Posted inଜାତୀୟ

ଭାରତର ଆତିଥ୍ୟରେ ଖୁସି ହେଲେ ବୋରିସ: ତେନ୍ଦୁଲକର, ଅମିତାଭଙ୍କ ପରି ଅନୁଭବ କଲେ

ନୂଆଦିଲ୍ଲୀ,୨୨ ।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ଗୁଜରାଟରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କୁ ସାକ୍ଷାତ୍ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବ୍ୟବସାୟ ସମେତ ଅନେକ ବିଷୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ହେଲା । ଏହାପରେ ବୋରିସ ଜନସନ ମିଡିଆକୁ ସମ୍ବୋଧିତ କରି ମୋଦିଙ୍କୁ ତାଙ୍କର ବନ୍ଧୁ ବୋଲି କହିଛନ୍ତି । ଏହାସହ ବୋରିସ କହିଛନ୍ତି ମୋତେ ସଚ୍ଚିନ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଫିଲ୍ ହୋଇଛି ।
ଜନସନ କହିଛନ୍ତି, ମୋଦି ମୋର ବନ୍ଧୁ ଗୁଜରାଟରେ ଓ ଦିଲ୍ଲୀରେ ମୋର ସ୍ୱତନ୍ତ୍ର ସ୍ୱାଗତ କରାଗଲା । ମୋତେ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଫିଲ୍ ହେଲା । ମୋତେ ଲାଗିଲା ମୋ ଚେହେରା ଯେମିତି ଅମିତାଭଙ୍କ ଭଳି ପ୍ରସ୍ପୁଟିତ ହେଲା । ଜନସନ କହିଛନ୍ତି ଭାରତ-ବ୍ରିଟେନ ମଧ୍ୟରେ ସହଭାଗିତା ଆମ ସମୟର ଅନ୍ୟତମ ବନ୍ଧୁତା ।
ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ଖୋଲା ଏବଂ ନିୟମ ଆଧାରିତ ରଖିବାରେ ଉଭୟ ଦେଶର ସାଧାରଣ ଆଗ୍ରହ ରହିଛି । ବାୟୁ, ମହାକାଶ ଓ ସାମୁଦ୍ରିକ ବିପଦକୁ ମୁକାବିଲା କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି । ସ୍ଥାୟୀ, ଘରୋଇ ଶକ୍ତିପାଇଁ ଆମେ ପଦକ୍ଷେପ ଗ୍ରହଣ କରିବୁ । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରି ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

୫ କେଜି ସିଲିଣ୍ଡର ବ୍ୟବହାରକାରୀ ସାବଧାନ! ଏବେ ରିଫିଲ କଲେ ପକେଟ୍‌ରୁ କଟିବ ଏତିକି ଟଙ୍କା ଏକ୍ସଟ୍ରା

ନୂଆଦିଲ୍ଲୀ, ୮।୭: ୫ କିଲୋଗ୍ରାମ ବିଶିଷ୍ଟ ‘ଛୋଟୁ’ ଏଲପିଜି ସିଲିଣ୍ଡର ଏବେ ଗ୍ରାହକଙ୍କ ପକେଟ ଉପରେ ଭାରି ପଡ଼ିବ। ତୈଳ କମ୍ପାନୀଗୁଡ଼ିକର ନୂଆ ନିୟମ ଅନୁଯାୟୀ, ଏହି…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri