ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର ରାଜନୈତିକ ମାହୋଲରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା। ପ୍ରତିଦିନ ବିଜେଡି ଭାଜପା ମଧ୍ୟରେ ବାକଯୁଦ୍ଧ ଚାଲିଥିବାବେଳେ ପରସ୍ପରର ଦୋଷ ଦୁର୍ବଳତାକୁ ପଦାରେ ପକାଇ ଅପଦସ୍ଥ କରିବାକୁ ପଛାଉ ନାହାନ୍ତି। ତେବେ ରାଜନୀତିର ଏଭଳି ବିଚିତ୍ର ଦୃଶ୍ୟଠାରୁ ଥାଳଉଠା ପର୍ବରେ ଉଭୟ ଦଳର ନେତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଦେଖିବାକୁ ମିଳିଛି, ରାଜ୍ୟବାସୀଙ୍କୁ ବେଶ୍‌ ଉତ୍ସାହିତ କରିପାରିଛି। ଭାଜପାର ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରେ ଥାଳ ଉଠାପର୍ବରେ ଯୋଗ ଦେବାକୁ ପହଞ୍ଚିଥିଲେ। ଏହି ସମୟରେ ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି) ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ସମାନ କାର୍ଯ୍ୟକ୍ରମରେ ମନ୍ଦିରରେ ପହଞ୍ଚତ୍ଥିଲେ। ହଠାତ ଧର୍ମେନ୍ଦ୍ରଙ୍କୁ ଦେଖି ବବି ଦାସ ତାଙ୍କ ପାଖକୁ ପହଞ୍ଚିବା ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ହଠାତ୍‌ ଏହି ଦୃଶ୍ୟ ଦେଖି ଉଭୟଙ୍କ ସମର୍ଥକ ଏବଂ ଭକ୍ତମାନେ ବିସ୍ମିତ ହୋଇଯାଇଥିଲେ। ପରସ୍ପର ପ୍ରତି କଟୁକ୍ତି ଏବଂ ଆକ୍ଷେପଭରା ବାର୍ତ୍ତା ଶୁଣି ଆସୁଥିବା ଜନସାଧାରଣ ରାଜନୀତିର ଏହି ଦୃଶ୍ୟକୁ ନିଜ ଢଙ୍ଗରେ ବ୍ୟାଖ୍ୟା କରିଥିଲେ। ଉଭୟେ କ’ଣ କଥା ହେଲେ ତାହା ଭିଡ଼ ଭିତରେ ଶୁଣିବା ସମ୍ଭବ ନ ଥିଲା। ତେବେ ଉଭୟଙ୍କ ଭାବଭଙ୍ଗୀରୁ ପ୍ରତିଦ୍ୱନ୍ଦୀ ଭାବେ ଉଭୟେ ଛିଡା ହୋଇଥିବା ଭଳି ଅନୁମାନ କରିବା କଷ୍ଟକର ହୋଇପଡିଥିଲା। ସମାନ ଭାବରେ ଭାଜପା ପ୍ରାର୍ଥୀ ଜୟନାରାୟଣ ଏବଂ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ପାଖରେ ବସି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଚାରିଜଣଯାକ ଝାଡୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିରରେ ଥାଳଉଠା ପର୍ବରେ ଏକାଠି ବସି ପୂଜାରେ ସାମିଲ ହୋଇଥିଲେ। ପରେ ଥାଳଉଠା ସମୟରେ ଚାରିଜଣ ଯାକ ଏକାସାଙ୍ଗରେ ଥାଳ ଧରିବା ସହ ଶୀତଳଷଷ୍ଠୀ ପାଇଁ ଦାନ ଅର୍ଥ ପ୍ରଦାନ କରିଥିଲେ। ଲଗାତାର ଆରୋପ ପ୍ରତ୍ୟାରୋପ ଭିତରେ ଥାଳଉଠା ସମୟର ଦୃଶ୍ୟ ପୂରା ସମ୍ବଲପୁରବାସୀଙ୍କୁ ଭିନ୍ନ ଏକ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

ପୁରୁଷୋତ୍ତମପୁରରେ ସ୍ନାନଯାତ୍ରା; ସ୍ନାନବେଦିରେ କଳାଠାକୁରଙ୍କୁ ପାଇ ଭାବବିହ୍ବଳ ଭକ୍ତ, ପରିଚାଳନା ତଦାରଖ କଲେ ତହସିଲଦାର

ପୁରୁଷୋତ୍ତମପୁର,୨୯।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି ।ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜୀଉଙ୍କୁ ରତ୍ନବେଦିରୁ ପହଣ୍ଡିକରାଇ ଆଣି ସ୍ନାନବେଦିରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, ଗମ୍ଭୀରଙ୍କୁ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଛି। ଏହା ପ୍ରଥମ ଥର ପାଇଁ…

ସିରିଜ୍ ହାରିବା ପରେ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କଲା ଆଇସଲାଣ୍ଡ କ୍ରିକେଟ୍,ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଆୟର୍ଲାଣ୍ଡ କ୍ଲିନ ସୁଇପ କରିଛି । ଅନ୍ତିମ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ମ୍ୟାଚରେ ଆୟର୍ଲାଣ୍ଡ ଏକ ରନରେ ଭାରତକୁ ପରାଜୟ କରିଛି…

‘କ୍ଷମା ମାଗୁ ଭାରତ…’ କାହିଁକି ଏପରି ଆକ୍ଷେପ କରୁଛନ୍ତି ବାଂଲାଦେଶୀ ସାଂସଦ, କାହିଁକି ଯୁଦ୍ଧମୁଖୀ ଆଚରଣ କରୁଛି ଢାକା? ଜାଣନ୍ତୁ…

ଢାକା,୨୯।୬: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମ୍ପର୍କରେ ପଡ଼ୋଶୀ ଦେଶର ମତ ମଜବୁତ ହୋଇନାହିଁ; ଢାକାରେ ଭାରତ ବିରୋଧୀ ବୟାନବାଜି ଜୋର ଧରିଛି। ବିରୋଧୀ ନ୍ୟାସନାଲ…

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ରାତିରେ ଖାଇପିଇ ଶୋଇଥିଲେ, ସକାଳୁ…

ଭୁବନେଶ୍ୱର,୨୯ା୬: ଝାରପଡ଼ା ଜେଲ୍‌ରେ ଜଣେ କଏଦୀଙ୍କ ସୋମବାର ସକାଳୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୫ ବର୍ଷୀୟ ଯବାନ ନାୟକ। ତାଙ୍କ ଘର ତାରିଣୀ ବସ୍ତିରେ।…

ପୁରୀରେ ମୁଖ୍ୟମନ୍ତ୍ରୀ, ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି…

ପୁରୀ,୨୯ା୬: ସ୍ନାନପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚିଛନ୍ତି। ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ…

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri