Posted inଖେଳ

ଶୂନରେ ଆଉଟ୍‌ ହେଲେ ପୃଥ୍ବୀ ଶ: ଲୋକେ କହିଲେ ‘ଗୋଟିଏ ବଲ୍‌ରେ ସଚିନ-ସେହଓ୍ବାଗ-ଲାରାଙ୍କ ଉଇକେଟ୍‌ ନେଇଗଲେ ଷ୍ଟାର୍କ

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛି। ଯୁବ ଓପନର ପୃଥ୍ବି ଶଙ୍କୁ ସୁଯୋଗ ମିଳିଥିବା ବେଳେ ପ୍ରଥମ ପାଳିରେ ସେ ଖାତା ଖୋଲିପାରିନାହାନ୍ତି। ଗୋଲାପୀ ବଲ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ବଲ୍‌ରେ ପୃଥ୍ବୀଙ୍କୁ ମିଶେଲ ଷ୍ଟାର୍କ ବୋଲ୍ଡ କରିଦେଇଥିଲେ। ଏହାକୁ ନେଇ ସେ ଟୁଇଟରରେ ଟ୍ରେଣ୍ଡ କରୁଛନ୍ତି। ତାଙ୍କ ସହ ସେହଓ୍ବାଗ୍‌ ମଧ୍ୟ ଟ୍ରେଣ୍ଡ କରୁଥିବା ଦେଖାଯାଉଛି।

କିଛିଦିନ ପୂର୍ବେ ପୃଥ୍ବୀଙ୍କ ତୁଳନା ସଚିନ, ସେହଓ୍ବାଗ୍‌ ଏବଂ ଦ୍ରାବିଡଙ୍କ ପରି ଦିଗ୍ଗଜଙ୍କ ସହ କରିଥିଲେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ଏପରିକି ପୃଥ୍ବୀ ଏହି ତିନି ଖେଳାଳିଙ୍କ ମିଶ୍ରଣ ଏବଂ ଲାରାଙ୍କ ଭଳି ବୋଲି କହିଥିଲେ। ଏଣୁ ଷ୍ଟାର୍କ ଗୋଟିଏ ବଲ୍‌ରେ ସଚିନ, ସେହଓ୍ବାଗ ଏବଂ ଲାରାଙ୍କୁ ଆଉଟ୍‌ କରିଦେଇଛନ୍ତି ବୋଲି ବ୍ୟବହାରକାରୀ ପ୍ରତିକ୍ରିୟା ରଖୁଛନ୍ତି।

ପ୍ରକାଶ ଯେ, ଟସ୍‌ ଜିତିବା ପରେ କୋହଲି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଏହାପରେ ମୟଙ୍କ ଅଗ୍ରଓ୍ବାଲଙ୍କ ସହ ପୃଥ୍ବି ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଦ୍ୱିତୀୟ ବଲ୍‌ରେ ନିଜର ଉଇକେଟ ହରାଇଛନ୍ତି ପୃଥ୍ବୀ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚିନ୍ତାରେ ସାଇନା, କାଶ୍ୟପ, କିଡାମ୍ବି

ହାଇଦ୍ରାବଦ୍‌,୧୩।୩- ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ଚିନ୍ତାରେ ପକାଇ ଦେଇଛି। ସାଇନା ନେହ୍ବାଲ, ତାଙ୍କ ସ୍ବାମୀ ପାରୁପଲ୍ଲୀ କଶ୍ୟପ,...

ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କଲେ ଆରି ବଗର୍‌ସ

ଅକଲାଣ୍ଡ/ମେଲବର୍ନ, ୨୫ା୭: ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ସୋମବାର ଜର୍ମାନୀ ଓ ବ୍ରାଜିଲ ବୃହତ ବିଜୟ ହାସଲ କରିଛନ୍ତି। ଇଟାଲୀ ୧-୦ରେ ଆର୍ଜେଣ୍ଟିନାକୁ ହରାଇ ପଏଣ୍ଟ...

କେ.ଏଲ୍‌. ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଯିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ରୋହିତ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୧ରୁ ଇନ୍ଦୋରରେ ଆରମ୍ଭ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ...

ଅଧରାତିରେ ଏମିତି କାମ କରୁଥିଲେ ଷ୍ଟିଭ୍‌ ସ୍ମିଥ୍‌: ଧରିଦେଲେ ସ୍ତ୍ରୀ

ଆଡିଲେଡ,୧୯।୧୨:ଆଶେସ ସିରିଜରେ ଅଷ୍ଟ୍ରେଲିଆ ଦଳ ଏକ ଭଲ ସ୍ଥିତିରେ ଅଛି। ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ସ୍ଥିତି ମଜଭୁତ...

ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି...

ଅଲିମ୍ପିକ୍ସରେ ଭାଗ ନେବେନି କୋଲ୍‌ମ୍ୟାନ

ଜେନେଭା, ୧୭ା୪(ଏପି)- ଆମେରିକାନ୍‌ ସ୍ପ୍ରିଣ୍ଟର ଖ୍ରିଷ୍ଟିଆନ୍‌ କୋଲ୍‌ମ୍ୟାନ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ। ଜାଣିଶୁଣି ଡୋପିଂ ଟେଷ୍ଟ ଦେଇ ନ ଥିବାରୁ ତାଙ୍କ ଉପରେ୧୦୦ମିଟର ବିଶ୍ୱଚାମ୍ପିୟନଙ୍କୁ...

ନସିମ ଶାହା କୋଭିଡ୍‌ ପଜିଟିଭ: ଖେଳିପାରିବେନି ଟି୨୦ ମ୍ୟାଚ

ଲାହୋର,୨୯ା୯: ପାକିସ୍ତାନ ଫାଷ୍ଟ ବୋଲର ନସିମ ଶାହା କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସେ ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ଦୁଇ ଟି-୨୦ ମ୍ୟାଚ ଖେଳିପାରିବେ...

ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ କରି ଚମକିପାରନ୍ତି ଏହି ପ୍ରତିଭାଶାଳି କ୍ରିକେଟର, ମାରିପାରନ୍ତି ଦ୍ୱିଶତକ: ଚୋପ୍ରା

ନୂଆଦିଲ୍ଲୀ,୨୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପକ୍ଷରୁ ଓପନିଂ କରିବେ ଶିଖର ଧଓ୍ବନ। ତେବେ ତାଙ୍କ ସହ କେ.ଏଲ୍‌. ରାହୁଲ ପଡ଼ିଆକୁ ଓହ୍ଲାଇବା...

Advertisement
Archives

Model This Week