Posted inଖେଳ

ଭୁବନେଶ୍ୱରଙ୍କ ସ୍ଥାନରେ ପୃଥ୍ବୀରାଜ

ଦୁବାଇ, ୭ା୧୦ (ପି.ଟି.)-ସନରାଇଜର୍ସ ହାଇଦ୍ରାବାଦର ଆଘାତପ୍ରାପ୍ତ ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପୃଥ୍ବୀରାଜ ୟାରାଙ୍କୁ ମନୋନୀତ କରାଯାଇଛି। ଅକ୍ଟୋବର ୨ରେ ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସର ୧୯ତମ ଓଭରରେ ଭୁବନେଶ୍ୱରଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଛି। ଆଘାତ ହେବା ପରେ ସେ ମାତ୍ର ଗୋଲ ବଲ୍‌ ପକାଇ ପଡ଼ିଆ ଛାଡ଼ିଥିଲେ। ଆନ୍ଧ୍ର ପ୍ରଦେଶର ୨୨ ବର୍ଷୀୟ ବୋଲର ୧୧ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୩୯ ଉଇକେଟ ଅକ୍ତିଆର କରିଛନ୍ତି। ୟୁଏଇରେ ଖୁବ୍‌ ଶୀଘ୍ର ସେ ସନରାଇଜର୍ସ ଦଳ ସହ ଯୋଗ ଦେବେ। ଭୁବନେଶ୍ୱର ଗ୍ରେଡ୍‌-୨ କିମ୍ବା ଗ୍ରେଡ୍‌-୩ ଇଞ୍ଜୁରୀ ହୋଇଥିବା କିମ୍ବାଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି। ଏହି ବୋଲର ୬ରୁ ୮ମାସ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ। ଫଳରେ ଚଳିତ ବର୍ଷ ଶେଷରେ ସେ ଅଷ୍ଟ୍ରେଲିଆ ଟୁର୍‌ରେ ଯାଇ ପାରିବେ କି ନା ସନ୍ଦେହ। ପୃଥ୍ବୀରାଜ ଗତ ବର୍ଷ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳିଥିଲେ। ୨୦୧୯ ଏପ୍ରିଲ୍‌ରେ କୋଲକାତାଠାରେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ସେ ୨ ଓଭରରେ ୨୮ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିଜାବରେ ପ୍ରଥମ ଖେଳାଳି ବେନ୍‌ଜିନା

ଆଡିଲେଡ୍‌, ୩୧ା୭ (ଏପି): ସିନିୟର ମହିଳା ଫୁଟ୍‌ବଲ ବିଶ୍ୱକପ୍‌ରେ ହିଜାବ ପରିଧାନ କରି ଖେଳିବାରେ ମରକ୍କୋ ଡିଫେଣ୍ଡର ନୌହେଲା ବେନ୍‌ଜିନା ପ୍ରଥମ ଖେଳାଳି। ରବିବାର ଦକ୍ଷିଣ...

ଭାରତ ଆସିବାକୁ ପାକିସ୍ତାନ କ୍ରିକେଟ ଦଳକୁ ଅନୁମତି

କରାଚୀ, ୭ା୮ (ପି.ଟି.): ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଖେଳିବା ପାଇଁ ପାକିସ୍ତାନ ସରକାର ରବିବାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଭାରତ ଯିବା...

ପୂର୍ବତନ ଭାରତୀୟ ଓପନର୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ମାଧବ ଆପ୍ଟେଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଅନେକ...

୧୦ ମିନିଟ୍‌ରେ ସ୍ଥିର ହେଲା ଆଇପିଏଲ୍‌ ଭାଗ୍ୟ: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୧ର ୧୪ତମ ସିଜିନକୁ ଆୟୋଜନ କରିବା ପାଇଁ ମାସ ମାସ ଧରି ଯୋଜନା ଚାଳିଥିଲା। ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ କଠିନ...

ୟୁଏସ୍‌ ଓପନ୍‌: ଚତୁର୍ଥ ରାଉଣ୍ଡରେ ନାଡ଼ାଲ

ନ୍ୟୁୟର୍କ,୧।୯- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଷଷ୍ଠ ଦିନରେ କେତେକ ସିଡେଡ୍‌ ଖେଳାଳି ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସ୍ପେନ୍‌ର...

ଦୁର୍ଘଟଣା ଘଟାଇ ମେଣ୍ଡିସ୍‌ ଗିରଫ

କଲମ୍ବୋ,୫।୭(ପି.ଟି.): ରାସ୍ତା ଦୁର୍ଘଟଣା ଘଟାଇ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ୍‌ ରବିବାର ପୋଲିସ୍‌ ଦ୍ୱାରା ଗିରଫ ହୋଇଛନ୍ତି। ରାସ୍ତରେ ଚାଲୁଥିବା ଜଣେ ୭୪ ବର୍ଷୀୟ ବୃଦ୍ଧ...

ରୟଙ୍କ ସ୍ଥାନରେ ଗୁରବାଜ୍‌

ନୂଆଦିଲ୍ଲୀ, ୮ା୩ (ପି.ଟି.)- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲ୍‌ ଲାଗି ଗୁଜରାଟ ଟାଇଟାନ୍ସ ଆଫଗାନିସ୍ତାନର ବିସ୍ଫୋରକ ଓପନର ରହମୁଲ୍ଲା ଗୁରବାଜ୍‌ଙ୍କୁ ଦଳରେ ନେବା ଯଥେଷ୍ଟ...

ଟସ୍‌ ଜିତିଲା ପଞ୍ଜାବ: ଆରମ୍ଭରୁ ଲକ୍ଷ୍ନୌକୁ ଝଟ୍‌କା

ପୁଣେ,୨୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ଶନିବାର ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ...

Advertisement
Archives

Model This Week