ହାଇଦ୍ରାବାଦ ଦଳରେ ଭୁବନେଶ୍ୱର କୁମାରଙ୍କ ସ୍ଥାନ ନେଲେ ଏହି ଯୁବ ଦ୍ରୁତ ବୋଲର

ଦୁବାଇ, ୬।୧୦: ଆଘାତଜନିତ ସମସ୍ୟା ଲାଗି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଦଳର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଚଳିତ ଆଇପିଏଲ୍‌ରୁ ବାହାର ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ଆନ୍ଧ୍ର ପ୍ରଦେଶର ବାମହାତୀ ଦ୍ରୁତ ବୋଲର ପୃଥ୍ବୀରାଜ ୟାରାଙ୍କୁ ହାଇଦ୍ରାବାଦ୍‌ ଦଳରେ ସାମିଲ କରାଯାଇଛି। ୨୨ ବର୍ଷୀୟ ୟାରା ଆନ୍ଧ୍ର ପ୍ରଦେଶ ପାଇଁ ୧୧ ପ୍ରଥମ ଶ୍ରେଣୀ, ୯ଟି ଲିଷ୍ଟ-ଏ ଏବଂ ୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ଉଲ୍ଲେଖନୀୟ କଥା ହେଉଛି ୟାରା ଗତବର୍ଷ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ହାଇଦ୍ରାବାଦ୍‌ ବିପକ୍ଷରେ ଖେଳି ଆଇପିଏଲ୍‌ ପଦାର୍ପଣ କରିଥିଲେ। କିନ୍ତୁ ଚଳିତ ବର୍ଷ ଖେଳାଳି ନିଲାମୀ ପୂର୍ବରୁ କୋଲକାତା ତାଙ୍କୁ ଦଳରୁ ରିଲିଜ୍‌ କରିଦେଇଥିଲା।
ଚେନ୍ନାଇ ସୁପର୍‌କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ଅବସରରେ ଭୁବନେଶ୍ୱରଙ୍କ ମାଂସପେଶୀଜନିତ ସମସ୍ୟା ଦେଖା ଦେଇଥିଲା। ଏହି କାରଣରୁ ସେ ୧୯ତମ ଓଭରର ପ୍ରଥମ ବଲ୍‌ ପକାଇ ପରେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ଆଇପିଏଲ୍‌ର ଚଳିତ ସିଜନରେ କୁମାର ହାଇଦ୍ରାବାଦ୍‌ ପାଇଁ ୪ ମ୍ୟାଚ୍‌ ଖେଳି ୬.୯୮ ଇକୋନୋମିରେ ୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତ, କୋହଲିଙ୍କ ସ୍ଥାନ ନାହିଁ

ମୁମ୍ବାଇ,୩୧।୫: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ...

ଗୁଜରାଟ ଚାମ୍ପିଅନ୍‌ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ

ଅହମ୍ମଦାବାଦ୍‌,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ଗୁଜରାଟ ଟାଇଟାନ୍ସ କୋଚ

ଅହମଦାବାଦ,୩୦।୫: ଆଇପିଏଲ୍‌ ୨୦୨୨ରେ ଗୁଜରାଟ ଟାଇଟାନ୍ସ (ଜିଟି)ର ସଫଳତା ପଛରେ ଖେଳାଳି ତଥା କୋଚିଂ ଷ୍ଟାଫ୍‌ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇପିଏଲ୍‌ର...

ଆଇପିଏଲ୍‌ ଟ୍ରଫି ହାରିବା ସତ୍ତ୍ୱେ ଇତିହାସ ରଚିଲେ ଏହି ବୋଲର୍‌

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସ ପାଇଁ ଆଦୌ ଭଲ ନ ଥିଲା। ରାଜସ୍ଥାନର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ...

ସରିଲା ଆଇପିଏଲ୍‌: କାହାକୁ ମିଳିଲା କେତେ ପୁରସ୍କାର ରାଶି ଜାଣନ୍ତୁ

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ୍‌ ୨୦୨୨ ଶେଷ ହୋଇଛି। ଟାଇଟଲ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ ପରେ...

ଆଇପିଏଲ୍‌ ସମାପନ ସମାରୋହ: ଜଲଓ୍ବା ଦେଖାଇଲେ ରଣବୀର

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୧୫ର ଫାଇନାଲ ଆଜି ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର...

ଟାଇଟଲ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ରାଜସ୍ଥାନ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ୍‌ର ୨୦୨୨ର ଯାତ୍ରା ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସର ଫାଇନାଲ୍‌ରେ ମୁହାଁମୁହିଁ...

ଆଇପିଏଲ୍‌ ଫାଇନାଲ୍‌ରେ ବର୍ଷା ହେଲେ କେଉଁ ଦଳ ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୨୦୨୨ର ଅନ୍ତିମ ମ୍ୟାଚ ଅର୍ଥାତ୍‌ ଫାଇନାଲ୍‌ ଆଜି ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟ କ୍ୱାଲିଫାୟର ୧ରେ ରାଜସ୍ଥାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri