ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ

ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ୧୫ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ, ଦେଶର ଜଣେ ରାଷ୍ଟ୍ରପତି ରେଳରେ ଯାତ୍ରା କରିବେ। ତେବେ ଉତ୍ତରପ୍ରଦେଶ ଗସ୍ତ ସମୟରେ ସେ ପୁରୁଣା ସାଙ୍ଗ, ସ୍କୁଲ ସହପାଠୀ ଓ ସମ୍ପର୍କୀୟଙ୍କ ସହ ଭେଟିବେ ବୋଲି ସୂଚନା ରହିଛି। ଅନ୍ୟପଟେ ରାଷ୍ଟ୍ରପତି ପହଞ୍ଚିବାର ୧ଘଣ୍ଟା ପୂର୍ବରୁ ଓ ୧ଘଣ୍ଟା ପରେ କାନପୁର ସେଣ୍ଟ୍ରାଲର ୪ଟି ପ୍ଲାଟଫର୍ମର ଯାତାୟତ ବନ୍ଦ ରହିବ। ଏନେଇ ରାଷ୍ଟ୍ରପତି ଭବନରୁ ଜାରି  ଏକ ବିବୃତ୍ତିରେ ଉଲ୍ଲେଖ କରାଯାଇଛି। ଏଥିସହ କୁହାଯାଇଛି ଯେ, ରାଷ୍ଟ୍ରପତି କୋବିନ୍ଦ ଜନ୍ମସ୍ଥାନକୁ ପୂର୍ବରୁ ହିଁ ଯିବାକୁ ଚାହୁଁଥିଲେ କିନ୍ତୁ କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଜୁନ ୨୫ରେ କୋବିନ୍ଦ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଦିଲ୍ଲୀ ସଫଦରଗଞ୍ଜରୁ ଗସ୍ତ କରିବେ ଏବଂ ସନ୍ଧ୍ୟାରେ କାନପୁର ପହଞ୍ଚିବେ। ଏହି ସ୍ବତନ୍ତ୍ର ଟ୍ରେନ୍‌ର ୨ଟି ଷ୍ଟପେଜ୍‌ ରହିବ। ପ୍ରଥମଟି ହେଉଛି ଝିନ୍‌ଝକ୍‌ ଓ ଦ୍ୱିତୀୟଟି କାନପୁର ଗ୍ରାମାଞ୍ଚଳର ରୁରାରେ। ଯେଉଁଠାରେ ରାଷ୍ଟ୍ରପତି ନିଜ ପୁରୁଣା ସମ୍ପର୍କୀୟଙ୍କୁ ଭେଟିବେ। ଏହି ୨ଟି ଷ୍ଟପେଜ୍‌କୁ ତାଙ୍କ ଗାଁ ପରୋଖ ନିକଟରେ ରଖାଯାଇଛି। ସୁଚନା ମୁତାବକ ରାଷ୍ଟ୍ରପତି କୋବିନ୍ଦ ଜୁନ ୨୫ ସନ୍ଧ୍ୟାରେ କାନପୁର ପହଞ୍ଚିବେ ଏବଂ ଜୁନ ୨୭ରେ ଗାଁର ୨ଟି ସ୍ବାଗତ କାର୍ଯ୍ୟକ୍ରମରେ  ସାମିଲ ହେବେ। ଜୁନ ୨୮ରେ କୋବିନ୍ଦ କାନପୁର ସେଣ୍ଟ୍ରାଲରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ଲକ୍ଷ୍ନୌକୁ ୨ଦିନିଆ ଗସ୍ତ କରିବେ। ଏହାପରେ ଜୁନ ୨୯ରେ ସେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିବେ ବୋଲି  ସୂଚନା ଦିଆଯାଇଛି। ଏହି ଟ୍ରେନ୍‌ରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସେଲୁନ ରହିବା ସହ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି। ଏହି ଟ୍ରେନ୍‌ ପାଇଁ ଟ୍ରାଏଲ୍‌ ମଧ୍ୟ ଶେଷ ହୋଇଛି। ଏହାପୂର୍ବରୁ ୨୦୦୬ରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ମଧ୍ୟ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଦିଲ୍ଲୀରୁ ଡେରାଡୁନକୁ ଯାତ୍ରା କରିଥିଲେ। ସେଠାରେ ସେ ଭାରତୀୟ ମିଲିଟାରୀ ଏକାଡେମୀର ପାସିଂ ଆଉଟ୍‌ ପରେଡରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?