Posted inଜାତୀୟ

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, ବ୍ରେକ ନେଇଯାଆନ୍ତୁ

ନୂଆଦିଲ୍ଲୀ,୭।୪: ଲୋକ ସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ସେ ଦାବି କରିଛନ୍ତି କି ଭାଜପା ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନରେ ବିଜୟୀ ହେବ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ସେ କହିଛନ୍ତି, ଆପଣଙ୍କ ଲଢେଇ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଅଛି, କିନ୍ତୁ ଆପଣ ମଣିପୁର ଏବଂ ମେଘାଳୟ ପରିଦର୍ଶନ କରୁଛନ୍ତି। ଏଥିରେ ଆପଣଙ୍କୁ କିପରି ସଫଳତା ମିଳିବ। ଯଦି ଆପଣ ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଜିତନ୍ତି ନାହିଁ, ତେବେ ୱାୟାନାଡରୁ ଜିତିବାରେ କୌଣସି ଲାଭ ହେବ ନାହିଁ। ଆମେଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ନିଷ୍ପତ୍ତି ଭୁଲ ପ୍ରମାଣିତ ହେବ, ଏହା ଏକ ଭୁଲ ବାର୍ତ୍ତା ପଠାଇବ।
ପ୍ରଶାନ୍ତ କିଶୋର କହିଛନ୍ତି, ରାହୁଲ ଗାନ୍ଧୀ ଗତ ୧୦ ବର୍ଷ ଧରି ଦଳ ପାଇଁ ଫଳାଫଳ ଆଣିବାରେ ଅସମର୍ଥ ପ୍ରମାଣିତ ହୋଇଛନ୍ତି। ଏହା ସତ୍ତ୍ୱେ ସେ ଅନ୍ୟମାନଙ୍କୁ ସୁଯୋଗ ଦେଉ ନାହାଁନ୍ତି କିମ୍ବା ସେ ନଜେ ହଟି ଯାଉଛନ୍ତି। ଯେତେବେଳେ ଆପଣ ୧୦ ବର୍ଷ ଧରି ସମାନ କାର୍ଯ୍ୟ କରୁଛନ୍ତି ଏବଂ ଏଥିରେ କୌଣସି ସଫଳତା ପାଇନାହାଁନ୍ତି, ତେବେ ବିଶ୍ରାମ ନେବାରେ କୌଣସି କ୍ଷତି ନାହିଁ। ସେମାନେ ଆଗାମୀ ୫ବର୍ଷ ପାଇଁ ଅନ୍ୟକୁ ଏହି କାମ କରିବାକୁ ଦିଅନ୍ତୁ।
ଏହି ସମୟରେ ସେ ହାସ୍ୟାସ୍ପଦ ଭାବରେ କହିଥିଲେ, ସମଗ୍ର ବିଶ୍ୱରେ ଭଲ ନେତାଙ୍କ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଯେ ସେମାନେ ସେମାନଙ୍କ ନିକଟଷର କ’ଣ ଅଭାବ ରହିଛଇ ତାହା ଜାଣନ୍ତି ଏବଂ ସେମାନେ ସେହି ତ୍ରୁଟିଗୁଡିକୁ ଦୂର କରିବା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରନ୍ତି, କିନ୍ତୁ ରାହୁଲ ଗାନ୍ଧୀ ଭାବୁଛନ୍ତି ଯେ ସେ ସବୁକିଛି ଜାଣନ୍ତି। ଏପରି ପରିସ୍ଥିତିରେ, କେହି ତୁମକୁ ସାହାଯ୍ୟ କରିପାରିବେ ନାହିଁ। ଯଦି ଏହି ଲୋକ ସଭା ନିର୍ବାଚନ ମନ ମୁତାବକ ଫଳାଫଳ ଦେଇ ନ ଥାଏ, ତେବେ ରାହୁଲ ଗାନ୍ଧୀ ଏକ ପାଦ ଛାଡି ଅନ୍ୟ ନେତାମାନଙ୍କୁ କାମ କରିବାକୁ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri