Posted inଖେଳ

ସେଲଫି ବିବାଦ ପରେ ପ୍ରଥମଥର ମୁହଁ ଖୋଲିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୯।୩: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଗତ କିଛି ଦିନ ହେବ ଭଲ ଚାଲିନାହିଁ। ଭାରତୀୟ କ୍ରିକେଟ ଟିମ୍‌ରୁ ବାଦ୍‌ ପଡିବା ସହ ବିବାଦରେ ଛନ୍ଦି ହୋଇପଡିଛନ୍ତି। ନିକଟରେ ସେଲଫି ବିବାଦକୁ ନେଇ ସେ ଚର୍ଚ୍ଚାରେ ଥିଲେ। ରିପୋର୍ଟ ଅନୁଯାୟୀ, ମୁମ୍ବାଇ ବିମାନବନ୍ଦର ଏକ ତାରକା ହେଟେଲରେ ପୃଥ୍ବୀ ଶ’ ଉପସ୍ଥିତ ଥିବା ବେଳେ ସପନା ଗିଲ ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଉଦ୍ୟମ କରିଥିଲେ। ହେଲେ ପୃଥ୍ବୀ ଶ’ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟରଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ କାର୍‌ ଭଙ୍ଗାରୁଜା କରିଥିଲେ। ଏନେଇ ପୃଥ୍ବୀଙ୍କ ସହ ଥିବା ବନ୍ଧୁ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ନେଇ ପୃଥ୍ବୀ ଶ’ ନୀରବ ଥିଲେ। ହେଲେ ବର୍ତ୍ତମାନ କ୍ରିକେଟର ସୋସିଆଲ ମିଡିଆରେ ଏକ ରହସ୍ୟମୟ ବାର୍ତ୍ତା ଲେଖିଛନ୍ତି, ଯାହା ସେଲଫି ବିବାଦ ସହ ଜଡିତ ବୋଲି କୁହାଯାଉଛି।

ମାର୍ଚ୍ଚ ୯ରେ ପୃଥ୍ବୀ ଶ’ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିଛନ୍ତି। ଯେଉଁଥିରେ ଲେଖାଅଛି ଯେ, କିଛି ଲୋକ ତୁମକୁ ସେ ପର୍ଯ୍ୟନ୍ତ ଭଲ ପାଇବେ ଯେ ପର୍ଯ୍ୟନ୍ତ ତୁମଠାରେ ତାଙ୍କର ଆବଶ୍ୟକତା ଅଛି। ଯେବେବେଳେ ଆବଶ୍ୟକ ସରିଯିବ, ସେତେବେଳେ ତାଙ୍କର ଭରସା ମଧ୍ୟ କମିଯିବ। ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ଆଗରେ ଏବଂ ପଛରେ ପୃଥ୍ବୀ ଶ’ ଆଉ କିଛି ଲେଖିନାହାନ୍ତି। ହେଲେ ଏହା ନିଶ୍ଚିତ ଭାବରେ ବୁଝାପଡୁଛି ଯେ, ଟିମ୍‌ ଇଣ୍ଡିଆରେ ସ୍ଥାନ ନ ମିଳିବା ଏବଂ ବିବାଦରେ ଜଡିତ ଥିବାରୁ କ୍ରିକେଟର ସମସ୍ୟା ଭତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଝିଅ ସହ କଥା ହୋଇ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ, ହେଲେ ସଫଳ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ର୍ନିଣ୍ଣାୟକ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ...

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ ଓ ସର୍ଭିସେସ୍‌ ମଧ୍ୟରେ ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ...

କେକେଆର୍‌ର ଶୋଚନୀୟ ପରାଜୟ…

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଶୋଚନୀୟ ପରାଜୟ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ତେଜିନ୍ଦର, ଜିନସନ ବିଫଳ

ଦୋହା, ୫।୧୦(ପି.ଟି.)- ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭାରତୀୟ ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ୧୫୦୦ ମିଟର ରନର ଜିନସନ ଜିନସନ ବିଶ୍ୱ...

ରଣଜୀ ମ୍ୟାଚ୍‌ ଦେଖିଲେ ଓ୍ବ’

କୋଲକାତା,୨୭।୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନଠାରେ ସୋମବାରଠାରୁ ବେଙ୍ଗଲ ଓ ଦିଲ୍ଲୀ ମଧ୍ୟରେ ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ମ୍ୟାଚ୍‌ବେଳେ ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ଅଷ୍ଟ୍ରେଲିଆନ...

ଏହି କାରଣରୁ ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍‌ ଉଥପ୍ପା: ବିବାହ ପାଇଁ ପରିବାର ସହ ଲଢ଼ିଥିଲେ..

ନୂଆଦିଲ୍ଲୀ,୧୦।୯: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର...

ଜିମ୍ବାଓ୍ବେ ଅଧିନାୟକ ମାସକାଡ୍‌ଜାଙ୍କ ଅବସର ଘୋଷଣା

ହରାରେ,୪।୯: ଜିମ୍ବାଓ୍ବେ କ୍ରିକେଟ ଦଳର ଅଧିନାୟକ ହାମିଲଟନ ମାସକାଡ୍‌ଜା ୧୮ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରକୁ ଅନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୭ା୩: ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଭାରତର ଅଧିନାୟକ ଅଲ୍‌ରାଉଣ୍ଡର ହାର୍ଦ୍ଦିକ...

Advertisement
Archives

Model This Week