ପ୍ରଶାନ୍ତ ଭୂଷଣ ରାୟ: ସାଧାରଣରେ ନାପସନ୍ଦ

ଭୁବନେଶ୍ୱର,୧।୯(ବ୍ୟୁରୋ):  ଦୀର୍ଘଦିନ ଧରି ଜାତୀୟସ୍ତରଠାରୁ ଆରମ୍ଭକରି ଆଞ୍ଚଳିକ ଗଣମାଧ୍ୟମ ଏବଂ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ସାମାଜିକ କର୍ମୀ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଶୁଣାଇଥିବା ରାୟ ବେଶ୍‌ ଆଶ୍ଚର୍ଯ୍ୟ କରିବା ଭଳି ଆସିଛି। ଦୀର୍ଘଦିନ ପର୍ଯ୍ୟନ୍ତ ଏହି ଘଟଣାର ଆଲୋଚନା ପର୍ଯ୍ୟାଲୋଚନା କୋର୍ଟରେ ଚାଲିଥିବାବେଳେ ସୋମବାର ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା ବାବଦରେ ୧ ଟଙ୍କା ଦେବା କୋର୍ଟ ରାୟ ଦେବାକୁ ଶୁଣାଯାଇଛି। ଯଦି ଏହି ଜରିମାନା ରାଶି ଭୂଷଣ ନ ଦିଅନ୍ତି ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୩ ବର୍ଷ ଯାଏ ଓକିଲାତି କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ରାୟ ଆସିବାପରେ ସାଧାରଣରେ ଭିନ୍ନ ଧରଣର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହି ଘଟଣାକୁ ନେଇ ଆଇନଜୀବୀ ଶୀଳଭଦ୍ର ଶାସ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଆସିବାପରେ ପ୍ରଶାନ୍ତ ଭୂଷଣ ପୁଣିଥରେ ଏହା ଉପରେ ରିଭ୍ୟୁ ପିଟିଶନ ଦାଖଲ କରିବେ ବୋଲି ଶୁଣାଯାଉଛି। ଏହା ମଧ୍ୟ ବାସ୍ତବରେ କରାଯିବା ଦରକାର। ଟଙ୍କାଏ ଜରିମାନା ଯାହା ଲକ୍ଷେ ମଧ୍ୟ ଜରିମାନା ସମାନ। ଦଣ୍ଡ ସବୁବେଳେ ଦଣ୍ଡ। ସୁପ୍ରିମକୋର୍ଟ କାହାକୁ ଆଧାରକରି ଏଭଳି ଦଣ୍ଡ ଶୁଣାଉଛନ୍ତି ବାସ୍ତବରେ ଜଣାନାହିଁ। କେବଳ ଭୂଷଣଙ୍କ ଟୁଇଟ୍‌ କଥା କୁହାଯାଉଛି, ହେଲେ ସେଥିରୁ କେଉଁ ଭୁଲ୍‌ ଧରାଯାଇଛି ଜଣାପଡୁନି। କିନ୍ତୁ ଭବିଷ୍ୟତ ପାଇଁ ଏହା ଶୁଭସୂଚକ ନୁହେଁ। ଏଥିରେ ସଂଶୋଧନ ଆସିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ଭାରତୀ ଚକ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇବା ଜଣେ ସାଧାରଣ ଲୋକଙ୍କ ପକ୍ଷେ ଉଚିତ ନୁହେଁ। ହେଲେ ବିଗତ ବର୍ଷଗୁଡିକରେ ଏଭଳି କିଛି ରାୟ ଆସିଛି ଯାହା ଜନସାଧାରଣଙ୍କ ମନରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାନ୍ତ ଭୂଷଣଙ୍କ ଘଟଣା ଦେଖିଲେ ସେହିଭଳି ଜଣାପଡୁଛି। ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାକୁ ଦେଖିଲେ ଲାଗୁଛି କୌଣସି ଲୋକ ପ୍ରଶ୍ନ କରିପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କ ପ୍ରତି ଉତ୍ତରଦାୟୀ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅବସରପ୍ରାପ୍ତ ପ୍ରଫେସର ବୀରେନ୍ଦ୍ର ନାଏକ କହିଛନ୍ତି ଯେ, ପ୍ରଶାନ୍ତ ଭୂଷଣ ସବୁବେଳେ ସାଧାରଣ ଲୋକଙ୍କ ପାଇଁ ମାଗଣାରେ ମାମଲା ଲଢ଼ନ୍ତି। ଯଦି ତାଙ୍କ ବିରୋଧରେ କିଛି ବଡ଼ ସଜା ହୋଇଥିଲେ ତାହାର ପ୍ରଭାବ ସାଧାରଣ ଓ ଗରିବ ଲୋକଙ୍କ ଉପରେ ପଡିଥାଆନ୍ତା। ସେ ଟଙ୍କାଏ ଫାଇନ ଦେଇଦେବେ ହେଲେ ନିଜ ଜିଦ୍‌ରେ ଅଟଳ ରହିଲେ। ସେ କହିଥିଲେ, ଯାହା ସଜା ଦେଲେ ଗ୍ରହଣ କରିବେ ହେଲେ କ୍ଷମା ମାଗିବେ ନାହିଁ। ଶେଷ ପର୍ଯ୍ୟନ୍ତ ମଧ୍ୟ ସେ ସମାନ କଥା କହିଛନ୍ତି, କିଛି ଭୁଲ୍‌ ସେ କରିନାହାନ୍ତି। ସୁପ୍ରିମକୋର୍ଟ ମଧ୍ୟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ପ୍ରଥମରୁ ସୁପ୍ରମିକୋର୍ଟ ଯେଉଁଭଳି ହେଉଥିଲେ ଶେଷ ପର୍ଯ୍ୟନ୍ତ ତାହା ରହିଲା ନାହିଁ। ଆଗକୁ ତାଙ୍କ ପାଇଁ ରିଭ୍ୟୁ ପିଟିଶନ ମଧ୍ୟ ଦାଖଲ କରିବାର ବାଟ ଖୋଲା ରହିଛି। ଅନ୍ୟପଟେ ସୁପ୍ରିମକୋର୍ଟ ଲୋକଙ୍କ ଶେଷ ବିଶ୍ୱାସ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଯେତେ ଟାଣ ଆଭିମୁଖ୍ୟ ରଖିବ ସେତେ ଭଲ ବୋଲି ସେ କହିଛନ୍ତି। ଆଇନଜୀବୀ ନାଗାର୍ଜୁନ ସେଠୀ କହିଛନ୍ତି ଯେ, କଣ୍ଟେମ୍ପ୍ଟ ପ୍ରୋସିଡିଂ ଜଣେ ଆଇନଜୀବୀଙ୍କ ଉପରେ କରିବା ଉଚିତ ନୁହେଁ। ଆଜି ଯେଉଁଭଳି ରାୟ ଆସିଲା ସାଧାରଣତଃ ବହୁ ବଡ଼ ଲୋକଙ୍କ ମାମଲାରେ ଏପରି ରାୟ ଆସିଥାଏ। ଏହା ଉପରେ ରିଭ୍ୟୁ ପିଟିଶନ ଦାଖଲ କରିବା ଉଚିତ। ଅନ୍ୟପଟେ ଭୂଷଣଙ୍କ ଟୁଇଟ୍‌ର କେଉଁ ଭୁଲ୍‌ ଧରାଯାଇଛି ତାହା ଜଣାପଡୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?