ନୟାଗଡ଼ର ଗର୍ବ ଦାସିଆ ଅଜା

ନୂଆଗାଁ, ୧୨।୯ (ଧନେଶ୍ୱର ସାହୁ ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୯୦୭ରେ ଜନ୍ମ ଗ୍ରହଣ କରି ୧୯୯୭ ସେପ୍ଟେମ୍ବର ପରଲୋକ ହୋଇଥିଲା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ମଫସଲିଆ ଗାଁ ଉଦୟପୁରରେ ଜନ୍ମ ଗ୍ରହଣ କରିଥିବା ଦାଶରଥିଙ୍କୁ ଦଶ ପଇସାର ରାଜା ଦାସିଆ ଅଜା ବୋଲି ସାରା ଓଡ଼ିଶାରେ ପୁରପଲ୍ଲୀରେ ପରିଚିତ। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଦାସିଆ ଅଜାଙ୍କର ପାଠପଢା କହିଲେ ୪ର୍ଥ ଶ୍ରେଣୀ। ସେ ଦ୍ୱିପ୍ରହର ବିଶ୍ରାମ ନେବା ସମୟରେ ବିଶ୍ରାମ ନ ନେଇ ପାଠ ପଢିବାକୁ ଏକ ନିଶା ଭାବେ ଆଦରି ନେଇଥିଲେ। ତାଙ୍କର ଏହି ବହି ପଢିବା ନିଶାରୁ ଆରମ୍ଭ କରିଥିଲେ ସଂଗ୍ରହର ଯାତ୍ରା। ଏ ଗାଁରୁ ସେ ଗାଁ ବୁଲି ଆରମ୍ଭ କରିଦେଲେ ବିଭିନ୍ନ ବହି, ପତ୍ର ପତ୍ରିକା ସଂଗ୍ରହ କରିବା। ସେହି ସଂଗ୍ରହ କରିବାର ନିଶା ତାଙ୍କୁ ସଂଗ୍ରାହକ କରାଇ ଦେଇଥିଲା। ଆଣ୍ଠୁ ଯାଏ ଖଦଡ ଲୁଗା ଖଣ୍ଡିଏ ପିନ୍ଧି, ହାତରେ ଠେଙ୍ଗା ଆଉ କାନ୍ଧରେ ଝୁଲାମୁଣି ଝୁଲେଇ ଦେଇ ଦୁଆର ଦୁଆର ବୁଲି ସଂଗ୍ରହରେ ଲାଗି ପଡୁଥିଲେ। କାହା ପାଖରେ କିଛି ବହି, ତାଳପତ୍ର ପୋଥି, ପତ୍ରପତ୍ରିକା, ପୁରାତନ ଜିନିଷ ଅଛି ବୋଲି ଶୁଣି ଦେଲେ ଅତି ସାଧାରଣ ଜୀବନ ଯାପନ କରୁଥିବା ସରଳ ମଣିଷଟି ଦୌଡ଼ି ଯାନ୍ତି ସେହି ବ୍ୟକ୍ତିଙ୍କ ନିକଟକୁ। ଦୁଆରେ ବସି ରୁହନ୍ତି ଜିନିଷକୁ ପାଇବା ଯାଏ। ସେହି ଜିନିଷକୁ ନ ପାଇଲେ ଦୁଆରୁ ଯିବି ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦିଅନ୍ତି। ବାର ଦୁଆର ବୁଲି ବୁଲି ପୁରାତନ ସାମଗ୍ରୀକୁ ମାଗି ଗଡ଼ି ତୋଲିଲେ ସଂଗ୍ରହାଳୟ ଓ ପାଠଗାର ଆଉ ଓଡିଆ ଜାତି ପାଇଁ ସୃଷ୍ଟି କଲେ ଏକ ମହାନ ସମ୍ଭାର। କିଏ କିଛି ସଂଗ୍ରହାଳୟକୁ ଦାନ କରିଛି ଆଉ କିଏ ଦାନ କରିବ ସେମାନଙ୍କ ନିକଟରୁ ଦିନକୁ ଶହେରୁ ଊର୍ଦ୍ଧ୍ୱ ପୋଷ୍ଟ କାର୍ଡରେ ଚିଠି ଲେଖନ୍ତି। କବି, ସାହିତି୍ୟକ, ଲେଖକ ଆଦିଙ୍କ ପାଇଁ ଏହି ଖଣ୍ଡିଏ ପୋଷ୍ଟ କାର୍ଡ ଥିଲା ପ୍ରେରଣାର ଉତ୍ସ। ସଂଗ୍ରହ କରିବା, ଚିଠି ମାଧ୍ୟମରେ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ଆଉ ସମସ୍ତ ସଂଗ୍ରହ ସାମଗ୍ରୀକୁ ସଜାଡି ରଖିବାର ପ୍ରୟାସ ଆଜି ମଫସଲିଆ ଗାଁକୁ ସାରା ବିଶ୍ୱରେ ଗୌରାବାନ୍ବିତ କରିଛି। ଆଜି ଦାସିଆ ଅଜାଙ୍କ ସେହି ସଂଗ୍ରହାଳୟରେ ସ୍ଥାନ ପାଇଛି ଚନ୍ଦ୍ର ପୃଷ୍ଠରୁ ବିରଳ ପଥର, ରାଣି ଭିକ୍ଟୋରିଆଙ୍କ ୧୮୦୨ ମସିହାର ସ୍ବର୍ଣ୍ଣ ମୁଦ୍ରା, ପଣ୍ଡିତ ଗୋପବନ୍ଧୁ ଦାସ ୧୯୩୦ରେ ବ୍ୟବହାର କରୁଥିବା ବାକ୍ସ ଭଳି ଅନେକ ବିରଳ ସାମଗ୍ରୀ। ସେହି ଦଶ ପାଇସାର ଅଜା ଦାସିଆ ଅଜାଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକିକୁ କେବଳ ଦାସିଆ ଅଜାଙ୍କ ଅନୁଷ୍ଠାନରେ ପାଳନ କରାଯାଉଛି ତାହା ନୁହଁ ପ୍ରତି ସ୍କୁଲରେ ପାଳନ କରିବା ପାଇଁ ନୟାଗଡ଼ ଜିଲାପାଳ ରବୀନ୍ଦ୍ର କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri