Posted inଜାତୀୟ

ଜାତୀୟ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପାଲି,୫।୧: ରାଜସ୍ଥାନର ପାଲି ଜିଲା ଅନ୍ତର୍ଗତ ନିମ୍ବଲି ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଅପରାହ୍ନରେ ୧୮ତମ ଜାତୀୟ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ କରିଛନ୍ତି। ଭାରତ ସ୍କାଉଟ୍‌ସ ଓ ଗାଇଡ୍ସ ସର୍ବବୃହତ୍‌ ସ୍ବେଚ୍ଛାସେବୀ, ଅଣରାଜନୈତିକ ଯୁବ ସଂଗଠନ ଏବଂ ଦେଶର ଶୈକ୍ଷିକ ଆନ୍ଦୋଳନ ବୋଲି ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି। ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ପୁଅ ଝିଅଙ୍କ ଚରିତ୍ର ଗଠନ ଦିଗରେ ଏହା କାର୍ଯ୍ୟ କରିଥାଏ। ୬୩ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟତା ସହ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ବିଶ୍ୱର ସର୍ବବୃହତ୍‌ ସ୍କାଉଟ୍‌ ଗାଇଡ୍‌ ସଂଗଠନ। ଏହାର ସଦସ୍ୟମାନେ ଉତ୍ସର୍ଗୀକୃତ ମନୋଭବ ନେଇ ମାନବ କଲ୍ୟାଣ ପାଇଁ ସେବା କରିଥାନ୍ତି।

ପ୍ରତ୍ୟେକ ସେମାନଙ୍କ ଜୀବନରେ ମାନବୀୟ ମନୋଭାବ ନେଇ ଭଲ ପାଇବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରପତି ନିମ୍ବଲିସ୍ଥିତ ହେଲିପ୍ୟାଡ୍‌ରେ ପହଞ୍ଚତ୍ବା ପରେ ତାଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ବାଗତ କରିଥିଲେ। ସେ ପତାକା ଉତ୍ତୋଳନ କରି ଜାମ୍ବୋରିକୁ ଉଦ୍‌ଘାଟନ କରିବା ପରେ ପରେଡରେ ସାମିଲ ହୋଇଥିଲେ। ଏହି ସମୟରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ଶୋ’ ପ୍ରଦର୍ଶନ କରାଯାଇଥିଲା।

୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜମ୍ବୋରିରେ ଭାଗନେବା ପାଇଁ ଭାରତ ଓ ବିଦେଶରୁ ପ୍ରାୟ ୩୫ ହଜାର ସ୍କାଉଟ୍‌ ଓ ଗାଇଡ୍‌ ଆସିଛନ୍ତି। ସେମାନଙ୍କ ଲାଗି ୨୨୦ ହେକ୍ଟର ଅଞ୍ଚଳରେ ୩,୫୨୦ଟି ଟେଣ୍ଟ ନିର୍ମାଣ କରାଯାଇଛି। ରାଜସ୍ଥାନରେ ଏହା ଦ୍ୱିତୀୟ ଜାମ୍ବୋରି। ପୂର୍ବରୁ ଜୟପୁରରେ ୧୯୫୬ ଜାମ୍ବୋରିର ଆୟୋଜନ କରାଯାଇଥିଲା। ଏଥର ବାଂଲାଦେଶ, ସାଉଦି ଆରବ, ଘାନା, ଶ୍ରୀଲଙ୍କା, ମାଲେସିଆ, ନେପାଳ, କେନିଆ ଆଦି ଦେଶରୁ ୪୦୦ ସ୍କାଉଟ୍‌ ଗାଇଡ୍‌ ଯୋଗ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri