Posted inଫୁରସତ

ଧରାପଡ଼ିଲା ପ୍ରିନ୍ସପାଲଙ୍କ କାରସାଦି: ନିୟମ ଉଲ୍ଲଘଂନ କରି ସ୍ତ୍ରୀଙ୍କୁ ରଖିଥିଲେ ଅତିଥି ଅଧ୍ୟାପିକା

ସିର୍ସା, ୨୭।୬- ହରିୟାଣାର ସିର୍ସାରେ ଜଣେ ପ୍ରିନ୍ସପାଲ ନିୟମକୁ ଉଲ୍ଲଘଂନ କରି ନିଜ ସ୍ତ୍ରୀଙ୍କୁ ସ୍କୁଲରେ ଅତିଥି ଅଧ୍ୟାପିକା ନିଯୁକ୍ତ କରିଥିଲେ। କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ପ୍ରିନ୍ସପାଲଙ୍କ ଏହି କାରସାଦି ଏବେ ଲୋକଲୋଚନକୁ ଆସିଛି। ସେହିଭଳି ପ୍ରିନ୍ସପାଲଙ୍କ ସ୍ତ୍ରୀଙ୍କୁ ୧୫ ବର୍ଷର ଦରମା ବାବଦକୁ ୩୨ ଲକ୍ଷ ଟଙ୍କା ଫେରସ୍ତ ପାଇଁ ମାସେ ସମୟ ଦିଆଯାଇଛି। ଘଟଣାରୁ ଜଣାପଡ଼ିଛି ଯେ, ୨୦୦୫ ଡିସେମ୍ବର ୨୧ରେ ସିର୍ସାର ଏକ ସରକାରୀ ସ୍କୁଲରେ ଏହି ମହିଳା ଜଣଙ୍କ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତ ହୋଇଥିଲେ। ଯେତେବେଳେ କି ମହିଳାଙ୍କ ସ୍ବାମୀ ସେହି ସମୟରେ ସ୍କୁଲରେ ପ୍ରିନ୍ସପାଲ ଏବଂ ଡେପୁଟି ଡିଇଓ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ। ନିୟମ ମୁତାବକ ସ୍କୁଲ ଯେଉଁଠି ଅବସ୍ଥିତ କେବଳ ସେହି ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ମିଳିବ। ଏହି ଅତିଥି ହିନ୍ଦୀ ଅଧ୍ୟାପକ ପଦବୀ ପାଇଁ ମୋଟ୍‌ ୪ ଜଣ ଆବେଦନ କରିଥିଲେ। କିନ୍ତୁ ପ୍ରିନ୍ସପାଲ ଦ୍ୱାରା ଗଠିତ ଏକ ୩ ଜଣିଆ କମିଟି ଅଧ୍ୟାପକ ପଦ ପାଇଁ ଆଶାୟୀ ଥିବା ୩ ଜଣଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇ ନ ଥିବା ଦର୍ଶାଇ ଆବେଦନକୁ ଖାରଜ କରି ଦିଆଯାଇଥିଲା। କିନ୍ତୁ ଏହି କମିଟି ଶେଷରେ ପ୍ରିନ୍ସପାଲଙ୍କ ସ୍ତ୍ରୀଙ୍କୁ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ଦେଇଥିଲେ। ଯେତେବେଳେ କି ପ୍ରିନ୍ସପାଲଙ୍କ ସ୍ତ୍ରୀ’ଙ୍କର ସ୍ଥାନୀୟ ବାସିନ୍ଦା ନେଇ କୌଣସି ପ୍ରମାଣପତ୍ର ନ ଥିଲା। ଏହି ଘଟଣାର ୧୫ ବର୍ଷ ପରେ ଯେତେବେଳେ ଏହି ଅତିଥି ଅଧ୍ୟାପିକାଜଣଙ୍କ ଶିକ୍ଷା ନିର୍ଦ୍ଦେଶାଳୟର ଏମ୍‌ଆଇଏସ୍‌ ପୋର୍ଟାଲରେ ତଥ୍ୟ ଅପ୍‌ଲୋଡ୍‌ କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା। ବର୍ତ୍ତମାନ ପ୍ରିନ୍ସପାଲ ଥିବା କର୍ତ୍ତାର ସିଂ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେତେବେଳେ ପ୍ରିନ୍ସପାଲ ଥିବା ମହିଳାଙ୍କ ସ୍ବାମୀଙ୍କ କାରସାଦି ସାମ୍ନାକୁ ଆସିଥିଲା। ୧୫ ବର୍ଷର ଦରମା ବାବଦକୁ ୩୨ ଲକ୍ଷ ଟଙ୍କା ଜୁଲାଇ ୨୧ ମଧ୍ୟରେ ଫେରସ୍ତ କରିବାକୁ ମହିଳାଙ୍କୁ ନୋଟିସ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ମୀନାଙ୍କ ଭାରତୀୟ ରାଖୀ

ଲକ୍ଷ୍ନୌ: ଚାଇନା ସାମଗ୍ରୀକୁ ବର୍ଜନ କରିବା ନିମନ୍ତେ ଏବେ ସବୁଆଡ଼େ ଜୋର୍‌ଦାର ଅଭିଯାନ ଚାଲିଛି। ଏହି ଅଭିଯାନରେ ବିଶେଷ ଭୂମିକା ନେଇ ଚର୍ଚ୍ଚାକୁ ଆସିଛନ୍ତି ମୀନା...

୩ କୋଟି କାରରେ ଡେଲିଭରି ହେଉଛି ଆମ୍ବ

ଫଳ ଭିତରେ ରାଜା ଆମ୍ବ। ଏହି ଫଳକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଭାରତରେ ଅତି ସହଜରେ ସବୁ ସ୍ଥାନରେ ଆମ୍ବ ମିଳିଥାଏ। କେଉଁଠି ଠେଲାରେ...

ଏଆର୍‌ ଗ୍ଲାସ୍‌ରେ ଏଥର ଭଲ ଭାବେ ଦେଖିହେବ

ନ୍ୟୁୟର୍କ: ପରିବେଶର ବାସ୍ତବ ଚିତ୍ରକୁ ପ୍ରଦର୍ଶିତ କରିପାରୁଥିବା ଏଆର୍‌ ( ଆଗୁମେଣ୍ଟେଡ ରିୟଲିଟି)ଗ୍ଲାସ୍‌ ଦୃଷ୍ଟିଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଦେଖିବାରେ ସାହାଯ୍ୟ କରିବ...

ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ...

ଭଲରେ ଶୁଅନ୍ତି ଭାରତୀୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କେଉଁ ଦେଶର ଲୋକେ ରାତିରେ ଭଲରେ ଶୋଉଛନ୍ତି ଯଦି ପ୍ରଶ୍ନ ପଚରାଯାଏ ତେବେ ଭାରତୀୟଙ୍କ ନାଁ ପ୍ରଥମରେ ଆସିବ। ଏହା ପଛକୁ...

ମହାମାରୀ ସମୟରେ କରୋନା ଯୋଦ୍ଧା ଗଧକୁ କରୁଛନ୍ତି ଆପଣାର, କାରଣ ଜାଣିଲେ ହେବେ ଚକିତ

ମାଡ୍ରିଡ୍‌,୨୨ା୧୦: ସମଗ୍ର ବିଶ୍ୱବାସୀ କରୋନା ପରି ଏକ ମାରାତ୍ମକ ମହାମାରୀ ସହ ଲଢୁଛନ୍ତି। ଦୀର୍ଘଦିନ ଧରି ଏହି ସଂଗ୍ରାମରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ...

ଚାଲାଣକୁ ନୁହେଁ, ଯମରାଜଙ୍କୁ ତ ଟିକେ ଡର

ଲକ୍ଷ୍ନୌ,୧୬ା୮: ଉତ୍ତରପ୍ରଦେଶରେ ଏକ ବାଇକ୍‌ରେ ୭ ଜଣ ଲୋକ ଯାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ୟୁପି ପୋଲିସ ଏହି ବାଇକ୍‌ରେ ଯାଉଥିବା ଲୋକଙ୍କ ଫଟୋ...

ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ପଛରୁ ଆସି ହାତୀ କଲା ଏମିତି

ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା ବିପଦପୂର୍ଣ୍ଣ। କାରଣ କେତେବେଳେ ଏମାନଙ୍କ ମୁଣ୍ଡକୁ କ’ଣ ଜୁଟେ ତା’ର କଳନା କରିବା କାଠିକର ପାଠ। ଏବେ ଏମିତି ଜଣେ...

Advertisement
Archives

Model This Week