ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ୍‌

ଭୁବନେଶ୍ୱର,୩।୮(ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ ପରିଜା। ଆସନ୍ତା ୧୧ତାରିଖରେ ଡିଜ୍‌ନି + ହଟ୍‌ଷ୍ଟାର ଓଟିଟି ପ୍ଲାଟଫର୍ମରେ ପ୍ରେମ୍‌ଙ୍କ ଆକ୍ସନ-ଥ୍ରୀଲର ୱେବ୍‌ସିରିଜ ‘କମାଣ୍ଡୋ’ ମୁକ୍ତି ଲାଭ କରିବ। ଯେଉଁଥିରେ ପ୍ରେମ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମା, ଶ୍ରେୟା ସିଂ ଚୌଧୁରୀ, ମୁକେଶ ଛାବ୍ରା, ଅମିତ୍‌ ଶିଆଲ୍‌, ତିଗ୍‌ମାନସୁ ଧୁଲିଆ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହାର ପ୍ରଯୋଜକ ଭିପୁଲ ଅମ୍ରୁତଲାଲ ଶାହା ଅଛନ୍ତି। ସପ୍ତାହେ ତଳେ ଏହାର ଟିଜର ଅପ୍‌ଲୋଡ୍‌ ହୋଇସାରିଛି, ଯାହାକୁ ବହୁତ ପ୍ରଶଂସା ମିଳିଛି। ଟିଜରରେ ପ୍ରେମ୍‌ଙ୍କ ଫାଇଟ୍‌ ସିନ୍‌ ଜବରଦସ୍ତ ରହିଛି। ସୋସିଆଲ ମିଡିଆରେ ଓଡ଼ିଶାର ପୁଅ ପ୍ରେମ୍‌ ପରିଜାଙ୍କୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ଏଥିସହ ବଲିଉଡ୍‌ରେ ମଧ୍ୟ ଅନେକ କଳାକାର ପ୍ରେମଙ୍କୁ ଶୁଭେଚ୍ଛା ଜଜଣାଇଛନ୍ତି। କମାଣ୍ଡୋମାନେ ଆମ ଦେଶର ପ୍ରକୃତ ହିରୋ। ଜଣେ କମାଣ୍ଡୋ ଦେଶକୁ ବଞ୍ଚାଇବା ତା’ର ମିଶନକୁ କିଭଳି ଶେଷ କରୁଛି ତାହାକୁ ନେଇ କାହାଣୀର ବିଷୟବସ୍ତୁ ରହିଛି।
ପ୍ରେମ୍‌ ୨୦୧୪ରୁ ବଲିଉଡ ସହ ଯୋଡ଼ିହୋଇ ରହିଥିଲେ ସୁଦ୍ଧା ଏବେ କମାଣ୍ଡୋ ଚଳଚ୍ଚିତ୍ରରେ ତାଙ୍କୁ ମୁଖ୍ୟ ନାୟକ ଭୂମିକାରେ ଦେଖିବାକୁ ମିଳିବାକୁ ଥିବାରୁ ଖବ୍‌ ଉତ୍‌କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ। ଭୁବନେଶ୍ୱରର ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ଆରମ୍ଭ କରିଥିଲେ ବଲିଉଡ୍‌ର ଯାତ୍ରା। ନାଟକରେ ମଧ୍ୟ ପ୍ରେମଙ୍କର ରହିଛି ବେଶ୍‌ ଦଖଲ। ଦିଲ୍ଲୀ ହନ୍ସରାଜ କଲେଜର ଡ୍ରାମାଟିକ ସୋସାଇଟି ତରଫରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟକରେ ସେ ଅଭିନୟ କରିଛନ୍ତି। ଜଣେ ସହ ନିର୍ଦ୍ଦେଶକ ଭାବେ ବଲିଉଡ୍‌ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ‘ୱେଲ୍‌କମ୍‌ ଟୁ କରାଚି’, ‘ସତ୍ୟମେବ ଜୟତେ’, ‘ବାଜାର’, ନେଟଫ୍ଲିକ୍ସର ହଲିଉଡ୍‌ ସିରିଜ୍‌ ‘ସେନ୍ସ ୮’ ଏବଂ ‘ବାଟଲା ହାଉସ’ରେ ପରଦା ପଛରେ କାମ କରିଛନ୍ତି ପ୍ରେମ୍‌।
ଦ୍ଧଆଗକୁ କମାଣ୍ଡୋ ମୁକ୍ତିଲାଭ କରୁଥିବା ବେଳେ ଏନେଇ ପ୍ରେମ୍‌ କହିଛନ୍ତି, ମୁଁ ମୋର ସ୍ବପ୍ନର ନିକଟତର ହୋଇପାରିଛି। କମାଣ୍ଡୋକୁ ନେଇ ମୁଁ ବହୁତ ଏକ୍ସାଇଟେଡ୍‌ ଅଛି। ଛୋଟବେଳୁ କେବଳ ବଲିଉଡ୍‌ ହିଁ ଲକ୍ଷ୍ୟ ଥିଲା। ମୁଁ ବଲିଉଡ୍‌ର ବିକଳ୍ପ କିଛି ରଖି ନ ଥିଲି। ବହୁତ ଖୁସି ଯେ, ମୋ ଲକ୍ଷ୍ୟ ପୂରଣ ହୋଇପାରିଛି। କମାଣ୍ଡୋକୁ ଦର୍ଶକ ପସନ୍ଦ କରିବେ ବୋଲି ମୋର ସମ୍ପୂର୍ଣ୍ଣ ଆଶା ଓ ଭରସା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri