Posted inଜାତୀୟ

ଶନିବାରଠାରୁ ବନ୍ଦ ରହିବ ପ୍ରାଇମେରୀ ସ୍କୁଲ

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ରାଜ୍ୟର ସମସ୍ତ ପ୍ରାଇମେରୀ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଇଛି। ନଭେମ୍ବର ୫ ଅର୍ଥାତ୍‌ ଶନିବାରଠାରୁ ଏହି ସ୍କୁଲ ବନ୍ଦ ରହିବ। ତେବେ ଏହି ସ୍କୁଲ କେତେ ଦିନ ଯାଏ ବନ୍ଦ ରହିବ ସେନେଇ କୌଣସି ସୂଚନା ମିଳିନାହିଁ। ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ କେବେ ସ୍କୁଲ ଖୋଲାଯିବ ସେନେଇ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ଶିଶୁ ଅଧିକାର ସୁରକ୍ଷା କମିଶନ ସ୍କୁଲ ବନ୍ଦ କରିବାକୁ ପରାମର୍ଶ ଦେଇଥିେଲେ। ଶୁକ୍ରବାର ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଏକ ବୈଠକ ମଧ୍ୟ ଡକାଇଥିଲେ। ଉକ୍ତ ବୈଠକରେ ସମସ୍ତ ବିଷୟ ଉପରେ ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରଖିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଯାଏ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ। ଦିଲ୍ଲୀରେ ଶୁକ୍ରବାର ପ୍ରଦୂଷଣର ସ୍ତର ବହୁତ ଖରାପ୍‌ ସ୍ଥିତିରେ ପହଞ୍ଚିଛି। ସେଠାରେ ବାୟୁର ମାନ ଏକ୍ୟୁଆଇ ୪୭୨ ବୃଦ୍ଧି ପାଇଛି। ଯାହା ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଉଛି। ତେଣୁ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀର ବିଦ୍ୟାଳୟଗୁଡ଼ିକରେ ଅଡ-ଇଭିନ୍‌ ଲାଗୁ କରାଯିବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା କେବଳ ୫୦ପ୍ରତିଶତ ଛାତ୍ରୀଛାତ୍ର କ୍ଲାସରେ ଶାରୀରିକ ଭାବେ ଉପସ୍ଥିତ ରହିବେ ଏବଂ ଅନ୍ୟ ଛାତ୍ରୀଛାତ୍ର ୩ଦିନ ଯାଏ ଘରେ ରହିବେ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri