ଏପ୍ରିଲରୁ ‘କାରାଗାର ଅଦାଲତ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ଓଡିଶାରେ ଆରମ୍ଭ ହେବ କାରାଗାର ଅଦାଲତ। କୋର୍ଟରେ ଅନେକ କେସ୍‌ ବିଚାରଧୀନ ଅବସ୍ଥାରେ ପଡ଼ିରହିଛି। ଏଥିମଧ୍ୟରୁ ଅଧିକାଂଶ ଛୋଟ ମାମଲା ରହିଛି, ଯାହାର ସମାଧାନ ଖୁବ୍‌ କମ୍‌ ସମୟରେ ହୋଇପାରିବ। ହେଲେ କୌଣସି କାରଣରୁ ଏହି ମାମଲାଗୁଡ଼ିକର ସମାଧାନ ହୋଇପାରୁନାହିଁ। ଯେଉଁଥିପାଇଁ ଜେଲ୍‌ରେ ଦୋଷୀ ସାବ୍ୟସ୍ତଙ୍କଠାରୁ ଅଧିକାଂଶ ବିଚାରଧୀନ କଏଦୀ ରହୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ଜେଲ୍‌ ନିର୍ଦ୍ଦେଶାଳୟ ନୂଆ ବ୍ୟବସ୍ଥା ଆପଣାଇଛି। ଏଣିକି ଜେଲ୍‌ ପରିସରରେ ଏପ୍ରିଲରୁ ‘ଜେଲ୍‌ ଅଦାଲତ’ ବସାଇବାକୁ ନିଷ୍ପତି ନିଆଯାଇଛି।
ଏନେଇ ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ସହ ସଂଯୋଜନା ରଖାଯାଇ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଯେଉଁ କେସ୍‌ର ଦଣ୍ଡ ୧ ବର୍ଷରୁ ୨ବର୍ଷ ମଧ୍ୟରେ ହୋଇଥିବ, ସେହି କେସ୍‌ଗୁଡ଼ିକ ଜେଲ୍‌ରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଜେଲ୍‌ ଅଦାଲତ ଅଭିଯୁକ୍ତମାନଙ୍କୁ ପ୍ଲି-ବାର୍‌ଗେନିଂ କରିବାର ସୁଯୋଗ ଦେବ। ପ୍ଲି-ବାର୍‌ଗେନିଂ ହେଉଛି ସରକାରୀ ଓକିଲ ଏବଂ ଅଭିଯୁକ୍ତ ମଧ୍ୟରେ ଏକ ବୁଝାମଣା। ଯେଉଁଥିରେ କମ୍‌ ଦଣ୍ଡ ପାଇବା ସର୍ତ୍ତରେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥାନ୍ତି। ଫଳରେ ଜଜ୍‌ ଛୋଟ ମାମଲାରେ ଅଭିଯୁକ୍ତଙ୍କୁ କମ୍‌ ଦଣ୍ଡ ସହ ଜରିମାନା ଶୁଣାଇଥାନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଜାମିନ ପାଉ ନ ଥିବା କଏଦୀମାନେ ମଧ୍ୟ ଉପକୃତ ହେବେ। ଜାମିନ ସର୍ତ୍ତ ପାଳନ ନ କରିପାରିବା ଏବଂ ଜାମିନଦାର ନ ଥିବାରୁ ପ୍ରାୟ ୩୮୧ କଏଦୀ ବର୍ତ୍ତମାନ ବିଭିନ୍ନ ଜେଲରେ ରହିଛନ୍ତି। ସେମାନଙ୍କର ବିବରଣୀ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ପଠାଯାଇଛି ବୋଲି ଜେଲ୍‌ ଡିଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ...

ଆଜିର ବଜେଟ ଚାଷୀଙ୍କ ଲାଗି ଆଶାଶୂନ୍ୟ: ସୋଲାଙ୍କି

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରଦେଶ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ ଭାରତ କଂଗ୍ରେସ...

ଦନ୍ତାକୁ ନେଇ କମୁନି ଚିନ୍ତା

ଢେଙ୍କାନାଳ ଅଫିସ, ୨୫।୧ ତାଳଚେରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନାକୁ ଅଣାଯିବା ପରେ ଅଡୁଆରେ ପଡ଼ିଛି ବନ ବିଭାଗ। ହାତୀ ଆୟତ୍ତ...

ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା

ରାଇଘର, ୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଫୁଟାନଡ଼ା ସିଆର୍‌ପିଏଫ୍‌ କ୍ୟାମ୍ପର ଜଣେ ଯବାନ ଶନିବାର ରାତିରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।...

ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ଥାନାରେ ପ୍ରଥମ ସ୍ତ୍ରୀ

ହିଞ୍ଜିଳିକାଟୁ,୨୮ା୪: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମର ପି. ଅନୀତାଙ୍କୁ ଯୌତୁକ ନିର୍ଯାତନା ଦେବାସହ ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ ମଙ୍ଗଳବାର ଥାନାରେ...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୭୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଶିଳ୍ପକୁ ଜମି ଦେବାକୁ ତତ୍ପର, ଗରିବଙ୍କୁ ଅବହେଳା

ଯାଜପୁର ଅଫିସ,୧୬।୬: ଯାଜପୁର ଜିଲାରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଚାନ୍ଦମାଠାରେ ୫୦ ଶଯ୍ୟା ବିଶିଷ୍ଟ ଭଡ଼ାଘର କମ୍ପ୍ଲେକ୍ସ(ଆର୍‌ଏଚ୍‌ସି) ନିର୍ମାଣ ପ୍ରସ୍ତାବ ୩ ବର୍ଷ ହେଲା...

ପାଟକୁରାରେ ଭାଜପାର ହାଇଭୋଲଟେଜ ପ୍ରଚାର: କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ସମ୍ବିତ

ଡେରାବିଶ, ୧୬।୭ (ସ୍ବ.ପ୍ର.): ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ସୋମବାର ପ୍ରଚାର କରିଛନ୍ତି ଦଳର...

Advertisement
Archives

Model This Week