ବଡ଼ବିଲ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ

ବଡବିଲ,୧୪।୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ବଡବିଲ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ନେଇ ଗୁରୁବାର ଅପରାହ୍ନରେ ସ୍ଥାନୀୟ ବିକାଶ ମହଲ ସଭା ଗୃହରେ କମିଟି ସଦସ୍ୟଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବଡବିଲ ମହାବିଦ୍ୟାଳୟ ଗଣିତ ଅଧ୍ୟାପକ ପ୍ରତାପ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କମିଟି ସଭାପତି ତଥା ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା ଉପସ୍ଥିତ ରହି ଅଧ୍ୟକ୍ଷତା କରିଥିଲେ। ବଡବିଲ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ମହୋତ୍ସବର ବରିଷ୍ଠ କର୍ମକର୍ତ୍ତା ବିଜୟ ମହାନ୍ତି ପ୍ରମୁଖ ଯୋଗଦେଇ ମହୋତ୍ସବ କିପରି ସୁରୁଖୁରୁରେ ପାଳନ କରାଯିବ ସେନେଇ ମତବ୍ୟକ୍ତ କରିଥିଲେ।

କରୋନା କାଳ ପରେ ବଡବିଲ ମହୋତ୍ସବ ଖୋଲା ମଞ୍ଚରେ ପାଳନ ହେବାକୁ ଥିବା ରୌପ୍ୟ ଜୟନ୍ତୀ ପାଳନ ନେଇ ଏବେ ନୂଆ କମିଟି ଗଠନ ନେଇ ସଭାପତି ତଥା ଚମ୍ପୁଆ ଉପଜିଲାପାଳ ପରାମର୍ଶ ଦେଇଥିଲେ। କମିଟି ପୂର୍ବ କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକଙ୍କ ଦେହାନ୍ତ ପରେ କମିଟି ସଦସ୍ୟଙ୍କ ଦ୍ୱାରା ନବ ମନୋନୀତ କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଗୁପ୍ତ ପ୍ରସାଦ, ସମ୍ପାଦକ ନୀଳମଣି ମହାନ୍ତ ପ୍ରମୁଖ ବୈଠକରେ ମଞ୍ଚାସୀନ ଥିଲେ।

କମିଟି ସଭାପତି ତଥା ଚମ୍ପୁଆ ଉପଜିଲାପାଳ ମହୋତ୍ସବର ଆୟବ୍ୟୟର ହିସାବରେ ସ୍ବଚ୍ଛତା ରହିବା ନିହାତି ଆବଶ୍ୟକ ବୋଲି କହିଥିଲେ। ପରିଡା ଆହୁରି କହିଥିଲେ ଯେ, ବଡବିଲ ମହୋତ୍ସବ ଯୋଗୁ ଅଞ୍ଚଳରେ ଭାଇଚାରାର ସୃଷ୍ଟି ହେବ। ଏପରିକି ମହୋତ୍ସବ ମାଧ୍ୟମରେ ଓଡ଼ିଆ ପରମ୍ପରା, ସଂସ୍କୃତିକୁ ଉଜ୍ଜୀବିତ ହୋଇପାରିବ।ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ପ୍ରତିଭାଙ୍କୁ ସ୍ଥାନ ଦିଆଯିବ ବୋଲି ସେ କହିଥିଲେ।

ମହୋତ୍ସବ ପାଳନ ନେଇ ଆଗାମୀ ଦିନରେ ବ୍ୟୟ ଅଟକଳ ଉପସ୍ଥାପନ କରି କମିଟି ସଦସ୍ୟଙ୍କ ସହ ଚର୍ଚ୍ଚା କରାଯିବ ବୋଲି ସଭାପତି କହିଥିଲେ। ବୈଠକ ପରେ କମିଟି ସଦସ୍ୟଙ୍କ ସହ ଉପଜିଲାପାଳ ଉତ୍ସବ ପଡିଆକୁ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?