ମୌନବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ:ଆମୀ

ଭୁବନେଶ୍ବର, ୧।୪(ବ୍ୟୁରୋ): କେଉଁ ସୂତ୍ରରୁ ଆଦାନୀ କମ୍ପାନୀକୁ ୨୦ ହଜାର କୋଟି ଟଙ୍କା ଆସିଛି। ଆଦାନୀ ମହା କେଳେଙ୍କାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମୌନବ୍ରତ ଅବଲମ୍ବନ କରୁଛନ୍ତି। ତାଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀମାନେ କଂଗ୍ରେସ ଓ ବିରୋଧୀଙ୍କ ତରଫରୁ କରାଯାଇଥିବା ପ୍ରଶ୍ନର ଉତ୍ତର ନ ରଖି ଏକତରଫା କାହିଁକି ଭାଷଣ ଦେଉଛନ୍ତି ବୋଲି କଂଗ୍ରେସ ରାଜ୍ୟ ସଭା ସଦସ୍ୟ ଆମୀ ୟାଗନିକ୍‌ ପ୍ରଶ୍ନ କରିଛନ୍ତି। ସେହିପରି ବିଜେଡି ଅନ୍ୟ ସବୁ ଭାଜପା ବିରୋଧୀ ରାଜନୈତିକ ଦଳ ସହିତ ସାମିଲ ହେବ ବୋଲି ସେ କହିଛନ୍ତି। ଗସ୍ତରେ ଆସିଥିବା ଆମୀ କଂଗ୍ରେସ ଭବନଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି, ମୋଦି ସରକାରର ୮ ବର୍ଷ ମଧ୍ୟରେ ବିଶ୍ୱ ଧନୀ ତାଲିକାରେ ଆଦାନୀ ୬୦୯ ସ୍ଥାନରୁ ଉଠି ୩ୟ ସ୍ଥାନରେ ପହଞ୍ଚାଇବା ପଛରେ କ’ଣ ରହସ୍ୟ ରହିଛି। ପୂର୍ବ କଂଗ୍ରେସ ସରକାର ଅମଳରେ ଜାତୀୟ ସମ୍ପତ୍ତିକୁ ଆଦାନୀ ତଥା ମୁଷ୍ଟିମେୟ ପୁଞ୍ଜିପତିଙ୍କୁ କାହିଁକି ଗୋଟିଏ ପରେ ଗୋଟିଏ ଟେକି ଦିଆଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହିସବୁ ପ୍ରଶ୍ନଗୁଡ଼ିକ ପଚାରି ଉତ୍ତର ମାଗୁଥିବା ଯୋଗୁ ଭୟଭୀତ ମୋଦି ସରକାର ଆକ୍ରୋଶ ରାଜନୀତିର ଆଶ୍ରୟ ନେଇଛନ୍ତି। ଫେବୃୟାରୀ ୨୭ରୁ ମାର୍ଚ୍ଚ ୨୩ ଏକ ମାସରୁ କମ୍‌ ସମୟ ମଧ୍ୟରେ କୋର୍ଟ ରାୟ ଆସିବା ଓ ମାନହାନି ମକଦ୍ଦମାରେ ସର୍ବାଧିକ ୨ ବର୍ଷର ଦଣ୍ଡ ମିଳିିବା ପଛରେ ଯେ ଷଡ଼ଯନ୍ତ୍ର ଅଛି ତାହା ସର୍ବତ୍ର ଆଲୋଚିତ ହେଉଛି। ରାହୁଲଙ୍କୁ ପାର୍ଲାମେଣ୍ଟରେ କହିବାକୁ ନ ଦେବା, ସଂସଦରେ କହିଥିବା ବକ୍ତବ୍ୟକୁ ବିବରଣୀରୁ ବାଦ୍‌ ଦେବା ଓ ସଂସଦ ବାହାରେ ଦେଇଥିବା ଭାଷଣ ଉପରେ ସଂସଦରେ କ୍ଷମା ମାଗିବାର ଦାବି କରିବା ଭଳି କାର୍ଯ୍ୟପନ୍ଥା ସେମାନଙ୍କଠାରୁ ଦେଖିବାକୁ ମିଳୁଛି। ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଛି, ସେତେବେଳେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପ୍ରତିବାଦ କରିବା ଆବଶ୍ୟକ। ଗଣତନ୍ତ୍ରରେ ବିଶ୍ୱାସ ଥିବାର ଦାବି କରୁଥିବା ବିଜେଡି ଏ ସମୟରେ ଅନ୍ୟ ଭାଜପା ବିରୋଧୀ ରାଜନୈତିକ ଦଳ ସହ ସାମିଲ ହେବ ବୋଲି ସେ ଆଶା କରୁଥିବା କହିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦେଶରେ ମୋଦି ସରକାର ଗଣତନ୍ତ୍ର ନାମରେ ଏକଚ୍ଛତ୍ରବାଦ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?