ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ୍‌

ଭୁବନେଶ୍ୱର,୩।୮(ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ ପରିଜା। ଆସନ୍ତା ୧୧ତାରିଖରେ ଡିଜ୍‌ନି + ହଟ୍‌ଷ୍ଟାର ଓଟିଟି ପ୍ଲାଟଫର୍ମରେ ପ୍ରେମ୍‌ଙ୍କ ଆକ୍ସନ-ଥ୍ରୀଲର ୱେବ୍‌ସିରିଜ ‘କମାଣ୍ଡୋ’ ମୁକ୍ତି ଲାଭ କରିବ। ଯେଉଁଥିରେ ପ୍ରେମ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମା, ଶ୍ରେୟା ସିଂ ଚୌଧୁରୀ, ମୁକେଶ ଛାବ୍ରା, ଅମିତ୍‌ ଶିଆଲ୍‌, ତିଗ୍‌ମାନସୁ ଧୁଲିଆ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହାର ପ୍ରଯୋଜକ ଭିପୁଲ ଅମ୍ରୁତଲାଲ ଶାହା ଅଛନ୍ତି। ସପ୍ତାହେ ତଳେ ଏହାର ଟିଜର ଅପ୍‌ଲୋଡ୍‌ ହୋଇସାରିଛି, ଯାହାକୁ ବହୁତ ପ୍ରଶଂସା ମିଳିଛି। ଟିଜରରେ ପ୍ରେମ୍‌ଙ୍କ ଫାଇଟ୍‌ ସିନ୍‌ ଜବରଦସ୍ତ ରହିଛି। ସୋସିଆଲ ମିଡିଆରେ ଓଡ଼ିଶାର ପୁଅ ପ୍ରେମ୍‌ ପରିଜାଙ୍କୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ଏଥିସହ ବଲିଉଡ୍‌ରେ ମଧ୍ୟ ଅନେକ କଳାକାର ପ୍ରେମଙ୍କୁ ଶୁଭେଚ୍ଛା ଜଜଣାଇଛନ୍ତି। କମାଣ୍ଡୋମାନେ ଆମ ଦେଶର ପ୍ରକୃତ ହିରୋ। ଜଣେ କମାଣ୍ଡୋ ଦେଶକୁ ବଞ୍ଚାଇବା ତା’ର ମିଶନକୁ କିଭଳି ଶେଷ କରୁଛି ତାହାକୁ ନେଇ କାହାଣୀର ବିଷୟବସ୍ତୁ ରହିଛି।
ପ୍ରେମ୍‌ ୨୦୧୪ରୁ ବଲିଉଡ ସହ ଯୋଡ଼ିହୋଇ ରହିଥିଲେ ସୁଦ୍ଧା ଏବେ କମାଣ୍ଡୋ ଚଳଚ୍ଚିତ୍ରରେ ତାଙ୍କୁ ମୁଖ୍ୟ ନାୟକ ଭୂମିକାରେ ଦେଖିବାକୁ ମିଳିବାକୁ ଥିବାରୁ ଖବ୍‌ ଉତ୍‌କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ। ଭୁବନେଶ୍ୱରର ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ଆରମ୍ଭ କରିଥିଲେ ବଲିଉଡ୍‌ର ଯାତ୍ରା। ନାଟକରେ ମଧ୍ୟ ପ୍ରେମଙ୍କର ରହିଛି ବେଶ୍‌ ଦଖଲ। ଦିଲ୍ଲୀ ହନ୍ସରାଜ କଲେଜର ଡ୍ରାମାଟିକ ସୋସାଇଟି ତରଫରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟକରେ ସେ ଅଭିନୟ କରିଛନ୍ତି। ଜଣେ ସହ ନିର୍ଦ୍ଦେଶକ ଭାବେ ବଲିଉଡ୍‌ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ‘ୱେଲ୍‌କମ୍‌ ଟୁ କରାଚି’, ‘ସତ୍ୟମେବ ଜୟତେ’, ‘ବାଜାର’, ନେଟଫ୍ଲିକ୍ସର ହଲିଉଡ୍‌ ସିରିଜ୍‌ ‘ସେନ୍ସ ୮’ ଏବଂ ‘ବାଟଲା ହାଉସ’ରେ ପରଦା ପଛରେ କାମ କରିଛନ୍ତି ପ୍ରେମ୍‌।
ଦ୍ଧଆଗକୁ କମାଣ୍ଡୋ ମୁକ୍ତିଲାଭ କରୁଥିବା ବେଳେ ଏନେଇ ପ୍ରେମ୍‌ କହିଛନ୍ତି, ମୁଁ ମୋର ସ୍ବପ୍ନର ନିକଟତର ହୋଇପାରିଛି। କମାଣ୍ଡୋକୁ ନେଇ ମୁଁ ବହୁତ ଏକ୍ସାଇଟେଡ୍‌ ଅଛି। ଛୋଟବେଳୁ କେବଳ ବଲିଉଡ୍‌ ହିଁ ଲକ୍ଷ୍ୟ ଥିଲା। ମୁଁ ବଲିଉଡ୍‌ର ବିକଳ୍ପ କିଛି ରଖି ନ ଥିଲି। ବହୁତ ଖୁସି ଯେ, ମୋ ଲକ୍ଷ୍ୟ ପୂରଣ ହୋଇପାରିଛି। କମାଣ୍ଡୋକୁ ଦର୍ଶକ ପସନ୍ଦ କରିବେ ବୋଲି ମୋର ସମ୍ପୂର୍ଣ୍ଣ ଆଶା ଓ ଭରସା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri