ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି। ଏଠାରେ ଉପନିର୍ବାଚନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯଦିଓ ଏହି ଉପନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି, ତେବେ ଏ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ଲୋହାନୀ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ଯେପରି ଗୋଟିଏ ବୁଥ୍‌ରେ ଅଧିକ ଲୋକ ଜମା ନ ହେବେ ତାହାକୁ ଦୃଷ୍ଟିରେ ରଖି ପ୍ରତି ୧ ହଜାର ଲୋକଙ୍କ ପାଇଁ ଗୋଟିଏ ଲେଖାଏ ବୁଥ୍‌ କରାଯିବ। ଉକ୍ତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହେବାକୁ ଥିବା କର୍ମଚାରୀମାନଙ୍କୁ ଖୁବ୍‌ଶୀଘ୍ର ତାଲିମ ଦେବା କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ୧୧୦ ପିପିଲି ବିଧାନସଭା ଆସନ ପାଇଁ ସମୁଦାୟ ୨୭୩ ବୁଥ୍‌ ରହିଥିବା ବେଳେ କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଆହୁରି ୭୫ ବୁଥ୍‌ ବୃଦ୍ଧି କରାଯିବ। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୨୦, ମହିଳା ମତଦାତା ୧ ଲକ୍ଷ ୧୦ ହଜାର ୫୬୧, ସର୍ଭିିସ ଭୋଟର ୩୨୦ ଏବଂ କିନ୍ନର ମତଦାତା ସଂଖ୍ୟା ୨ ରହିଛି।
ଏଠାରେ ସୂଚନାଯୋଗ୍ୟ, କୋଭିଡ୍‌-୧୯ ସଂକ୍ରମିତ ହୋଇ ୨୦୨୦ ଅକ୍ଟୋବର ୪ ତାରିଖରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ, ଡାକ୍ତରଖାନା ନିଜେ ନ ଆସି ୧୦୪କୁ ଫୋନ୍‌ କରନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ। ଯଦି ଥଣ୍ଡା ଜ୍ୱର ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଯାଇ ୧୦୪କୁ କଲ୍‌ କରନ୍ତୁ। ସେଠାରେ...

ରାଜ୍ୟରେ କରୋନା ଦ୍ୱିତୀୟ ଲହରି ଆଶଙ୍କା ନାହିଁ

ଭୁବନେଶ୍ୱର, ୫।୧୨(ବ୍ୟୁରୋ)-କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ଡିସେମ୍ବର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା। ତାହା ଆଉ ଆସି...

ରାଜ୍ୟରୁ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ

ଭୁବନେଶ୍ୱର,୧୪।୫(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ...

୩ ଦିନ କୁହୁଡ଼ି

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ଶୀତ ହଠାତ୍‌ ହ୍ରାସ ପାଇଛି। ରାତ୍ରିର ତାପମାତ୍ରା ୫ରୁ ୧୦ ଡିଗ୍ରୀ ସେଲ୍‌ସିୟସ ଯାଏ ବଢ଼ିଯାଇଛି। କିନ୍ତୁ କୁହୁଡ଼ି ଆରମ୍ଭ ହୋଇଛି। ଆସନ୍ତା...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୧,୨୯୮ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ, ଲାଞ୍ଚ ନେଲା ବେଳେ…

ଭବାନୀପାଟଣା,୨୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅବସରପ୍ରାପ୍ତ...

ସିଲେକ୍ସନ ପଦ୍ଧତିରେ ବଛାଯିବେ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଯୁବ ସଙ୍ଗଠନକୁ ସଜାଡିବା ଲାଗି ଦଳ ଭିତରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଦଳ ପକ୍ଷରୁ ନୂଆ ଯୁବ ସଭାପତି...

ରାତି ୧୦ରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ମାର୍ଚ୍ଚ ୧ରେ ପଡୁଛି ମହାଶିବରାତ୍ରି। ସେଥିପାଇଁ ବୁଧବାର ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି...

Advertisement
Archives

Model This Week