୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୯।୩(ବ୍ୟୁରୋ): ସମୟ ସହ ତାଳ ଦେଇ ଯୁବଗୋଷ୍ଠୀ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ପୂର୍ବପୁରୁଷଙ୍କ ବିଷୟରେ ଜାଣିବା ଆବଶ୍ୟକ। ଏହିସବୁ ଘଟଣାବଳୀକୁ ବହୁଳ ଭାବେ ପ୍ରଚାର କରାଯିବା ଦରକାର। ଏଥିସହ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାର ପରିଚାଳନା କରିଥିବା କମ୍‌ ଜଣାଶୁଣା ମହାପୁରୁଷଙ୍କ ବିଷୟକୁ ମଧ୍ୟ ଲୋକଲୋଚନକୁ ଆଣିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୫ ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପରାମର୍ଶ ଦେଇଛନ୍ତି। ଏଥିସହିତ ଦେଶ ବାହାରେ ମଧ୍ୟ ବହୁ ଘଟଣା ଘଟିଛି, ସେଗୁଡିକୁ ମଧ୍ୟ ଏଥିରେ ସାମିଲ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆନ୍ତରିକତାର ସହ ଜାତିରପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଭାରତୀୟ ସମ୍ବିଧାନରେ ସାମିଲ ହୋଇଥିବା ଭାରତ ସ୍ବାଧୀନତାର ମୂଳମନ୍ତ୍ରର ମୂଲ୍ୟବୋଧକୁ ପ୍ରଚାର କରିବାର ଆବଶ୍ୟକତା ରହିଛି। ନ୍ୟାୟ ଓ ସମାନତା ଯାହାକି ସ୍ବାଧୀନତାର ମୂଳମନ୍ତ୍ର ଥିଲା ତାହା ବର୍ତ୍ତମାନ ସମୟରେ ମଧ୍ୟ ପୁନଃ ପ୍ରଚାରିତ ହେବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ୭୫ ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ଉତ୍ସବରେ ସମସ୍ତ ଭାରତୀୟ ଏବଂ ବିଶ୍ୱର କୋଣଅନୁକୋଣରେ ରହୁଥିବା ଭାରତୀୟମାନେ ଯେପରି ଯୋଡିହେବେ ସେ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନ ସମାରୋହ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର ପାଗ ଶୁଖିଲା ରହିବା ନେଇ ଆଞ୍ଚୂିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ । ଅପରାହ୍ନରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା...

ପ୍ଲାଷ୍ଟିକ କଟକଣାକୁ ମାନୁ ନାହାନ୍ତି ସରକାରୀ କର୍ମଚାରୀ:ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର,୨୫-୯(ବ୍ୟୁରୋ): ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କିମ୍ବା ୫୦ ମାଇକ୍ରନରୁ କମ ମୋଟେଇ ପଲିଥିନ ପରିବେଶ ପାଇଁ ମାରାତ୍ମକ । ଏହାର ବ୍ୟବହାରକୁ ଉଭୟ କେନ୍ଦ୍ର...

ଆଜିଠୁ ୫ ଦିନିଆ ରିମାଣ୍ଡରେ ଆକାଶ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଶୁକ୍ରବାରଠାରୁ ପୁଣି ରିମାଣ୍ଡରେ ଆସିବେ। ତାଙ୍କୁ ୫ ଦିନିଆ ରିମାଣ୍ଡରେ...

ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା...

ଅପହୃତ ଗ୍ରାମବାସୀଙ୍କୁ ଛାଡିଦେଲେ ମାଓବାଦୀ

ମାଲକାନଗିରି,୮।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ବଟେର ଗ୍ରାମରୁ ଶନିବାର ରାତିରେ ୫ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ। ମାଓବାଦୀମାନେ ସୋମବାର ୫ଜଣଙ୍କୁ ଛାଡିଦେଇଛନ୍ତି। ଫଳରେ...

ଆଇଟି ଟାଓ୍ବାର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ୫-ଟି ସଚିବ ଭିକେ ପାଣ୍ଡିଆନ ସୋମବାର ଆଇଟି ଟାଓ୍ବାର ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ମୁନିଗୁଡ଼ା,୨୮ା୧: ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ମୁନିଖୋଲ ସନ୍ନିକଟ ମଶାଣି ନାଳ ନିକଟରେ ଗୁରୁବାର ଏକ ମାଲବାହୀ ଟ୍ରେନ୍‌(ତୈଳ ଟ୍ୟାଙ୍କର) ଲାଇନଚ୍ୟୁତ ହୋଇଛି।...

ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର...

Advertisement
Archives

Model This Week