ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ ଶିଳ୍ପି ଚୌହାନ ନାମକ ଜଣେ ଗର୍ଭବତୀ ମହିଳା ପଦାକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍‌ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଏକ ସନ୍ତାନ ପ୍ରସବ କରିଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଚେତା ହରାଇ ପଡ଼ିଥିଲେ। ତେବେ ମହିଳା ଜଣଙ୍କ ଚେତା ହରାଇଥିବାବେଳେ ସ୍ଥାନୀୟ ଜଙ୍ଗଲୀ ଜନ୍ତୁ ନବଜାତ ଶିଶୁକୁ ଭିଡ଼ି ନେଇଯାଇଥିବା ଜଣାପଡ଼ିଛି। ବହୁ ସମୟ ପର୍ଯ୍ୟନ୍ତ ମହିଳା ଜଣଙ୍କ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ଖୋଜିବା ଆରମ୍ଭ କରିଦେଇଥିଲେ। ଦୁଇ ଘଣ୍ଟାପରେ ପରିବାର ଲୋକ ମହିଳାଙ୍କୁ ଶେଷରେ ଠାବ କରିଥିଲେ ଏବଂ ତାଙ୍କ ପ୍ରସବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ନବଜାତ ସନ୍ତାନର କୌଣସି ସନ୍ଧାନ ମିଳି ନ ଥିଲା। ଏହାପରେ ସେମାନେ ଅଚେତ ଅବସ୍ଥାରେ ମହିଳାଙ୍କୁ ଘରକୁ ନେଇଆସିଥିଲେ। ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନ ଥିଲା। ମହିଳା ଜଣଙ୍କ କହିଛନ୍ତି, ଶୌଚ ହେବାକୁ ଯାଇଥିବାବେଳେ ଯନ୍ତ୍ରଣା ଅନୁଭବ କରିଥିଲି ଏବଂ ଏକ ସନ୍ତାନ ପ୍ରସବ ହୋଇଥିଲା। କିନ୍ତୁ ଏହାପରେ ମୋତେ ଦୁର୍ବଳ ଲାଗିବା ସହ ଚେତା ବୁଡ଼ିଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ, ଶିଳ୍ପିଙ୍କ ପରିବାରକୁ ଛାଡ଼ିଦେଲେ ଏହି ଗ୍ରାମରେ ସମସ୍ତଙ୍କ ଘରେ ଶୌଚାଳୟ ରହିଛି। କିନ୍ତୁ ଶିଳ୍ପି ଓ ତାଙ୍କ ସ୍ବାମୀ ଏଠାକାର ସ୍ଥାନୀୟ ବାସିନ୍ଦା ହୋଇ ନ ଥିବାରୁ ସରକାରଙ୍କ ମାଗଣା ଶୌଚାଳୟ ଯୋଜନାରୁ ବଞ୍ଚତ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିପୋର୍ଟ କାର୍ଡ: ଟ୍ରମ୍ପ୍‌ ଥିଲେ ଛାତ୍ରନେତା;ମଡେଲିଂ ପାଇଁ ମେଲାନିଆ ବାନ୍ଧିଥିଲେ ପାଠପଢ଼ାରେ ଡୋରି-ଇଭାଙ୍କାଙ୍କ ଲାଗି ବୋର୍ଡିଂ ସ୍କୁଲ ଥିଲା ଜେଲ ଭଳି

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଟ୍ରମ୍ପ୍‌ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ତ୍ରୀ ମେଲାନିଆ ଏବଂ ଝିଅ ଇଭାଙ୍କା...

ତୃତୀୟଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କଲେ ଏହି ପର୍ବତାରୋହୀ

ହିସାର,୨୨।୫: ଆଧୁନିକ ଯୁଗରେ ଝିଅମାନେ ସବୁକ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇଛନ୍ତି। ଏହି କ୍ରମରେ ଯେଉଁଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଥାଏ, ସେହି ସ୍ଥାନ ଅର୍ଥାତ୍‌ ବିଶ୍ୱର...

ଜେଲ୍‌ ଯିବା କଥା ଶୁଣି ଡରିଗଲେ ପ୍ରେମିକ, କଲେ ଏମିତି କାମ

ଗୋରଖପୁର,୧୦।୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାର ଗୁଲରିହା ପୋଲିସ ଷ୍ଟେଶନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯୁବକ ମନା କରୁଥିଲେ...

ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା...

ମାନବ ସମାଜ ଉପରେ ଆସିଛି ମହାମାରୀ ସଙ୍କଟ, ତେବେ ବି ଭାରତ ଆତ୍ମନିର୍ଭରଶୀଳ, କହିଲେ ମୋଦି…

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିରେ ଏହି ଯୋଜନାର...

ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା...

ବାକିରେ ପାନ ଦେବାକୁ ଦୋକାନୀ ମନା କରିବାରୁ ଗ୍ରାହକ କାଟି ଖାଇଲେ ଓଠ, କାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ପାନ ଦୋକାନୀ ଗ୍ରାହକଙ୍କୁ ବାକି ବା ମାଗଣାରେ ପାନ ଦେବାକୁ ମନା କରିବାରୁ...

ଅନ୍ତିମ ସଂସ୍କାର ପାଇଁ ବୃଦ୍ଧାଙ୍କ ମୃତଦେହକୁ କାନ୍ଧରେ ବୋହିଲେ ବୋହୂ ଓ ଝିଅ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବାରାଣାସୀ,୧୯।୯: ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ପରିବାରର ବୋହୂ ଓ ଝିଅ ମାନେ ମିଳିମିଶି ମୃତଦେହକୁ କାନ୍ଧରେ ଶ୍ମଶାନକୁ...

Advertisement


Archives

Model This Week