Posted inଖେଳ

ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ: ରନ୍‌ର ସୁନାମୀ ଯୋଗୁ ଭାଙ୍ଗିଲେ ଏକାଧିକ ରେକର୍ଡ

ଜୟପୁର,୨୫।୨: ଏଠାରେ ଗୁରୁବାର ଖେଳାଯାଉଥିବା ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ ବିପକ୍ଷରେ ରେକର୍ଡ କରିଛନ୍ତି ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’। ସେ ୧୫୨ ବଲ୍‌ରେ ଅପରାଜିତ ୨୨୭ ରନ୍‌ ବିସ୍ଫୋରକ ପାଳି ଖେଳି ରନ୍‌ର ସୁନାମୀ ଆଣିଛନ୍ତି। ପୃଥ୍ବୀଙ୍କ ସହ ସୂର୍ଯ୍ୟକୁମାର ଯାଦବ(୧୩୩)ରନ୍‌ ଯୋଗୁ ମୁମ୍ବାଇ ଦଳ ୫୦ ଓଭରରେ ୪ ଉଇକେଟ ହରାଇ ୪୫୭ରନ୍‌ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚ୍‌ରେ ଖେଳାଳିଙ୍କ ସହ ଦଳ ଏକାଧିକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି।

ନିଜ ପାଳିରେ ପୃଥ୍ବୀ ୩୧ ଚଉକା ଏବଂ ୫ ଛକା ମାରିଥିଲେ। ଏଥିସହ ବିଜୟ ହଜାରେ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ବ୍ୟକ୍ତିଗତ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ସେ ପାଲଟିଛନ୍ତି। ସେ ସଞ୍ଜୁ ସାମସନଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ରେ ଗୋଆ ବିପକ୍ଷରେ ୧୨୯ ରନ୍‌ରେ ୨୧୨ରନ୍‌ ସେ କରିଥିଲେ। ଲିଷ୍ଟ ଏ କ୍ରିକେଟରେରେ ସବୁଠାରୁ ଅଧିକ ବ୍ୟକ୍ତିଗତ ରନ୍‌ କରିଥିବା ଅଧିନାୟକ ପାଲଟିଛନ୍ତି ସେ। ଏହି ମାମଲାରେ ସେ ଗ୍ରିମ୍‌ ପୋଲକ୍‌(୨୨୨)ଙ୍କ ରେକର୍ଡ ଭାଙ୍ଗିଛନ୍ତି।

ସେହିଭଳି ମୁମ୍ବାଇ କ୍ରିକେଟ ଟିମ୍‌ ବିଜୟ ହଜାରେ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ସ୍କୋର କରିଛନ୍ତି। ପୂର୍ବରୁ ଝାଡ଼ଖଣ୍ଡ ୫୦ ଓଭରରେ ୪୨୧ରନ୍‌ କରିଥିଲା। ହେଲେ ମୁମ୍ବାଇ ଟିମ୍‌ ୫୦ ଓଭରରେ ୪୫୭ରନ୍‌ କରି ଏହି ରେକର୍ଡ ଭାଙ୍ଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଭାରତୀୟ ବାସ୍କେଟବଲ ଖେଳାଳି ଅଟକ

ନୂଆଦିଲ୍ଲୀ,୮।୧୧- ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪...

ଅଷ୍ଟ୍ରେଲିଆନ ଓପନ ତାରିଖ ଦୁଇ ସପ୍ତାହରେ ସ୍ପଷ୍ଟ ହେବ

ମେଲବୋର୍ନ, ୨୩ା୧୧ (ଏପି)-ଆସନ୍ତାବର୍ଷ ମେଲବୋର୍ନରେ ଅଷ୍ଟ୍ରଲିଆନ ଓପନ କେବେ ହେବ ତାହା ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଟେନିସ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ୍‌...

ଚର୍ଚ୍ଚାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚୟନ ହୋଇଥିବା ନୂଆ ନେଟ୍‌ ବୋଲର, ଜାଣନ୍ତୁ କିଏ ସେ ସୌରଭ କୁମାର..

ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଇଂଲଣ୍ଡ ସହ ଘରୋଇ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଭାରତୀୟ ଟିମ୍‌। ଆସନ୍ତା ଫେବୃୟାରୀ ୫ରୁ ଚେନ୍ନାଇରେ ପ୍ରଥମ...

କମିଲା ଆରସିବି, କେକେଆର ବ୍ରାଣ୍ଡଭାଲ୍ୟୁ

ମୁମ୍ବାଇ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟର ସୁପରଷ୍ଟାର। ହେଲେ ତାଙ୍କ ନେତୃତ୍ୱାଧୀନ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) କ୍ରମାଗତ ଭାବେ...

ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର

କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍‌ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ...

ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଘୋଷଣା: ଏହିସବୁ ଖେଳାଳି ବାଦ୍‌ ପଡିଲେ

ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଟିମ ଇଣ୍ଡିଆ ଏକାଦଶ ଘୋଷଣା କରିଛି। ଭାରତୀୟ ଦଳ ଦୁଇଟି ସ୍ପିନରଙ୍କ ସହ ସାଉଥମ୍ପଟନରେ ଅବତରଣ କରିବେ।...

କୋହଲିଙ୍କ ପାଇଁ ହୃଦୟ ଛୁଆଁ କଥା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଶାରଜା,୧୩।୧୦: ବିରାଟ କୋହଲିଙ୍କ ଅଧୀନରେ ଦୀର୍ଘ ଦିନ ଧରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଂଶବିଶେଷ ଥିବା ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି ଭିଲିୟର୍ସ...

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.): ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ...

Advertisement
Archives

Model This Week