ଲୁଥରଙ୍କ ଦୃଷ୍ଟିରେ ଗାନ୍ଧିଜୀ

ମାର୍ଟିନ୍‌ ଲୁଥର କିଙ୍ଗ୍‌ (ଜୁନିୟର) ୧୯୫୯ ମସିହାରେ ଭାରତ ଭ୍ରମଣରେ ଆସିଥିଲେ। ଭାରତ ରହଣି କାଳରେ ସେ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମ ପରିଦର୍ଶନ କରିଥିବାବେଳେ ମହାତ୍ମା ଗାନ୍ଧୀ ୮ ଜଣ ସାଥୀଙ୍କ ସହ ଏହିଠାରୁ ୨୧୮ ମାଇଲ ଦୂରବର୍ତ୍ତୀ ଦାଣ୍ଡିକୁ ପଦଯାତ୍ରା କରି ଲବଣ ସତ୍ୟାଗ୍ରହ କରିଥିଲେ। ସେଦିନ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଯେଉଁ ଜ୍ଞାନ ଓ ଅନୁଭବ ଲାଭ କରିଥିଲେ, ସେ ତାଙ୍କ ଆତ୍ମଜୀବନୀରେ ଲିପିବଦ୍ଧ କରିଛନ୍ତି। ସେ ତାଙ୍କର ଏକ ଟିପ୍ପଣୀରେ ଲେଖିଥିଲେ ”ଏହି ଯାତ୍ରା ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ଗାନ୍ଧୀଙ୍କ ଦେଶରେ ପାଦଦେବା, ତାଙ୍କ ପରିବାର ପରିଜନବର୍ଗଙ୍କ ସହିତ କଥା ହେବା, ତାଙ୍କ ସହକର୍ମୀମାନଙ୍କ ସ୍ମୃତିଚାରଣରେ ସହଭାଗୀ ହେବା, ତାଙ୍କ ଆଶ୍ରମ ପରିଦର୍ଶନ କରିବା ଏବଂ ତାଙ୍କ ସମାଧିପୀଠରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ଅତ୍ୟନ୍ତ ଆନନ୍ଦଦାୟକ ଅନୁଭବ ଥିଲା। ଏହି ଦେଶରୁ ଆମେ ଅନେକ କିଛି ଶିକ୍ଷାକଲୁ, ତଥାପି ଭାରତବର୍ଷକୁ ଜାଣିଗଲୁ ବୋଲି କହିବା ଧୃଷ୍ଟତା ହେବ। ତା’ର ଜନଗଣ, ସିଦ୍ଧି ଓ ବୈଷମ୍ୟକୁ ନେଇ ଭାରତ ଏକ ବିରାଟ ଉପମହାଦେଶ।“ ସ୍ବାଧୀନତା ସଂଗ୍ରାମ କରିବା ପାଇଁ ନଷ୍ପେଷିତ ଜନତାଙ୍କର ଅଂହିସା ପ୍ରତିରୋଧ ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଥିଲା। ଅହିଂସା ଆନ୍ଦୋଳନର ଚମକପ୍ରଦ ବିଜୟ ନିଜ ଆଖିରେ ଦେଖିବା ବିସ୍ମୟକର ଥିଲା। ହିଂସାର ପଥ ଲୋକଙ୍କର ତିକ୍ତତା ଏବଂ ଧ୍ୱଂସକାରୀଙ୍କର ନୃଶଂସତା ବୃଦ୍ଧି କରେ, କିନ୍ତୁ ଅହିଂସାର ପଥ ମୁକ୍ତି ପ୍ରଦାନ କରେ ତଥା ପ୍ରୀତିପୂର୍ଣ୍ଣ ସମାଜ ପ୍ରତିଷ୍ଠା କରେ। ମୋର ଭାରତ ଗସ୍ତ ଫଳରେ ଅହିଂସାର ବାରିଧାରା ମୋ’ ଜୀବନରେ ପ୍ରବାହିତ ହେବା ସହ ମୋର ଅଙ୍ଗୀକାର ଆହୁରି ଦୃଢ଼ୀଭୂତ ହେଲା। ସେତେବେଳେ ୪୦ କୋଟି ଜନତାଙ୍କୁ ଏକାଠି କରି ସ୍ବାଧୀନତା ପାଇଁ ଅଭିମନ୍ତ୍ରିତ କରିଥିଲେ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଯେଉଁ ଲୋକଟି ଅହିଂସାରେ ବିଶ୍ୱାସ କରୁଥିଲେ, ତାଙ୍କ ଜୀବନ ହିଂସାରେ ବିଶ୍ୱାସ କରୁଥିବା ଜଣେ ଲୋକହାତରେ ଗଲା। ମାତ୍ର ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଯେ, ଯେଉଁ ଲୋକ ଗୁଳିମାରି ଗାନ୍ଧୀଙ୍କ ହୃଦୟ ବିଦାରି ଦେଲା, ସେ ତାଙ୍କୁ ସମଗ୍ର ମାନବ ଜାତିର ହୃଦୟରେ ସ୍ଥାନିତ କରିଦେଲା। ଲକ୍ଷ୍ୟ କରିବାର କଥା ଯେ, ଆବ୍ରାହମ୍‌ ଲିଙ୍କନଙ୍କୁ ଯେଉଁଥିପାଇଁ ଗୁଳିମାଡ଼ ହୋଇଥିଲା, ଠିକ୍‌ ସେଇଥିପାଇଁ ମହାତ୍ମା ଗାନ୍ଧୀଙ୍କୁ ଗୁଳିମାଡ଼ ହୋଇଥିଲା। ଲିଙ୍କନ୍‌ଙ୍କୁ ଗୁଳିମାଡ଼ ହେଲାବେଳେ ପାଖରେ ଛିଡ଼ା ହୋଇଥିବା ତାଙ୍କର ସଚିବ ଷ୍ଟାଣ୍ଟନ୍‌ କହିଥିଲେ, ‘ଏବେ ସେ ଯୁଗପୁରୁଷ ହୋଇଗଲେ’। ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ବିଷୟରେ ସେହିକଥା କୁହାଯାଇ ପାରିବ, ସେ ମଧ୍ୟ ଜଣେ ସତ୍ୟନିଷ୍ଠ ଯୁଗପୁରୁଷ।
ସତ୍ୟକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ମାଟିରେ ମିଶାଇଦେଲେ ବି ତାହା ପୁନରୁଜ୍ଜୀବିତ ହୋଇ ଉଠିବ। ଜେମ୍ସ ରସେଲ୍‌ ଲୋବେଲ୍‌ଙ୍କ ଭାଷାରେ ”ସତ୍ୟ ପଶିଛି ସଦା ଫାଶର ଫନ୍ଦାରେ/ ପ୍ରମାଦ ବସିଛି ସଦା ସିଂହାସନ ପରେ/ ଦୋହଲୁଛି ଭବିଷ୍ୟ ଫାଶୀ ଦଉଡ଼ିରେ/ ନିଷ୍ପ୍ରଭ ଅଜ୍ଞାତେ ଉଭା ଈଶ୍ୱର ଆମ ପଶ୍ଚାତ୍‌ରେ/ ନିଜଗଢ଼ା ଜଗତକୁ ଚାହିଁ ରହିଛନ୍ତି ଅନ୍ଧାର ଭିତରେ।“ ମହାତ୍ମା ଗାନ୍ଧୀ ଭାରତରେ ଯାହା କଲେ, ତାହା ସେ କିପରି କଲେ ବୋଲି ଯଦି ପ୍ରଶ୍ନ ହୁଏ, ତେବେ ଲୋକମାନେ କହିବେ ଗାନ୍ଧୀ ଥିଲେ ସମ୍ପୂର୍ଣ୍ଣ ସତ୍ୟନିଷ୍ଠ, ବିଶ୍ୱସ୍ତ ଏବଂ ବିଶେଷ ଭାବରେ ତାଙ୍କର ସମର୍ପଣଭାବ ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ସେ ଏପରି ଏକ ବ୍ୟକ୍ତି ଥିଲେ, ଯିଏ ନିଜର ଅନୁଗାମୀମାନଙ୍କୁ କହୁଥିଲେ ସେ ଦୋଷଶୂନ୍ୟ ନୁହନ୍ତି, ସେ ଗୋଟାପଣେ ଜଣେ ମଣିଷ। ଭାରତରୁ ବିଦାୟ ନେବାବେଳେ ମାର୍ଟିନ୍‌ କହିଥିଲେ, ”ଭାରତର ଜନଗଣଙ୍କୁ ଓ ସରକାରଙ୍କୁ ମୋର ଏକ ନିବେଦନ କରିବାର ଅଛି, ଯାହା ବିନୋବା ଭାବେଙ୍କ ସହିତ ଆଲୋଚନା ସମୟରେ ମୋ ମନକୁ ଆସିଥିଲା। ପୃଥିବୀର ଶାନ୍ତିପ୍ରିୟ ଦେଶଗୁଡ଼ିକ ଭୟ ନିବାରଣ ଓ ନିରସ୍ତ୍ରୀକରଣ ପାଇଁ ମୋ ନିଜ ଦେଶ ଆମେରିକା ଏବଂ ସୋଭିଏତ ରୁଷିଆକୁ ରାଜି କରାଇବାରେ ସେ ସକ୍ଷମ ହୋଇପାରି ନାହାନ୍ତି। ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ ଆମେରିକା ଓ ସୋଭିଏତ ରୁଷ ଏପରି କରିବା ନିମିତ୍ତ ଏପରି ସାହସ ଦେଖାଇ ନାହାନ୍ତି। ବିନୋବା ଭାବେ କହିଥିଲେ, ଭାରତ ଯେପରି ଅଗ୍ରଣୀ ଭୂମିକା ନେଇ ପୃଥିବୀକୁ ଦେଖାଇଦେଲା ଅହିଂସା ଉପାୟରେ ଜାତୀୟ ସ୍ବାଧୀନତା ହାସଲ କରାଯାଇପାରେ, ସେହିପରି ଦିନେ ଭାରତ ଅଗ୍ରଣୀ ଭୂମିକା ନେଇ ନିରସ୍ତ୍ରୀକରଣ ପାଇଁ ସମଗ୍ର ବିଶ୍ୱକୁ ଆହ୍ବାନ ଦେବ ଏବଂ ମହାମତ୍ା ଗାନ୍ଧୀଙ୍କ ଭାବଧାରାର ଏହା ଏକ ବିରାଟ ନିଦର୍ଶନ ହେବ।

  • ଉମା ଶଙ୍କର ପ୍ରସାଦ
    ମୋ: ୮୮୯୫୫୪୭୪୯୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?