Posted inଜାତୀୟ

ଅସନ୍ତୁଷ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ କଂଗ୍ରେସ: ଡିସେମ୍ବର ୧୯ରେ ନେତାଙ୍କୁ ଭେଟିପାରନ୍ତି ସୋନିଆ

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ଚୁପ କରାଇବା ପାଇଁ କଂଗ୍ରେସ ପକ୍ଷରୁ ନୂଆ ଯୋଜନା କରାଯାଇଛି। ଡିସେମ୍ବର ୧୯ରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେତେକ ରାଜ୍ୟ ପ୍ରଭାରୀଙ୍କୁ ବଦଳ କରାଯାଇ ସେମାନଙ୍କ ସ୍ଥାନରେ ନୂଆ ପ୍ରଭାରୀ ନିଯୁକ୍ତ କରାଯିବାର ଯୋଜନା ରହିଥିବା କୁହାଯାଉଛି। ନେତୃତ୍ୱ ପରିବର୍ତ୍ତନ ନେଇ ଦଳର ୨୩ ଜଣ ବରିଷ୍ଠ ନେତା ଅଧ୍ୟକ୍ଷାଙ୍କୁ ଚିଠି ଲେଖିଥିଲେ। ଏବେ ସେମାନଙ୍କ ସହିତ ହାଇକମାଣ୍ଡ ଆଲୋଚନା କରି ସମାଧାନର ପଥ ବାହାର କରିବେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ତଳେ ସୋନିଆ କମଳନାଥଙ୍କୁ ଭେଟି ମଧ୍ୟପ୍ରଦେଶର ଅସନ୍ତୁଷ୍ଟ ନେତାଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏବେ ନିଜେ ସୋନିଆ ସେଭଳି କରିବାକୁ ଯାଉଛନ୍ତି। ଦଳରେ ରାହୁଲ ଗାନ୍ଧୀଙ୍କ ପ୍ରତି ମଧ୍ୟ ବହୁ ନେତା ଆକ୍ଷେପ କରିଥିଲେ। ନେତାଙ୍କ ମନରେ ଥିବା କ୍ଷୋଭ ଦୂର ପାଇଁ ସୋନିଆ ଏଭଳି ଯୋଜନା କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ୍‌: ଆଜି ପଶ୍ଚିମବଙ୍ଗ ଯିବି, ଦେଖିବା କ’ଣ ହେଉଛି

ଲକ୍ଷ୍ନୌ, ୧୬।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି...

କଫ ସିରପ ଉତ୍ପାଦନ ନେଇ ମେଡେନ ଫାର୍ମାସ୍ୟୁଟିକାଲ୍ସ ଉପରେ ରୋକ ଲଗାଇଲେ ହରିୟାଣା ସରକାର…

ଚଣ୍ଡିଗଡ଼,୧୨।୧୦ : ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ରୋକ ଲଗାଇଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ...

ପଞ୍ଚଭୂତରେ ବିଲୀନ ହେଲେ ସୁଷମା, ଝିଅ ଦେଲେ ମୁଖାଗ୍ନିି

ନୂଆଦିଲ୍ଲୀ,୭।୮: ବଧୂ ବେଶରେ ସଜେଇ ହୋଇ ପଞ୍ଚଭୂତରେ ଲୀନ ହୋଇଛନ୍ତି ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ରାଜକୀୟ ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଛି। ଝିଅ...

ମାୟାବତୀ, ଓୱାଇସିଙ୍କୁ ଦିଆଯାଉ ଭାରତ ରତ୍ନ: ସଞ୍ଜୟ ରାଓ୍ବତ

ମୁମ୍ବାଇ, ୧୧।୩: ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଞ୍ଜାବକୁ ଛାଡି ଭାଜପା ବାକି ୪ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି। ଭାଜପାର...

ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି ଜନତା: ପାଓ୍ବାର

ନୂଆଦିଲ୍ଲୀ,୨୩।୧୨: ଝାଡଖଣ୍ଡ ବିଧାନସଭାର ଫଳାଫଳକୁ ଦେଖି ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କର ମତ ରଖିଛନ୍ତି। ପାଓ୍ବାର କହିଛନ୍ତି, ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ...

ପୋଲିସ ଲାଠିମାଡରେ ଭାଜପା ନେତା ମୃତ

ପାଟନା,୧୩।୭: ପାଟନାରେ ପଦଯାତ୍ରା ବେଳେ ଭାଜପା ନେତା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ପୋଲିସ ଲାଠିଚାର୍ଜରେ ଅନେକ ଭାଜପା ନେତା ମଧ୍ୟ ଗୁରୁତର ଆହତ...

ଆଇଏସ୍‌ଆଇ ଗୁପ୍ତଚର ଗିରଫ: ଯୋଗାଉଥିଲେ ଗୁପ୍ତ ତଥ୍ୟ

ବାଡମେର, ୨୪।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚରୀ କରୁଥିବା ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ରାଜସ୍ଥାନ ବାଡମେରରୁ ଏଟିଏସ୍‌ ଏବଂ ସିଆଇଡିବିଆଇ...

ଆର୍‌ଜେଡିର ରୌପ୍ୟ ଜୟନ୍ତି ସମାରୋହରେ ଉଦ୍‌ବୋଧନ ଦେବେ ଲାଲୁ

ନୂଆଦିଲ୍ଲୀ,୪ ।୭: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ତା’ର ରୌପ୍ୟ ଜୟନ୍ତି ପାଳନ କରୁଛି । କିଛି ବର୍ଷ ପରେ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ...

Advertisement
Archives

Model This Week