Posted inଫୁରସତ

ଧରାପଡ଼ିଲା ପ୍ରିନ୍ସପାଲଙ୍କ କାରସାଦି: ନିୟମ ଉଲ୍ଲଘଂନ କରି ସ୍ତ୍ରୀଙ୍କୁ ରଖିଥିଲେ ଅତିଥି ଅଧ୍ୟାପିକା

ସିର୍ସା, ୨୭।୬- ହରିୟାଣାର ସିର୍ସାରେ ଜଣେ ପ୍ରିନ୍ସପାଲ ନିୟମକୁ ଉଲ୍ଲଘଂନ କରି ନିଜ ସ୍ତ୍ରୀଙ୍କୁ ସ୍କୁଲରେ ଅତିଥି ଅଧ୍ୟାପିକା ନିଯୁକ୍ତ କରିଥିଲେ। କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ପ୍ରିନ୍ସପାଲଙ୍କ ଏହି କାରସାଦି ଏବେ ଲୋକଲୋଚନକୁ ଆସିଛି। ସେହିଭଳି ପ୍ରିନ୍ସପାଲଙ୍କ ସ୍ତ୍ରୀଙ୍କୁ ୧୫ ବର୍ଷର ଦରମା ବାବଦକୁ ୩୨ ଲକ୍ଷ ଟଙ୍କା ଫେରସ୍ତ ପାଇଁ ମାସେ ସମୟ ଦିଆଯାଇଛି। ଘଟଣାରୁ ଜଣାପଡ଼ିଛି ଯେ, ୨୦୦୫ ଡିସେମ୍ବର ୨୧ରେ ସିର୍ସାର ଏକ ସରକାରୀ ସ୍କୁଲରେ ଏହି ମହିଳା ଜଣଙ୍କ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତ ହୋଇଥିଲେ। ଯେତେବେଳେ କି ମହିଳାଙ୍କ ସ୍ବାମୀ ସେହି ସମୟରେ ସ୍କୁଲରେ ପ୍ରିନ୍ସପାଲ ଏବଂ ଡେପୁଟି ଡିଇଓ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ। ନିୟମ ମୁତାବକ ସ୍କୁଲ ଯେଉଁଠି ଅବସ୍ଥିତ କେବଳ ସେହି ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ମିଳିବ। ଏହି ଅତିଥି ହିନ୍ଦୀ ଅଧ୍ୟାପକ ପଦବୀ ପାଇଁ ମୋଟ୍‌ ୪ ଜଣ ଆବେଦନ କରିଥିଲେ। କିନ୍ତୁ ପ୍ରିନ୍ସପାଲ ଦ୍ୱାରା ଗଠିତ ଏକ ୩ ଜଣିଆ କମିଟି ଅଧ୍ୟାପକ ପଦ ପାଇଁ ଆଶାୟୀ ଥିବା ୩ ଜଣଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇ ନ ଥିବା ଦର୍ଶାଇ ଆବେଦନକୁ ଖାରଜ କରି ଦିଆଯାଇଥିଲା। କିନ୍ତୁ ଏହି କମିଟି ଶେଷରେ ପ୍ରିନ୍ସପାଲଙ୍କ ସ୍ତ୍ରୀଙ୍କୁ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ଦେଇଥିଲେ। ଯେତେବେଳେ କି ପ୍ରିନ୍ସପାଲଙ୍କ ସ୍ତ୍ରୀ’ଙ୍କର ସ୍ଥାନୀୟ ବାସିନ୍ଦା ନେଇ କୌଣସି ପ୍ରମାଣପତ୍ର ନ ଥିଲା। ଏହି ଘଟଣାର ୧୫ ବର୍ଷ ପରେ ଯେତେବେଳେ ଏହି ଅତିଥି ଅଧ୍ୟାପିକାଜଣଙ୍କ ଶିକ୍ଷା ନିର୍ଦ୍ଦେଶାଳୟର ଏମ୍‌ଆଇଏସ୍‌ ପୋର୍ଟାଲରେ ତଥ୍ୟ ଅପ୍‌ଲୋଡ୍‌ କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା। ବର୍ତ୍ତମାନ ପ୍ରିନ୍ସପାଲ ଥିବା କର୍ତ୍ତାର ସିଂ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେତେବେଳେ ପ୍ରିନ୍ସପାଲ ଥିବା ମହିଳାଙ୍କ ସ୍ବାମୀଙ୍କ କାରସାଦି ସାମ୍ନାକୁ ଆସିଥିଲା। ୧୫ ବର୍ଷର ଦରମା ବାବଦକୁ ୩୨ ଲକ୍ଷ ଟଙ୍କା ଜୁଲାଇ ୨୧ ମଧ୍ୟରେ ଫେରସ୍ତ କରିବାକୁ ମହିଳାଙ୍କୁ ନୋଟିସ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri