ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୧୯।୪ (ବ୍ୟୁରୋ):ଭୁବନେଶ୍ୱର ବଡଗଡ ଥାନା ପୋଲିସ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଧାରକାର୍ଡରେ ତାଙ୍କ ନାମ ଦେବେନ୍ଦ୍ର ଚୌଧୁରୀ ରହିଥିବାବେଳେ ପୋଲିସ ସୂଚନାଅନୁସାରେ ସେ ହେଲେ ପ୍ରଦୀପ ସାହୁ(୫୬)। ତାଙ୍କ ଘର ଖୋର୍ଦ୍ଧା ଜିଲା ବାଲିପାଟପୁର ଥାନା ଭୂଷଣ୍ଡପୁର ଗ୍ରାମରେ ଓ ସେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳରେ ରୁହନ୍ତି। ସାଇକେଲ ଚୋରି ସନ୍ଦେହରେ ପୋଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ତାଙ୍କୁ ଥାନାରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ସ୍ତ୍ରୀ ବନିତା ଚୌଧୁରୀ ସୋମବାର ଅଭିଯୋଗ କରିଛନ୍ତି। ମୃତକଙ୍କ ହାତ ଓ ଶରୀରରେ ମାଡ଼ ଚିହ୍ନ ରହିଛି। ଏଥିସହ ତାଙ୍କ ନାମ ପ୍ରଦୀପ ନୁହେଁ, ଦେବେନ୍ଦ୍ର ଚୌଧୁରୀ ବୋଲି ସ୍ତ୍ରୀ କହିବା ପରେ ପୋଲିସ ବିବାଦରେ ଛନ୍ଦି ହୋଇପଡିଛି। ଅନ୍ୟପକ୍ଷରେ ଆଉଜଣେ ମହିଳା ହସ୍ପିଟାଲରେ ପହଞ୍ଚତ୍ ମୃତକ ପ୍ରଦୀପ ତାଙ୍କ ସ୍ବାମୀ ବୋଲି କହିବାରୁ ପୋଲିସ ପାଇଁ ଅଡୁଆ ବଢ଼ି ଯାଇଛି। ତେବେ ପରିଚୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ପୋଲିସ ପ୍ରକୃତ ପରିଚୟ ଜାଣିବା ପାଇଁ ଚେଷ୍ଟା କରିଥିଲା। ପ୍ରଦୀପ ନାମ ବଦଳାଇ ଦେବେନ୍ଦ୍ର ଚୌଧୁରୀ ପରିଚୟରେ ଏଠାରେ ରହୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ( ନଂ.୯/୨୦୨୨) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି। ସେ କହିଛନ୍ତି, ମୃତକଙ୍କ ପ୍ରକୃତ ନାମ ପ୍ରଦୀପ ସାହୁ। ସେ ରବିବାର ରାତି ପ୍ରାୟ ୮ଟାବେଳେ ଏକ ସାଇକେଲ୍‌ ଧରି ବ୍ରହ୍ମେଶ୍ୱର ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ପାଟ୍ରୋଲିଂ ଟିମ୍‌କୁ ଦେଖି ଦୌଡ଼ିବାରୁ ସାଇକେଲ ଚୋରି ସନ୍ଦେହରେ ତାଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଥିଲା। ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନାଧିକାରୀ ନାୟକ କହିଛନ୍ତି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବରଗଡ଼ ଥାନାରେ ଗତ କିଛିଦିନ ହେଲା ସାଇକେଲ ଚୋରି ଅଭିଯୋଗ ହୋଇ ଆସୁଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ମାମଲା ରହିଛି। ତେଣୁ ବଡ଼ଗଡ଼ ଥାନା ପୋଲିସ ରବିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରଦୀପଙ୍କୁ ଅଧିକ ତଦନ୍ତ ପାଇଁ ଥାନାକୁ ଅଣାଯାଇଥିଲା ବୋଲି ଡିସିପି କହିଛନ୍ତି।
ଅନ୍ୟପକ୍ଷରେ ପ୍ରଦୀପଙ୍କ ସ୍ତ୍ରୀ ବନିତାଙ୍କ ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ସ୍ବାମୀ ପ୍ରଦୀପ ମୋ ବାପଘର ଲୋକ ରହୁଥିବା ରସୁଲଗଡ ଘରକୁ ଯାଉଥିଲେ। ଏହାପରଠାରୁ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ଭଡାଘର ମାଲିକଙ୍କୁ ରାତି ପ୍ରାୟ ୧୧ଟାରେ ପୋଲିସ ଆସି ଏକ ଫଟୋ ଦେଖାଇବା ସହ ଚିହ୍ନିଛନ୍ତି ନା ନାହିଁ ପଚାରିଥିଲେ। ଏହାପରେ ରାତି ପ୍ରାୟ ୧ଟାରେ ପୁଣି ପୋଲିସ ଆସି ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଜଣାଇବା ସହ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ପହଞ୍ଚତ୍ବାକୁ କହିଥିଲେ। ତେବେ ସ୍ବାମୀଙ୍କ ନାମରେ ପୋଲିସ ଚୋରି ମାମଲା ଥିବା କହୁଥିବାବେଳେ ସେ କେବେ ଚୋରି କରିନାହାନ୍ତି ବୋଲି ବନିତା କହିଛନ୍ତି।

ମୃତଦେହ ନେବାକୁ ଦୁଇ ସ୍ତ୍ରୀ ହାତାହାତି

ରବିବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ସେଠାରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ପୋଲିସ ମୃତଦେହକୁ ସ୍ତ୍ରୀ ବନିତା ଚୌଧୁରୀଙ୍କୁ ହସ୍ତାନ୍ତର କରିବାକୁ ଯାଉଥିଲେ। ହେଲେ ହଠାତ୍‌ ମନୋରମା ସାହୁ ନାମ୍ନୀ ଜଣେ ମହିଳା ନିଜକୁ ପ୍ରଦୀପଙ୍କ ପ୍ରଥମ ସ୍ତ୍ରୀ ବୋଲି କହିବା ସହ ମୃତଦେହ ନେବାକୁ ଦାବି କରିଥିଲେ। ଏହାକୁ ନେଇ ଦୁଇ ମହିଳା ଓ ସମ୍ପର୍କୀୟଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା। ଏପରିକି ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା। ଶେଷରେ ପୋଲିସ ହସ୍ତକ୍ଷେପ କରିବା ସହ ଅଧିକ ତଥ୍ୟ ସଂଗ୍ରହ କରିଥିଲା। ମନୋରମା ପ୍ରଥମ ସ୍ତ୍ରୀ ହୋଇଥିଲେ ମଧ୍ୟ ପ୍ରଦୀପ ବନିତାଙ୍କୁ ଦ୍ୱିତୀୟ ବିବାହ କରି ତାଙ୍କ ସହ କପିଳ ପ୍ରସାଦରେ ନାମ ପରିବର୍ତ୍ତନ କରି ରହୁଥିଲେ। ତାଙ୍କ ଆଧାର କାର୍ଡରେ ନାମ ଦେବେନ୍ଦ୍ର ଚୌଧୁରୀ ବୋଲି ଉଲ୍ଲେଖ ରହିଛି। ଶେଷରେ ପୋଲିସ ଉଭୟଙ୍କୁ ବୁଝାଶୁଝା କରିବା ପରେ ମୃତଦେହକୁ ଉଭୟଙ୍କୁ ହସ୍ତାନ୍ତର କରିଥିଲା। ଦୁଇ ପରିବାରଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଶବଦାହ କରାଯାଇଛି।

ଏନ୍‌ଏଚ୍‌ଆର୍‌ସିରେ ମାମଲା

ମୃତ ଦେବେନ୍ଦ୍ର ଚୌଧୁରୀ ଓରଫ ପ୍ରଦୀପଙ୍କ ହାଜତ ମୃତ୍ୟୁକୁ ନେଇ କେନ୍ଦ୍ର ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମାମଲା ହୋଇଛି। ସୋମବାର ଭାରତୀୟ ବିକାଶ ପରିଷଦର ଜଗତ୍‌ସିଂହପୁର ଜିଲା ସଭାପତି ସୁବ୍ରତ କୁମାର ଦାଶ ଏନେଇ ଅଭିଯୋଗ କରିଛନ୍ତି। ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଦିନକୁ ଦିନ ହାଜତ ହତ୍ୟା ବଢ଼ିବାର ଲାଗିଛି। ବଡ଼ଗଡ଼ ପୋଲିସ ଦେବେନ୍ଦ୍ରଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ତାଙ୍କ ପରିବାର ଅଭିଯୋଗ କଲା ପରେ ସାରା ରାଜ୍ୟରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ୍‌ ଘଟଣାର ତଦନ୍ତ କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?