‘ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନିଘୋଡ଼ ନିଦ୍ରାରେ’

ଭୁବନେଶ୍ବର, ୨୬ା୭(ସୁନିତ୍‌ ମିଶ୍ର): ମଣିପୁରରେ ଦେଖାଦେଇଥିବା ହିଂସାକୁ ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ୍‌ ୟାସିର ନୱାଜଙ୍କ ନେତୃତ୍ୱରେ ମଣିପୁର ହିିଂସାକାଣ୍ଡ, ହତ୍ୟା, ମହିଳାଙ୍କୁ ଉଲଗ୍ନ କରାଯିବା ଘଟଣା ବିରୋଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ମଙ୍ଗଳବାର ସା ବେଳେ କଂଗ୍ରେସ ଭବନରୁ ଶୋଭାଯାତ୍ରା ବାହାରି ରାମମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଏବଂ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ରାମମନ୍ଦିର ଠାରେ ସମସ୍ତ ଛାତ୍ର କଂଗ୍ରେସର କର୍ମକର୍ତ୍ତା, କର୍ମୀ ଓ ପିସିସର ବରିଷ୍ଠ ନେତୃବୃନ୍ଦ କ୍ୟାଣ୍ଡେଲ ଲଗାଇ ମଣିପୁର ହିଂସାରେ ଜୀବନ ହରାଇଥିବା ସାଧାରଣ ଜନତାଙ୍କର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ। ଶୀଘ୍ର ମଣିପୁରଠାରେ ହିଂସା ବନ୍ଦ ହେବା ପାଇଁ ଭଗବାନ୍‌ଙ୍କ ପାଖରେ ସେମାନେ ପ୍ରାର୍ଥନା କରିଥିଲେ।
ଏହି ଅବସରରେ ୟାସିର ନୱାଜ କହିଛନ୍ତି, ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଘୋଡ଼ ନିଦରେ ଶୋଇଛନ୍ତି। ଦଙ୍ଗା କ୍ଷତିଗ୍ରସ୍ତ ମଣିପୁରବାସୀଙ୍କ ପାଇଁ ମୋଦିଙ୍କ ହୃଦୟରେ ଦରଦ ନାହିଁ। ମଣିପୁରରେ ଓ ଭାରତରେ ମୋଦି ଶାସନରେ ମହିଳା ଅସୁରକ୍ଷିତ ଓ ଲୁଣ୍ଠିତ। ମଣିପୁର ହିଂସାକାଣ୍ଡକୁ ଭାଜପା ଆର୍‌ଏସ୍‌ଏସ୍‌, ଏବିଭିପି ତଥା ମୋଦି ସରକାର ଉସୁକାଉଛନ୍ତି। ମଣିପୁର ହିଂସାକାଣ୍ଡର ଦିନକ ପରେ ୨ ଜଣ ମହିଳାଙ୍କ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ମଣିପୁର ପୋଲିସ ବଳାତ୍କାରୀ ଓ ଦଙ୍ଗାକାରୀଙ୍କ ସପକ୍ଷରେ ରହିଛନ୍ତି। ଏହି ଘଟଣାକୁ ଚପାଇ ଦିଆଗଲା ଏବଂ ୨ ମାସ ପରେ ଘଟଣାର ପର୍ଦ୍ଦାଫାଶ ହେଲାପରେ ସାରା ଦେଶ କେନ୍ଦ୍ର ଏବଂ ମଣିପୁର ସରକାରଙ୍କର ଅସଲ ସ୍ବରୂପ ଦେଖିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ଦଙ୍ଗାକୁ ପ୍ରୋତ୍ସାହନ ଦେଉଥିବା ଭଳି ଜଣାପଡ଼ୁଛି। ଦିଲ୍ଲୀରେ ମହିଳା ମଲ୍ଲଯୋଦ୍ଧାଙ୍କୁ ଅତ୍ୟାଚାର ଘଟଣା, ଉନାଓ, କାଠୁଆ, ହାଥରାସ୍‌, ଯୋଧପୁର ପ୍ରଭୂତି ଘଟଣାରେ ମହିଳା ବଳାତ୍କାର ଓ ହତ୍ୟା ପ୍ରଭୃତିରେ ଭାଜପାର ଭୂମିକାକୁ ସାରା ଦେଶ ନିନ୍ଦା କରୁଛି। ମହିଳାମାନଙ୍କର ସୁରକ୍ଷା ପ୍ରତି ମୋଦି ସରକାର ଉଦାସୀନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri