ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗ୍ରାମ ଦେବତୀ, ମା ପାଟ୍ଟଖଣ୍ଡାଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଅସ୍ଥାୟୀ ମଣ୍ଡପଠାରେ ପୂଜାର୍ଚ୍ଚନା କରାଯାଇ ଦୁର୍ଗାଙ୍କ ପର୍ବ ଦଶହରା ପାଳନ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ସନ୍ତୋଷ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ସରୋଜ ସାହୁ, ଚିତ୍ତ ପ୍ରଧାନ, ଚିତ୍ତରଞ୍ଜନ ସାହୁ,ବାଥଲମ ନାୟକ ସଞ୍ଜିତ ଗୌଡ଼, ବିକି ନାୟକ,ସୋନୁ ବେହେରା,ସୋମ୍ୟରଞ୍ଜନ ନାୟକ, ସମ୍ବିତ ନାୟକ, ସତୀଶ କୁମାର ସାହୁ, ଝୁଲୁ ସାହୁ, ଜଗନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପ୍ରକାଶଯେ, ସିମନବାଡ଼ିଠାରେ ଏହା ୩୨ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ପ୍ରତିବର୍ଷ ଶାନ୍ତି, ସଦ୍‌ଭାବନା ଓ ଭାଇଚାରାରେ ଏହି ପର୍ବ ପାଳନ ହୋଇଆସୁଛି। ସେହି କ୍ରମରେ ଏହି ପର୍ବ ଚଳିତ ଥର ମଧ୍ୟ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଭାଇକୁ ହତ୍ୟା କଲେ ଭାଇ

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ…

୨ ବରିଷ୍ଠ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ

ଦାରିଙ୍ଗବାଡି,୭।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ ର…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ଠାବ ହେଲା ଦେଶୀ ବନ୍ଧୁକ କାରଖାନା: ଜଣଙ୍କୁ ବାନ୍ଧିଲା ପୋଲିସ

ତୁମୁଡିବନ୍ଧ,୬।୫(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଆନ୍ତର୍ଗତ ଲାବନ୍ୟନଗର ଗ୍ରାମରେ ଏକ ଚୋରା ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ସଫଳ ହେବା ସହ…

ଜଙ୍ଗଲରୁ ୩ ବନ୍ଧୁକ ଜବତ କରି ଶିକାରୀଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପର୍ତ୍ତମାହା ଜଙ୍ଗଲରେ ପୋଲିସ ଚଢ଼ାଉ କରି ୩ ଦେଶୀ…

ଘରେ ଶୋଇଥିଲା ୨ ମାସର ଶିଶୁ, ହଠାତ୍‌ ଲାଗିଗଲା ନିଆଁ, ଆଉ ତା’ପରେ…

ଖଜୁରିପଡ଼ା, ୩ା୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଟିଟ୍ରାପଙ୍ଗା ପଞ୍ଚାୟତ ତିଲକପଡ଼ା ଗ୍ରାମର ଶୁଭେନ୍ଦୁ ଦିଗାଲଙ୍କ ଘରେ ନିଆଁ ଲାଗି ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି।…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ବ୍ୟବଚ୍ଛେଦ ରିପୋର୍ଟକୁ ବିରୋଧ କରି ଧାରଣା ଦେବା ପରେ…

ଦାରିଙ୍ଗବାଡ଼ି,୩ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡ଼ି ପଞ୍ଚାୟତ ମାଣ୍ଡୁବାଡ଼ି ଗ୍ରାମ ବଲାମାହା ଜଙ୍ଗଲ ଡବାଡ଼ଙ୍ଗା ଗଛରେ ଗତ ସୋମବାର ଉଜ୍ଜ୍ବଳ ସିଂ ଦିଗାଲଙ୍କ ଝୁଲନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri