଜ୍ ହେବ । ଏହାକୁ କବିର ସିଂଙ୍କ ନିର୍ଦ୍ଦେଶକ ସନ୍ଦିପ ରେଡ୍ଡି ୱାଙ୍ଗା ନିର୍ଦ୍ଦେଶନା ଦେବେ । ପୂର୍ବରୁ ଶୁଣିବାକୁ ମିଳିଥିଲା କି ଏହି ଫିଲ୍ମରେ ରଣଦୀପଙ୍କ ସହ ପରିଣିତି ଚୋପ୍ରା ନଜର ଆସିବେ । ହେଲେ ପରିଣିତି ଏଥିରୁ ନିଜେ ନିଜେ ବାହାରି ଯାଇଛନ୍ତି । ଏବେ ସେ ଇମ୍‌ତିୟାଜ ଅଲିଙ୍କ ଫିଲ୍ମରେ କାମ କରୁଛନ୍ତି । ଏଥିରେ ସେ ଦିଲଜିତ ଦୋସାଂଝଙ୍କ ସହ କାମ କରୁଛନ୍ତି । ଏହା ପଞ୍ଜାବର ଲିଜେଣ୍ଡ ସିଙ୍ଗର ଅମର ସିଂ ଚମକିଲାଙ୍କ ବାୟୋପିକ ହେବ ।
ଅନ୍ୟପଟେ ପରିଣିତି ‘ଆନିମଲ’ରୁ ବାହାରିବା ପରେ ଫିଲ୍ମରେ ସାଉଥ୍ ଷ୍ଟାର ରଶ୍ମିକା ମଂନ୍ଦାନାଙ୍କର ଏଣ୍ଟ୍ରି ହୋଇଛି । ଏବେ ଏହି ଫିଲ୍ମରେ ରଶ୍ମିକା-ରଣବୀର ନଜର ଆସିବେ । ଏହା ବ୍ୟତୀତ ଫିଲ୍ମର ଲିଡ ରୋଲରେ ଅଛନ୍ତି ଅନିଲ କପୁର ଓ ବବି ଦେୱଲ । ଏଥିରେ ଅନିଲ ରଣବୀରଙ୍କ ବାପା ଭୂମିକାରେ ଆସିବେ ଏହାସହ ଏଥିରେ ବାପା- ପୁଅଙ୍କର ସମ୍ପର୍କ ଭଲ ନ ଥିବା ଦେଖାଯାଇଥିବା ଟିଜରରୁ ଅନୁମାନ କରାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri