କାଲିଠୁ ଆଉ ସ୍କୁଲ ଆଶିବେନି ପ୍ରଧାନ ଶିକ୍ଷୟିତ୍ରୀ, ଘଣ୍ଟାରେ ୧୦ ବାଜିଲେ…

ଦିଗପହଣ୍ଡି,୩୦ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି  ୧୧ନଂ ୱାର୍ଡ ଅଧିନ  ମଧୁବିଦ୍ଯା ପୀଠ ପ୍ରାଥମିକ ବିଦ୍ୟାଳୟ  ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ନାୟକଙ୍କୁ ସୋମବାର  ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ  ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ନୀଳାଞ୍ଚଳ ପଟ୍ଟନାୟକ ମୁଖ୍ୟ ଅତିଥି , ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ବ୍ଲକ ସଭାପତି ରାଜେନ୍ଦ୍ର କୁମାର ଗୈାଡ , ଶିକ୍ଷକ ବିଜୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ ।  ଏହି ଅବସରରେ  ଅତିଥିବୃନ୍ଦ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ତାଙ୍କ ଅବସର ଜୀବନ ସୁଖ ସମୃଦ୍ଧିରେ କଟିଯାଉ ବୋଲି ପ୍ରଭୁଙ୍କ ନିକଟରେ କାମନା କରିଥିଲେ । ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଆରସିସି ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ  ଶିକ୍ଷୟତ୍ରୀ ଶିକ୍ଷକ ଓ  କମିଟି ସଦସ୍ୟା ସଦସ୍ୟ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

ସେହିପରି  ମଧୁବନ କ୍ଳଷ୍ଟର ତରଫରୁ  କଇଠଖଣ୍ଡି ପଞ୍ଚାୟତ ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।‌  କ୍ଳଷ୍ଟର ଅଧିନ ୧୩ ଟି ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକଙ୍କ ମିଳିତ ପ୍ରଚେଷ୍ଟାରେ କ୍ଳଷ୍ଟର ଅନ୍ତର୍ଗତ ମଧୁବନ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି , ସହ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ, ସିଆରସିସି ମନୋଜ କୁମାର ବେହେରା , ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାପାତ୍ର , ନରସିଂହ ପଣ୍ଡା , ବରଦାକାନ୍ତ ପରିଡ଼ା , ମିନତି ମିଶ୍ର , ଯୁଧିଷ୍ଠିର ଦଳାଇ , ସୁରେଶ ବେହେରା ବିଶ୍ବନାଥ ଦଳାଇ , ମନୋଜ ଦଳାଇ , ନିରଞ୍ଜନ ଡାକୁଆ , ରାମକୃଷ୍ଣ ଗୈାଡ , ସ୍ନେହଲତା ଦଳାଇ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ ।  ଅତିଥିବୃନ୍ଦ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସିମାଞ୍ଚଳଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ତାଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ଶିକ୍ଷକ ବିଜୟ କୁମାର ଗୈାଡ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ମୃତ୍ୟୁଞ୍ଜୟ ଗୈାଡଙ୍କ ସମେତ ସମସ୍ତ  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ  ସହଯୋଗ  କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ଖଡିଆଳ କଂଗ୍ରେସର ବିରୋଧ

ଖଡ଼ିଆଳ,୧୪ା୭ (ସୁଜିତ କୁମାର ପ୍ରଧାନ)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନୂଆପଡ଼ା ଜିଲା ଖଡ଼ିଆଳ କଂଗ୍ରେସ ପକ୍ଷରୁ ବିରୋଧ...

କାର୍‌-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ପଁର୍ରାପାଟ ମନ୍ଦିର ନିକଟରେ ସୋମବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ ସଡକ ଦୁର୍ଘଟଣା ଘଟିଛି।...

ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ...

ଭାଜପାକୁ ଚେତାବନୀ ଦେଲେ ଓମାର ଅବଦୁଲ୍ଲା: କହିଲେ, କାଲି ଯଦି ନିର୍ବାଚନ ହୁଏ…

ଶ୍ରୀନଗର,୧୪।୭:ଜୁଲାଇ ୧୩ରେ ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ଶ୍ରୀନଗରର ଶହୀଦ କବରସ୍ଥାନରେ କାନ୍ଥ ଚଢ଼ି ପୋଲିସ ସହ ସଂଘର୍ଷର...

ଝାଡାବାନ୍ତି ଅଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା। ପ୍ରଭାବରେ ୩ଜଣ ମୃତ୍ୟୁ ହୋଇଛି। ସୋମବାର...

ବରଗଡ଼ରେ ପୁଣି ସ୍କ୍ରବ ଟାଇଫସ୍: ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଆତଙ୍କିତ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ):  ବରଗଡ଼ ଜିଲାକୁ ପୁଣି ସ୍କ୍ରବ୍ ଟାଇଫସ୍ ରୋଗ ଫେରିଛି। ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍...

ପୁଅ ବିବାହ କରିବାକୁ ରାଜି ନ ହେବାରୁ ପ୍ଲାଟଫର୍ମରେ କୀଟନାଶକ ପିଇଦେଲେ  ମା’ବାପା: ପରେ…

ଦିଗପହଣ୍ଡି,୧୪।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏମ.ରଞ୍ଜନ ଦୋରା ବିବାହ କରିବାକୁ ରାଜି ନ ହେବାରୁ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri