‘ଶିଳ୍ପବିହୀନ ଜିଲାକୁ ଦିଆଯିବ ପ୍ରାଥମିକତା’

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ବେଳେ ଶିଳ୍ପବିହୀନ ଜିଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଞ୍ଚଳିକ ବୈଷ୍ୟମତା ଦୂରୀଭୂତ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ହେବା ସହ ଅର୍ଥନୈତିକ ସନ୍ତୁଳନ ବଜାୟ ରହିବ ବୋଲି କହିଛନ୍ତି। ସମ୍ପ୍ରତି କଳାହାଣ୍ଡି ଜିଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍‌ ୱେର ଉଭୟ ପାର୍ଶ୍ୱରେ ଶିଳ୍ପାୟନ ପାଇଁ ଆବଶ୍ୟକ ପରିମାଣର ସରକାରୀ ଜମି ଉପଲବ୍ଧ ରହିଛି। ଏଥି ସହିତ ବିଦ୍ୟୁତ୍‌, ଜଳ ଓ ସଡ଼କ ପ୍ରଭୃତି ସୁବିଧା ଥିବା ଦୃଷ୍ଟିରୁ ନୂତନ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଏକ ଅନୁକୂଳ ବାତାବରଣ ରହିଥିବା ମନ୍ତ୍ରୀ କହିିଛନ୍ତି। ପ୍ରତି ଜିଲାରେ ଗୋଟିଏ ଲେଖାଏ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏହି ଭର୍ଚୁଆଲ ବୈଠକରେ ଝାରସୁଗୁଡ଼ାଠାରେ ବେଦାନ୍ତ ଦ୍ୱାରା କରାଯାଉଥିବା ଆଲୁମିନିୟମ୍‌ ପାର୍କ, ଅନୁଗୋଳର ଆଲୁମିନିୟମ୍‌ ପାର୍କ, ଭଦ୍ରକର ଟେକ୍ସଟାଇଲ୍‌ କ୍ଲଷ୍ଟର, ପାରାଦୀପର ପ୍ଲାଷ୍ଟିକ୍‌ ପାର୍କ, ଡେରାସଠାରେ ନିର୍ମାଣାଧୀନ ସି-ଫୁଡ୍‌ ପାର୍କ ଏବଂ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଗଢ଼ି ଉଠୁଥିବା ଓଡ଼ିଶା ଅର୍ଥନୈତିକ କରିଡର ଉପରେ ଆଲୋଚନା କରାଯାଇଥିଲା। ଯେଉଁସବୁ ଶିଳ୍ପପୁଞ୍ଜ ଚିହ୍ନଟ ହୋଇଛି ସେଗୁଡ଼ିକରେ ବିଜୁଳି, ପାଣି, ସଡ଼କ ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଦିଗରେ ଇଡ୍‌କୋ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଫଳରେ ଯେ କୌଣସି ସମୟରେ ଆଗ୍ରହୀ ଶିଳ୍ପସଂସ୍ଥାକୁ ସେ ସବୁକୁ ପ୍ରଦର୍ଶିତ କରାଗଲେ ସେମାନେ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗଭର ହେବେ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ବାୟୋ-ଇଥାନଲ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଖୁବ୍‌ଶୀଘ୍ର ପ୍ରସ୍ତାବ ଦିଆଯିବ ବୋଲି ସଚିବ ପ୍ରକାଶ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ୫-ଟି ଓ ମୋ ସରକାର ଅଧୀନକୁ ଆଣି କାର୍ଯ୍ୟକ୍ରମ ସଞ୍ଚାଳନ ପାଇଁ କୁହାଯାଇଥିଲା। ବୈଠକରେ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ସିଜିଏମ୍‌, ପି ଆଣ୍ଡ ଏ, ଗଣେଶ୍ୱର ଜେନାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୨୧୫ ନୂଆ କରୋନା ଆକ୍ରାନ୍ତ; ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ...

ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ: ସର୍ବାଧିକ ସୁନ୍ଦରଗଡ଼ରୁ

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।...

ରାଜ୍ୟରୁ ସୁସ୍ଥ ହେଲେ ୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୩୩ ଜଣ କରୋନା ଆକ୍ରାନ୍ତ। ଏଯାବତ୍‌ ୧୨ ଲକ୍ଷ ୭୮ହଜାର ୯୭୨ ଜଣ ସୁସ୍ଥ...

୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨ା୧(ବ୍ୟୁରୋ): ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଗୁରୁବାର ୩ ଜିଲାରେ ପ୍ରବଳ ବର୍ଷିବ...

ପାଇପ୍‌ରୁ ଆସୁଛି ନାଲି ରଙ୍ଗର ପାଣି: ପାନୀୟଜଳ ପାଇଁ ଓ୍ବାର୍ଡବାସୀ ହଇରାଣ

ଯୋଡ଼ା, ୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୯ନଂ ଓ୍ବାର୍ଡ ଗୋପ ମହାନ୍ତି ହଟିଂ ଠାରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ନିମନ୍ତେ ଦିଆଯାଇଥିବା...

ଧାନ ଏମ୍‌ଏସ୍‌ପି ବଢ଼ିଲାନି: ଗହମ ୮୫, ଡାଲି ୩୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୨୪ା୧୦: କେନ୍ଦ୍ର ସରକାର ୨୦୧୯-୨୦ ଅମଳ ବର୍ଷ ଲାଗି ଗହମ, ଡାଲି ଓ ଅନ୍ୟାନ୍ୟ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଥିଲାବେଳେ...

ଏବେ ଖୋଲିବନି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୯।୮(ବ୍ୟୁରୋ): ଶୈବକ୍ଷେତ୍ରର ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିର। କିଛି ମାସ ହେଲା କୋଭିଡ୍‌ କଟକଣା ଯୋଗୁ ମନ୍ଦିର ବନ୍ଦ ରହିଛି। ମନ୍ଦିର କେବେ ଖୋଲିବ ତାହା...

ଆଜି କରୋନା ନେଲା ୮ ଜୀବନ

ଭୁବନେଶ୍ୱର,୮।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୦୭୦...

Advertisement
Archives

Model This Week