ଭୁବନେଶ୍ୱର,୨୦।୭(ବ୍ୟୁରୋ): ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ବେଳେ ଶିଳ୍ପବିହୀନ ଜିଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଞ୍ଚଳିକ ବୈଷ୍ୟମତା ଦୂରୀଭୂତ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ହେବା ସହ ଅର୍ଥନୈତିକ ସନ୍ତୁଳନ ବଜାୟ ରହିବ ବୋଲି କହିଛନ୍ତି। ସମ୍ପ୍ରତି କଳାହାଣ୍ଡି ଜିଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍ ୱେର ଉଭୟ ପାର୍ଶ୍ୱରେ ଶିଳ୍ପାୟନ ପାଇଁ ଆବଶ୍ୟକ ପରିମାଣର ସରକାରୀ ଜମି ଉପଲବ୍ଧ ରହିଛି। ଏଥି ସହିତ ବିଦ୍ୟୁତ୍, ଜଳ ଓ ସଡ଼କ ପ୍ରଭୃତି ସୁବିଧା ଥିବା ଦୃଷ୍ଟିରୁ ନୂତନ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଏକ ଅନୁକୂଳ ବାତାବରଣ ରହିଥିବା ମନ୍ତ୍ରୀ କହିିଛନ୍ତି। ପ୍ରତି ଜିଲାରେ ଗୋଟିଏ ଲେଖାଏ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏହି ଭର୍ଚୁଆଲ ବୈଠକରେ ଝାରସୁଗୁଡ଼ାଠାରେ ବେଦାନ୍ତ ଦ୍ୱାରା କରାଯାଉଥିବା ଆଲୁମିନିୟମ୍ ପାର୍କ, ଅନୁଗୋଳର ଆଲୁମିନିୟମ୍ ପାର୍କ, ଭଦ୍ରକର ଟେକ୍ସଟାଇଲ୍ କ୍ଲଷ୍ଟର, ପାରାଦୀପର ପ୍ଲାଷ୍ଟିକ୍ ପାର୍କ, ଡେରାସଠାରେ ନିର୍ମାଣାଧୀନ ସି-ଫୁଡ୍ ପାର୍କ ଏବଂ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଗଢ଼ି ଉଠୁଥିବା ଓଡ଼ିଶା ଅର୍ଥନୈତିକ କରିଡର ଉପରେ ଆଲୋଚନା କରାଯାଇଥିଲା। ଯେଉଁସବୁ ଶିଳ୍ପପୁଞ୍ଜ ଚିହ୍ନଟ ହୋଇଛି ସେଗୁଡ଼ିକରେ ବିଜୁଳି, ପାଣି, ସଡ଼କ ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଦିଗରେ ଇଡ୍କୋ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଫଳରେ ଯେ କୌଣସି ସମୟରେ ଆଗ୍ରହୀ ଶିଳ୍ପସଂସ୍ଥାକୁ ସେ ସବୁକୁ ପ୍ରଦର୍ଶିତ କରାଗଲେ ସେମାନେ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗଭର ହେବେ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ବାୟୋ-ଇଥାନଲ୍ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଖୁବ୍ଶୀଘ୍ର ପ୍ରସ୍ତାବ ଦିଆଯିବ ବୋଲି ସଚିବ ପ୍ରକାଶ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ୫-ଟି ଓ ମୋ ସରକାର ଅଧୀନକୁ ଆଣି କାର୍ଯ୍ୟକ୍ରମ ସଞ୍ଚାଳନ ପାଇଁ କୁହାଯାଇଥିଲା। ବୈଠକରେ ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ସିଜିଏମ୍, ପି ଆଣ୍ଡ ଏ, ଗଣେଶ୍ୱର ଜେନାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ।
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

