ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ସମ୍ବର୍ଦ୍ଧିତ

ଭୁବନେଶ୍ୱର,୩ା୨: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ତଥା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

ଓଡ଼ିଆ ଭାଷାର ଉନ୍ନତି ପାଇଁ ଦାବି କରି ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଦୀର୍ଘ ୮୭୮ ଦିନ ଧରି କଳା ପତାକା ପଟୁଆର ଅନୁଷ୍ଠିତ ହୋଇଥିଲା। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ‘ସଂସ୍କୃତି ଓ ସଂସ୍କୃତି’ର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ମହାବୋଧି ସୋସାଇଟିର ସମ୍ପାଦକ ଡ. ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଶ୍ରୀ ଶତପଥୀ ‘ସଂସ୍କୃତି ଓ ସଂସ୍କୃତି’କୁ ଧନ୍ୟବାଦ ଜଣାଇ ଓଡ଼ିଆ ଭାଷାର ସମୃଦ୍ଧି କାମନା କରିଥିଲେ। ପ୍ରଯୋଜକ ଲୁଟୁ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର ବିଶ୍ୱାଳ ଓ ମଣ୍ଟୁ ମହଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri