Posted inଜାତୀୟ

ଜାତୀୟ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପାଲି,୫।୧: ରାଜସ୍ଥାନର ପାଲି ଜିଲା ଅନ୍ତର୍ଗତ ନିମ୍ବଲି ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଅପରାହ୍ନରେ ୧୮ତମ ଜାତୀୟ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ କରିଛନ୍ତି। ଭାରତ ସ୍କାଉଟ୍‌ସ ଓ ଗାଇଡ୍ସ ସର୍ବବୃହତ୍‌ ସ୍ବେଚ୍ଛାସେବୀ, ଅଣରାଜନୈତିକ ଯୁବ ସଂଗଠନ ଏବଂ ଦେଶର ଶୈକ୍ଷିକ ଆନ୍ଦୋଳନ ବୋଲି ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି। ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ପୁଅ ଝିଅଙ୍କ ଚରିତ୍ର ଗଠନ ଦିଗରେ ଏହା କାର୍ଯ୍ୟ କରିଥାଏ। ୬୩ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟତା ସହ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ବିଶ୍ୱର ସର୍ବବୃହତ୍‌ ସ୍କାଉଟ୍‌ ଗାଇଡ୍‌ ସଂଗଠନ। ଏହାର ସଦସ୍ୟମାନେ ଉତ୍ସର୍ଗୀକୃତ ମନୋଭବ ନେଇ ମାନବ କଲ୍ୟାଣ ପାଇଁ ସେବା କରିଥାନ୍ତି।

ପ୍ରତ୍ୟେକ ସେମାନଙ୍କ ଜୀବନରେ ମାନବୀୟ ମନୋଭାବ ନେଇ ଭଲ ପାଇବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରପତି ନିମ୍ବଲିସ୍ଥିତ ହେଲିପ୍ୟାଡ୍‌ରେ ପହଞ୍ଚତ୍ବା ପରେ ତାଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ବାଗତ କରିଥିଲେ। ସେ ପତାକା ଉତ୍ତୋଳନ କରି ଜାମ୍ବୋରିକୁ ଉଦ୍‌ଘାଟନ କରିବା ପରେ ପରେଡରେ ସାମିଲ ହୋଇଥିଲେ। ଏହି ସମୟରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ଶୋ’ ପ୍ରଦର୍ଶନ କରାଯାଇଥିଲା।

୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜମ୍ବୋରିରେ ଭାଗନେବା ପାଇଁ ଭାରତ ଓ ବିଦେଶରୁ ପ୍ରାୟ ୩୫ ହଜାର ସ୍କାଉଟ୍‌ ଓ ଗାଇଡ୍‌ ଆସିଛନ୍ତି। ସେମାନଙ୍କ ଲାଗି ୨୨୦ ହେକ୍ଟର ଅଞ୍ଚଳରେ ୩,୫୨୦ଟି ଟେଣ୍ଟ ନିର୍ମାଣ କରାଯାଇଛି। ରାଜସ୍ଥାନରେ ଏହା ଦ୍ୱିତୀୟ ଜାମ୍ବୋରି। ପୂର୍ବରୁ ଜୟପୁରରେ ୧୯୫୬ ଜାମ୍ବୋରିର ଆୟୋଜନ କରାଯାଇଥିଲା। ଏଥର ବାଂଲାଦେଶ, ସାଉଦି ଆରବ, ଘାନା, ଶ୍ରୀଲଙ୍କା, ମାଲେସିଆ, ନେପାଳ, କେନିଆ ଆଦି ଦେଶରୁ ୪୦୦ ସ୍କାଉଟ୍‌ ଗାଇଡ୍‌ ଯୋଗ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri